Tripura Top Cop Found Dead: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

Jul 20, 2026 - 16:01
Tripura Top Cop Found Dead: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

"ଅଗରତାଲା: ତ୍ରିପୁରା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅନୁରାଗ ଧନଖର ଅଗରତାଲା ପୁଲିସ ମୁଖ୍ୟାଳୟରେ ତାଙ୍କ କାର୍ଯ୍ୟାଳୟ ରୁମ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ।

ଅଧିକାରୀଙ୍କ ଅନୁଯାୟୀ, ଅନୁରାଗ ଧନଖରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅଚେତ ଅବସ୍ଥାରେ ପାଇଥିଲେ।

ତାଙ୍କୁ ତୁରନ୍ତ ଅଗରତାଲାର ଜିବି ପନ୍ତ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତି‌ରେ ଘଟିଛି ସେସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମାଣିକ ସାହା ଏବଂ ମୁଖ୍ୟ ସଚିବ ଜେକେ ସିହ୍ନା ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ସହିତ ହସ୍ପିଟାଲରେ ପହଞ୍ଚିଥିଲେ।Advertisment ପୁଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି।

ଏକ ଫୋରେନସିକ୍ ଦଳ ତାଙ୍କ କାର୍ଯ୍ୟାଳୟ ଯାଞ୍ଚ କରିଛି ଏବଂ ପ୍ରମାଣ ସଂଗ୍ରହ କରୁଛି।

ପୋଷ୍ଟମର୍ଟମ ମଧ୍ୟ ଚାଲିଛି, ଯାହାର ରିପୋର୍ଟ ମୃତ୍ୟୁର କାରଣ ବିଷୟରେ ଅଧିକ ସ୍ପଷ୍ଟ ସୂଚନା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

କିଛି ପ୍ରାରମ୍ଭିକ ରିପୋର୍ଟରେ ଆତ୍ମହତ୍ୟାର ସୂଚନା ଦିଆଯାଇଛି, କିନ୍ତୁ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହାନ୍ତି।

ତଦନ୍ତ ସମାପ୍ତ ହେବା ପୂର୍ବରୁ କୌଣସି ନିଷ୍କର୍ଷ ବାହାର କରିବା ଅନୁଚିତ ହେବ ବୋଲି ପୁଲିସ ସ୍ପଷ୍ଟ କରିଛି।

ଅସମ୍ପୂର୍ଣ୍ଣ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ କିମ୍ବା ପ୍ରସାର ନ କରିବାକୁ ଲୋକଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।

ରାଜ୍ୟର ସର୍ବୋଚ୍ଚ ପୁଲିସ ଅଧିକାରୀଙ୍କ ଆକସ୍ମିକ ମୃତ୍ୟୁ ଖବର ପରେ, ବହୁ ବରିଷ୍ଠ ପୁଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ ଏବଂ ସରକାରୀ ପ୍ରତିନିଧି ପୁଲିସ ମୁଖ୍ୟାଳୟ ଏବଂ ହସ୍ପିଟାଲକୁ ଧାଇଁ ଆସିଥିଲେ।

ଏହି ଘଟଣା ସମଗ୍ର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୋହଲାଇ ଦେଇଛି।

ପଶ୍ଚିବଙ୍ଗରେ ସରକାରୀ କାର୍ଯ୍ୟାଳୟରେ କେବଳ ବଙ୍ଗଳା ଭାଷାରେ କାମ ହେବ ଅନୁରାଗ ଧନଖର ୧୯୯୪ ବ୍ୟାଚ୍ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ଥିଲେ।

ସେ ତ୍ରିପୁରା କ୍ୟାଡରର ଥିଲେ ଏବଂ ୨୦୨୫ ମସିହାରେ ରାଜ୍ୟର ଡିଜିପି ହୋଇଥିଲେ।

ତାଙ୍କର ଦୀର୍ଘ ପ୍ରଶାସନିକ ଏବଂ ପୁଲିସ କ୍ୟାରିୟରରେ, ସେ ପୁଲିସିଂ, ଗୁଇନ୍ଦା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ।

ସେ ଜଣେ ଅଭିଜ୍ଞ, ଦକ୍ଷ ଏବଂ ଉତ୍ସର୍ଗୀକୃତ ଅଧିକାରୀ ଭାବରେ ଜଣାଶୁଣା ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।