EPFO Approves New Retirement Withdrawal Plan: ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ EPFOର ବଡ଼ ଯୋଜନା, କେବେଠୁ ମିଳିବ ଲାଭ?
ଅବସର ପରେ PF ଟଙ୍କା ପାଇଁ ଆଉ ଏକାଥରକେ ସମସ୍ତ ସଞ୍ଚୟ ଉଠାଇବାକୁ ପଡ଼ିବନି !
ଏଣିକି ମାସିକ, ତିନି ମାସ କିମ୍ବା ଛଅ ମାସ ବ୍ୟବଧାନରେ କିସ୍ତି ଆକାରରେ ଟଙ୍କା ନେବାର ସୁଯୋଗ ମିଳିପାରେ।
ଏଥିପାଇଁ EPFO ଆଣିବାକୁ ଯାଉଛି ନୂଆ Systematic Withdrawal Plan ବା SWP ଯୋଜନା।
Advertisment ଧରନ୍ତୁ, ଅବସର ସମୟରେ ଆପଣଙ୍କ PF ଖାତାରେ ରହିଛି ୨୦ ଲକ୍ଷ ଟଙ୍କା।
ନୂଆ ଯୋଜନା ଲାଗୁ ହେଲେ ଆପଣ ଏକାଥରକେ ସମସ୍ତ ଟଙ୍କା ଉଠାଇବା ପରିବର୍ତ୍ତେ ନିଜ ଆବଶ୍ୟକତା ଅନୁସାରେ କିଛି କିଛି ଟଙ୍କା ଉଠାଇପାରିବେ।
ଆଉ ଖାତାରେ ରହିଥିବା ବାକି ଟଙ୍କା ଉପରେ ନିୟମ ଅନୁସାରେ ସୁଧ ମିଳିବ।
ଅର୍ଥାତ୍ ଟଙ୍କା ଉଠାଇବା ସହ ବାକି ସଞ୍ଚୟକୁ ମଧ୍ୟ ବଢ଼ିବାର ସୁଯୋଗ ମିଳିବ।
ଉଦାହରଣ ସ୍ୱରୂପ, ୨୦ ଲକ୍ଷ ଟଙ୍କାରୁ ପ୍ରତି ମାସରେ ୧୦ ହଜାର ଟଙ୍କା ଉଠାଇଲେ ବର୍ଷକୁ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ।
ଯଦି ଅବଶିଷ୍ଟ ଟଙ୍କା ଉପରେ ହାରାହାରି ୮ ପ୍ରତିଶତ ସୁଧ ମିଳେ, ତେବେ ଉଦାହରଣ ଅନୁସାରେ ବର୍ଷ ଶେଷରେ ଖାତାରେ ପ୍ରାୟ ୨୦ ଲକ୍ଷ ୩୫ ହଜାର ଟଙ୍କା ରହିପାରେ।
ତେବେ ଏହା କେବଳ ଏକ ଆକଳନ; ୮ ପ୍ରତିଶତ ସୁଧ କିମ୍ବା ୧୦ ହଜାର ଟଙ୍କାର କିସ୍ତି EPFO ଘୋଷଣା କରିନାହିଁ।
Advertisment ଏହି ଯୋଜନା ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ରହିବ।
ଚାହିଁଲେ ସଦସ୍ୟ ପୂର୍ବଭଳି ସମସ୍ତ ଯୋଗ୍ୟ PF ଟଙ୍କା ଏକାଥରକେ ଉଠାଇପାରିବେ।
ସଦସ୍ୟଙ୍କ ମୃତ୍ୟୁ ହେଲେ ନୋମିନି କିମ୍ବା ଯୋଗ୍ୟ ପରିବାର ସଦସ୍ୟ ବାକି ଟଙ୍କା ଉଠାଇବା କିମ୍ବା କିସ୍ତି ଜାରି ରଖିବାର ବିକଳ୍ପ ପାଇପାରନ୍ତି।
ତେବେ ଏହା EPS ମାସିକ ପେନ୍ସନ୍ଠାରୁ ସମ୍ପୂର୍ଣ୍ଣ ଅଲଗା।
ନଭେମ୍ବର ୧୯ରେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।
ପ୍ରାଥମିକ ପର୍ଯ୍ୟାୟରେ ୫୫ ବର୍ଷରୁ ଅଧିକ ବୟସ ଏବଂ PF ଖାତାରେ ୫ ଲକ୍ଷରୁ ଅଧିକ ଟଙ୍କା ଥିବା ପ୍ରାୟ ୬.୩୨ ଲକ୍ଷ ସଦସ୍ୟ ଏଥିରୁ ଲାଭ ପାଇପାରନ୍ତି।
କିନ୍ତୁ ଯୋଜନା ଏବେଠାରୁ ଲାଗୁ ହୋଇନାହିଁ।
EPF ନିୟମରେ ସଂଶୋଧନ ଓ ଔପଚାରିକ ବିଜ୍ଞପ୍ତି ପରେ ହିଁ ଏହାର ଆବେଦନ ପ୍ରକ୍ରିୟା ଓ କିସ୍ତି ସୀମା ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
