Ethanol : ରୋଷେଇ ଘରେ ପଶିବ ଇଥାନଲ: ଜାଳେଣି ଭାବେ ହେବ ବ୍ୟବହାର

Jul 20, 2026 - 16:01
Ethanol : ରୋଷେଇ ଘରେ ପଶିବ ଇଥାନଲ: ଜାଳେଣି ଭାବେ ହେବ ବ୍ୟବହାର

"ନୂଆଦିଲ୍ଲୀ: ଇଥାନଲକୁ ନେଇ କେନ୍ଦ୍ର ସରକାର ବଡ଼ ଯୋଜନା ରଖିଛନ୍ତି।

ଏହି ଇନ୍ଧନ କେବଳ ଆପଣମାନଙ୍କ କାର୍‌ ଭିତରେ ସୀମିତ ରହିବ ନାହିଁ।

ଆଗାମୀ ଦିନରେ ତାହା ରୋଷେଇ ଘରେ ପ୍ରବେଶ କରିବ।

ସେଥିପାଇଁ ସରକାର ସ୍ବତନ୍ତ୍ର ଯୋଜନା ଉପରେ କାମ କରୁଛନ୍ତି।

ଇଥାନଲକୁ ଜାଳେଣି ଇନ୍ଧନ ଭାବେ ବ୍ୟବହାର କରିବା ନିମନ୍ତେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଫ୍ରେମ୍‌ୱର୍କ ପ୍ରସ୍ତୁତ କରୁଛି।

ଦେଶରେ ବର୍ଷକୁ ୨୦୦୦ କୋଟି ଲିଟର ଇଥାନଲ୍‌ ଉତ୍ପାଦନ ହେଉଛି।Advertisment  ‌ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ପାଇଁ ସେଥିରୁ ଅତିବେଶିରେ ୧୧୦୦ କୋଟି ଲିଟର ଇଥାନଲ୍‌ ବ୍ୟବହାର ହେଉଛି।

ଅବଶିଷ୍ଟ ପାଖାପାଖି ୯୦୦ କୋଟି ଲିଟର ଇଥାନଲ ବଳକା ରହୁଛି।

ତାହାକୁ ବ୍ୟବହାରଯୋଗ୍ୟ କରିବା ପାଇଁ ସରକାର ରୋଷେଇ ଘର ଜାଳେଣି ଭାବେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଇଥାନଲକୁ ରୋଷେଇ ଘର ଇନ୍ଧନ ଭାବେ ପ୍ରସ୍ତୁତ କରିବା ଓ ତାହାକୁ ଘରେ ଘରେ ପହଞ୍ଚାଇବା ନିମନ୍ତେ କିଭଳି ବ୍ୟବସ୍ଥା ବିକାଶ କରାଯାଇପାରିବ ତାହାକୁ ନେଇ ବିଚାରବିମର୍ଶ ଚାଲିଛି।

ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସେହି ଫ୍ରେମୱର୍କ ପ୍ରସ୍ତୁତ ହୋଇଯିବ।

ଏହି ଇନ୍ଧନର ଗ୍ରହଣୀୟତା ବଢ଼ାଇବା ପାଇଁ ପ୍ରୋତ୍ସାହନ ମଧ୍ୟ ଦିଆଯିବ।

କେୟାର ରେଟିଂସ୍‌ର ଏକ ଆକଳନ ଅନୁସାରେ ଦେଶରେ ସ୍ଥାପନ କରାଯାଉଥିବା ନୂଆ ଇଥାନଲ କାରଖାନା ଦ୍ବାରା ଆଗାମୀ ଦିନରେ ଆଉ ୪୦୦ କୋଟି ଲିଟର ଉତ୍ପାଦନ ହେବ।

ଦେଶରେ ପେଟ୍ରୋଲ୍‌ରେ ମିଶ୍ରଣ ବ୍ୟତୀତ ଇଥାନଲକୁ ମଦ ପ୍ରସ୍ତୁତି, ଔଷଧ ଓ ରସାୟନ ଶିଳ୍ପରେ ମଧ୍ୟ ବ୍ୟବହାର କରାଯାଉଛି।

କିନ୍ତୁ ସେହି ସବୁ ଶିଳ୍ପର ବାର୍ଷିକ ଇଥାନଲ ବ୍ୟବହାର ୩୫୦ କୋଟି ଲିଟରରେ ସୀମିତ ରହିଛି।

ପଶ୍ଚିବଙ୍ଗରେ ସରକାରୀ କାର୍ଯ୍ୟାଳୟରେ କେବଳ ବଙ୍ଗଳା ଭାଷାରେ କାମ ହେବ ଇଥାନଲ ଜାଳେଣି ଇନ୍ଧନ ପାଇଁ ସ୍ବତନ୍ତ୍ର ଷ୍ଟୋଭ୍‌ ଆସିବ।

ସରକାର ତାହା ଉପରେ ଏକକାଳୀନ କିମ୍ବା ଇନ୍ଧନ ଉପରେ ସବ୍‌ସିଡି ଦେଇପାରନ୍ତି।

ଇଥାନଲ ଷ୍ଟୋଭ୍‌ ଉପରେ ଗବେଷଣା ଓ ବିକାଶ କାର୍ଯ୍ୟ କରିବାକୁ ତୈଳ କମ୍ପାନିଗୁଡ଼ିକୁ କୁହାଯାଇଛି।

ସେମାନେ ଅନ୍ୟ ସଂସ୍ଥାଗୁଡ଼ିକ ସହ ସହଯୋଗିତା କରି ଏହି ଗବେଷଣା କରିବେ।

ପୂର୍ବରୁ ଥିବା ଇଥାନଲ ରୋଷେଇ ପ୍ରଯୁକ୍ତି ଗ୍ରହଣ କରିବେ।

ଇଥାନଲକୁ ଯେଭଳି ଲୋକମାନେ ସହଜରେ ପାଇପାରିବେ ସେଥିପାଇଁ ପେଟ୍ରୋଲ ପମ୍ପରେ ସ୍ବତନ୍ତ୍ର ଇଥାନଲ କିଓସ୍କ କିମ୍ବା ଏଟିଏମ୍‌ ଭଳି ବ୍ୟବସ୍ଥା କରାଯିବ।

ଯୁଦ୍ଧ ପାଇଁ ଦେଖାଦେଇଥିବା ଶକ୍ତି ସଙ୍କଟର ସହଜରେ ହେବ ମୁକାବିଲା  ଏହି ଯୋଜନା ସଫଳ ହେଲେ ଅଶୋଧିତ ତୈଳ ଓ ଏଲ୍‌ପିଜି ଆମଦାନି ଉପରେ ରହିିଥିବା ନିର୍ଭରଶୀଳତା ଯଥେଷ୍ଟ ହ୍ରାସ ପାଇବ।

ଦେଶର ବ୍ୟାପକ ବୈଦେଶିକ ମୁଦ୍ରା ସଞ୍ଚୟ ହେବ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଖାଦେଇଥିବା ଶକ୍ତି ସଙ୍କଟକୁ ମଧ୍ୟ ସହଜରେ ମୁକାବିଲା କରାଯାଇପାରିବ।

ଦେଶରେ ଯେଉଁ ବଳକା ଇଥାନଲ ରହୁଛି ତାହାକୁ ପଡ଼ୋଶୀ ଦେଶ ନେପାଳ, ବାଂଲାଦେଶ ଓ ଇଣ୍ଡୋନେସିଆ ଆଦିକୁ ରପ୍ତାନି କରିବା ପାଇଁ ରହିଥିବା ସୁଯୋଗର ଅନୁସନ୍ଧାନ କରିବାକୁ ମଧ୍ୟ ତୈଳ କମ୍ପାନିଗୁଡ଼ିକୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।