Administrative: ବରଗଡ଼ ଶିକ୍ଷା ବିଭାଗରେ ପ୍ରଶାସନିକ ଅସ୍ଥିରତା

Jun 16, 2026 - 09:10
Administrative: ବରଗଡ଼ ଶିକ୍ଷା ବିଭାଗରେ ପ୍ରଶାସନିକ ଅସ୍ଥିରତା

"ସୁଦୀପ୍ତ ଷଡ଼ଙ୍ଗୀ ବରଗଡ଼: ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଗତ କିଛିମାସ ହେଲା ଚର୍ଚ୍ଚାରେ ରହିଛି।

ଖୋଦ୍‌ ଜିଲ୍ଲା ଶିକ୍ଷାଧିକାରୀ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ମାମଲାରେ ଗିରଫ ହେବା ପରେ ଶିକ୍ଷା ବିଭାଗ ନାନା ଅପବାଦ ମୁଣ୍ଡାଇଛି।

ବର୍ତ୍ତମାନ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ଜିଲ୍ଲାର ପ୍ରାୟ ୫୦ ପ୍ରତିଶତ ହାଇସ୍କୁଲରେ ମୁରବି ନାହାନ୍ତି।

ବିନା ପ୍ରଧାନଶିକ୍ଷକରେ ସ୍କୁଲ ଚାଲିଛି।

ଏକାଧିକ ବିଇଓ, ଏବିଇଓ ପଦ ମଧ୍ୟ ଖାଲି ପଡ଼ିଛି।

ଫଳରେ ଜିଲ୍ଲା ଶିକ୍ଷା ବିଭାଗରେ ପ୍ରଶାସନିକ ଅସ୍ଥିରତା ଦେଖା ଦେଇଛି।

ନୂତନ ଶିକ୍ଷାବର୍ଷ ଆରମ୍ଭ ସମୟରେ ଏତେ ସଂଖ୍ୟାରେ ପଦ ଖାଲି ରହିଥିବାରୁ କେମିତି ଶିକ୍ଷା ବିଭାଗ ଆଗକୁ ବଢ଼ିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବରଗଡ଼ ଜିଲ୍ଲାରେ ମୋଟ ୧୪୯ଟି ସରକାରୀ ହାଇସ୍କୁଲ ରହିଛି।

ସେ ମଧ୍ୟରୁ ୭୪ଟିରେ ପ୍ରଧାନଶିକ୍ଷକ ନାହାନ୍ତି।Advertisment Mobile nuclear reactor: ଭ୍ରାମ୍ୟମାଣ ନ୍ୟୁକ୍ଲିଆର୍‌ ରିଆକ୍ଟର୍‌ ଫଳରେ ଭାରପ୍ରାପ୍ତ ଦାୟିତ୍ବରେ ସ୍କୁଲର ପ୍ରଶାସନିକ କାମ ଚାଲୁଛି।

ଅନ୍ୟପଟେ ଜିଲ୍ଲାର ଭଟଲି, ପାଇକମାଳ, ସୋହେଲାରେ ସ୍ଥାୟୀ ବିଇଓ ନାହାନ୍ତି।

ପ୍ରତ୍ୟେକ ବ୍ଲକ୍‌ରେ ୩ଜଣ ଲେଖାଏଁ ଏବିଇଓ ରହିବା ନିୟମ ଥିବା ବେଳେ କେଉଁଠି ଜଣେ ତ ଆଉ କେଉଁଠି ଦୁଇଜଣରେ କାମ ଚାଲିଛି।

ଜିଲ୍ଲାରେ ନଜଣ ଏଡିଇଓ ଥିବାବେଳେ ସେମଧ୍ୟରୁ ଜଣେ ଡିଇଓ ଦାୟିତ୍ବ ତୁଲାଉଛନ୍ତି।

ଏତେ ସଂଖ୍ୟକ ଅଧିକାରୀ ପଦ ଫାଙ୍କା ପଡ଼ିବା ଯୋଗୁଁ ଶିକ୍ଷା ବିଭାଗର ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଖୋଦ୍‌ ଅଧିକାରୀମାନେ ଏହି କଥାକୁ ସ୍ବୀକାର କରୁଥିବା ବେଳେ କେହି ଆଗକୁ ଆସୁ ନାହାନ୍ତି।

କାରଣ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ଜଣେ ବିଇଓ ଓ ଜଣେ ପିଇଟି ଗିରଫ ହୋଇ ଜେଲ୍‌ ଯିବା ପରେ ସମସ୍ତଙ୍କ ମନରେ ଛନକା ପଶିଯାଇଛି।

US Bomber Crash: ଆମେରିକାର ପରମାଣୁ ବୋମା ବିସ୍ଫୋରଣକାରୀ ବିମାନ "B-52" ଦୁର୍ଘଟଣାଗ୍ରସ୍ତ ଶିକ୍ଷା ବିଭାଗରେ ଅଧିକାରୀଙ୍କ ବେଆଇନ କାର୍ଯ୍ୟକଳାପ, ପ୍ରାୟ ୫୦ ପ୍ରତିଶତ ପ୍ରଧାନଶିକ୍ଷକ ପଦ ଖାଲିପଡ଼ିବା ଚିନ୍ତାର କାରଣ ହୋଇଛି।

ଅନ୍ୟପଟେ କିଛିଦିନ ତଳେ ଜିଲ୍ଲାରେ ହାଇସ୍କୁଲ ଶିକ୍ଷକଙ୍କ ବଦଳି ତଥା ପଦୋନ୍ନତି କରାଯାଇଛି।

ଫଳରେ ହାଇସ୍କୁଲ ଗୁଡ଼ିକରେ ଖାଲି ରହିଥିବା ପ୍ରଧାନଶିକ୍ଷକ ପଦ କିଛିଟା ପୂରଣ ହେବ ବୋଲି ଆଶା କରାଯାଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।