WEDNESDAY
01 JULY 2026

Welcome!

Unlock your personalized experience.
Sign Up

Erling Haaland's: ହାଲାଣ୍ଡଙ୍କ କାଓବୟ ଓ ଭାଇକିଂ ଅବତାର

Jul 01, 2026 - 14:44
Erling Haaland's: ହାଲାଣ୍ଡଙ୍କ କାଓବୟ ଓ ଭାଇକିଂ ଅବତାର

ଡାଲାସ: ନରୱେର ତାରକା ଷ୍ଟ୍ରାଇକର୍‌ ଏର୍ଲିଂ ହାଲାଣ୍ଡଙ୍କ କାଓବୟ ଓ ଭାଇକିଂ ଅବତାର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ମଙ୍ଗଳବାର ହାଲାଣ୍ଡଙ୍କ ଗୋଲ୍‌ ବଳରେ ନରୱେ ୨-୧ରେ ଆଇଭରି କୋଷ୍ଟକୁ ହରାଇ ପ୍ରିକ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥଇଲା। ଏହି ବିଜୟ ପରେ ହାଲାଣ୍ଡ ସାମାଜିକ ଗଣମାଧ୍ୟ ‘ଏକ୍ସ’ରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି। ଏଥିରେ ସେ ଦୁଇଟି ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ କାଓବୟ ବୁଟ୍‌ ଓ କାଓବୟ ଟୋପି ପିନ୍ଧି ଗୋଟିଏ ଫଟୋରେ ବସିଥିଲା ବେଳେ ଅନ୍ୟଟିରେ ଠିଆ ହୋଇଛନ୍ତି। ଏହାର ଶିରୋନାମରେ ସେ ଲେଖଇଛନ୍ତି ‘‘ହାଓଡି!’’। ଅଉ ଏକ ଏକ୍ସ ପୋଷ୍ଟରେ ତାଙ୍କ ଦଳ ରାଉଣ୍ଡ ୧୬ରେ ପହଞ୍ଚିବା ପରେ ହାଲାଣ୍ଡ ଭାଇକିଂ ଥିମ୍‌ ଫଟୋ ସେୟାର କରିଛନ୍ତି। ଏଥିରେ ହଲାଣ୍ଡ ନିଜେ ନରୱେ ଜାତୀୟ ଦଳର ଡ୍ରେସ୍‌ ସହ ଭାଇକିଂ ହର୍ଣ୍ଣଡ ହେଲ୍‌ମେଟ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି। ଏହାର କ୍ୟାପ୍‌ସନ୍‌ରେ ସେ କେବଳ ନରୱେ ଜାତୀୟ ପତାକା ଓ ରେଡ୍‌ ହାର୍ଟ ଇମୋଜି ରଖିଛନ୍ତି। ଏହି ଦୁଇ ପୋଷ୍ଟକୁ ଫୁଟ୍‌ବଲ୍‌ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦେବୀଦୋଳରେ ଠାବ ହେଲା ବାଲି ପାହଡ଼: ୪୦୦ ହାଇଓ୍ବା ଟ୍ରିପ ବାଲି ଜବତ

ଅଧିକ ଦେଖନ୍ତୁ: