Protests in villages: ଗାଁରେ ବିରୋଧ, ସହରରେ ମହିଳା ବିକିବେ ବିଦେଶୀ ମଦ
"ଦେବବ୍ରତ ଗଡ଼ତିଆ ରାଉରକେଲା: ନିକଟରେ ରାଉରକେଲା ଅବକାରୀ ଜିଲ୍ଲା ଅନ୍ତର୍ଗତ ୩୨ଟି ଠିପିଖୋଲା ମଦ ଦୋକାନ ପାଇଁ ଲଟେରି ଉଠାଣ ହୋଇଥିଲା।
ଏଥିରେ ୮ ଜଣ ମହିଳାଙ୍କ ଭାଗ୍ୟ ଫିଟିଛି।
ଅର୍ଥାତ୍, ଏହି ୮ ଜଣ ମହିଳା ଏଥର ବିଭିନ୍ନ ଅଞ୍ଚଳ, ଯଥା ବନ୍ଧମୁଣ୍ଡା, କୋଇଡ଼ା, ପାନପୋଷ ଛକ, ଲହୁଣୀପଡ଼ା, ନୂଆଗାଁ, ବଣାଇଁ, ଟିସିଆଇ ଛକ ଓ ରାଉରକେଲା ଡେଲିମାର୍କେଟ୍-୩ରେ ଠିପିଖୋଲା ମଦ ଦୋକାନରେ ବିଦେଶୀ ମଦ ବିକ୍ରି କରିବେ।
ଲଟେରି ମାଧ୍ୟମରେ ୮ ଜଣ ମହିଳା ବିଦେଶୀ ମଦ ଦୋକାନ ପରିଚାଳନା ପାଇଁ ଲାଇସେନ୍ସ ପାଇବା ଇସ୍ପାତ ସହରରେ ଏକ ବଡ଼ ବିତର୍କ ସୃଷ୍ଟି କରିଛି।Advertisment Administrative: ବରଗଡ଼ ଶିକ୍ଷା ବିଭାଗରେ ପ୍ରଶାସନିକ ଅସ୍ଥିରତା ଏନେଇ ଜିଲ୍ଲାର ବୁଦ୍ଧିଜୀବୀ ଓ ମହିଳା ଭିନ୍ନଭିନ୍ନ ମତ ରଖିଛନ୍ତି।
କିଛି ମହଲରେ ଏହାକୁ ମହିଳା ସଶକ୍ତୀକରଣର ଏକ ନୂଆ ଦିଗ ବୋଲି କୁହାଯାଉଛି।
ସମୀକ୍ଷକଙ୍କ ମତରେ, ପୁରୁଷ ପ୍ରାଧାନ୍ୟ ଏହି ଜଟିଳ ତଥା ଅଧିକ ଲାଭଜନକ ବ୍ୟବସାୟରେ ମହିଳାମାନେ ଆଗକୁ ଆସି ନିଜ ନାମରେ ବ୍ୟବସାୟିକ ସାମ୍ରାଜ୍ୟ ଗଢ଼ିବା ସେମାନଙ୍କ ଆର୍ଥିକ ସ୍ୱାଧୀନତା ଓ ନେତୃତ୍ୱ ନେବାର ସାହସକୁ ଦର୍ଶାଉଛି।
ଏହା ମହିଳାମାନଙ୍କୁ ଆର୍ଥିକସ୍ତରରେ ସ୍ୱାବଲମ୍ବୀ କରିବା ସହ ପାରମ୍ପରିକ ବ୍ୟବସାୟିକ ବାଧାକୁ ଭାଙ୍ଗିଥିବା କହୁଛନ୍ତି।
ଅପରପକ୍ଷରେ, ଏହାକୁ ନେଇ ସାମାଜିକ ସଂଗଠନ, ମହିଳା କର୍ମୀମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।
Mobile nuclear reactor: ଭ୍ରାମ୍ୟମାଣ ନ୍ୟୁକ୍ଲିଆର୍ ରିଆକ୍ଟର୍ ଓଡ଼ିଶାରେ ସାଧାରଣତଃ ମହିଳାମାନେ ହିଁ ମଦ୍ୟପାନର କୁପ୍ରଭାବ ଯୋଗୁଁ ଘରୋଇ ହିଂସାର ଶିକାର ହେଉଛନ୍ତି ଏବଂ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି।
ଏଭଳି ସ୍ଥିତିରେ ମହିଳାମାନଙ୍କୁ ମଦ ବ୍ୟବସାୟର ମୁଖ୍ୟ ଚେହେରା କରିବା ସେମାନଙ୍କ ସାମାଜିକ ସମ୍ମାନ ଉପରେ ଆଘାତ ବୋଲି ସମାଲୋଚକ କହିଛନ୍ତି।
ଅବଶ୍ୟ, ବହୁସ୍ଥାନରେ ପୁରୁଷ ବ୍ୟବସାୟୀମାନେ କେବଳ ଲାଇସେନ୍ସ ପାଇବା ପାଇଁ ମହିଳାମାନଙ୍କ ନାମକୁ ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି।
ଜିଲ୍ଲାରେ ମଦ ବିରୋଧୀ ଅଭିଯାନର ଚର୍ଚ୍ଚିତ ଚେହେରା ବାଲିଶଙ୍କରା ନିବାସୀ ତଥା "କଲ୍ୟାଣୀ" ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଜୟନ୍ତୀ ଏକ୍କା ଏହାକୁ କଡ଼ା ସମାଲୋଚନା କରିଛନ୍ତି।
କହିଛନ୍ତି, ଯେଉଁଠି ମହିଳା ମଦ ବିରୋଧୀ ଅଭିଯାନର ନେତୃତ୍ବ ନେବାକଥା, ସେଇଠି ସେମାନେ ବିଦେଶୀ ମଦ ବିକ୍ରି କରିବାକୁ ଲଟେରି ପ୍ରକ୍ରିୟାରେ ଭାଗନେବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖଦାୟକ।
ମହିଳା ଯଦି ମଦ ବିକିବେ, ତାହେଲେ ଏହାର କୁପ୍ରଭାବ ଅନ୍ୟ ମହିଳାଙ୍କ ଉପରେ ପଡ଼ିବ।
ଯଦି ବି ଲଟେରିରେ ପାଇଛନ୍ତି, ତା"ହେଲେ ନୈତିକତା ଦୃଷ୍ଟିରୁ ଛାଡ଼ିଦେବା କଥା।"