EPF Withdrawals Through UPI: UPIରେ ଉଠିପାରିବ PF ଟଙ୍କା, EPFO ଆଣୁଛି ନୂଆ ବ୍ୟବସ୍ଥା
PF ଖାତାଧାରୀଙ୍କ ପାଇଁ ଆସୁଛି ବଡ଼ ଖୁସି ଖବର।
ଏଣିକି ଟଙ୍କା ଉଠାଇବାକୁ ଆଉ ଲମ୍ବା ପ୍ରକ୍ରିୟାରେ ଫସିବେନାହିଁ ।
ଖୁବ୍ଶୀଘ୍ର UPI ଜରିଆରେ ସିଧାସଳଖ PF ଟଙ୍କା ଉଠାଇବାର ସୁବିଧା ଆରମ୍ଭ ହୋଇପାରେ ।
ଡିସେମ୍ବର ସୁଦ୍ଧା ଏହି ସେବା ଆସିବା ସମ୍ଭାବନା ରହିଛି ।
ତେବେ ଏହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।
Advertisment EPFO 3.0 ଅଧୀନରେ ଏହି ନୂଆ ବ୍ୟବସ୍ଥା ଆସିବାକୁ ଯାଉଛି ।
ରିପୋର୍ଟ ଅନୁସାରେ, UPI ଜରିଆରେ ଟଙ୍କା ଉଠାଇବା ପାଇଁ ଟେକ୍ନୋଲୋଜି ପ୍ରସ୍ତୁତ ଥିବା ବେଳେ ଟ୍ରାଏଲ୍ ପ୍ରାୟ ଶେଷ ହୋଇଛି ।
ଏହା ସହ ATM ଜରିଆରେ ମଧ୍ୟ PF ଟଙ୍କା ଉଠାଇବାର ସୁବିଧା ଯୋଜନାରେ ରହିଛି ।
ଅର୍ଥାତ୍ PF ଟଙ୍କା ପାଇବା ପ୍ରକ୍ରିୟା ଆହୁରି ସହଜ ହୋଇପାରେ ।
କେବଳ ଟଙ୍କା ଉଠାଣ ନୁହେଁ, PF କ୍ଲେମ୍ ସେଟଲମେଣ୍ଟରେ ମଧ୍ୟ ଆସିବ ବଡ଼ ପରିବର୍ତ୍ତନ ।
ଯେଉଁ କ୍ଲେମ୍ଗୁଡ଼ିକ ଆବଶ୍ୟକ ଯାଞ୍ଚ ଓ ରିସ୍କ ମ୍ୟାନେଜମେଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ, ସେଗୁଡ଼ିକ ସ୍ୱୟଂଚାଳିତ ଭାବେ ସେଟଲ୍ ହୋଇପାରିବ ।
ଫଳରେ ବର୍ତ୍ତମାନର ପ୍ରାୟ ୨୦ ଦିନର ପ୍ରକ୍ରିୟା କମି ୩ ଦିନରୁ ମଧ୍ୟ କମ୍ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।
Advertisment ଏହାସହ ନୂଆ IT ବ୍ୟବସ୍ଥା ଓ Core Banking Solution ଆସିବ ।
ଗିଗ୍ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ମଧ୍ୟ ବିଭିନ୍ନ ପେମେଣ୍ଟ ପ୍ଲାଟଫର୍ମ ଜରିଆରେ PF ଯୋଗଦାନ କରିବାର ସୁଯୋଗ ପାଇପାରନ୍ତି ।
ଅନ୍ୟପଟେ, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ କିସ୍ତିରେ PF ଟଙ୍କା ଉଠାଇବାର Systematic Withdrawal Planକୁ ମଧ୍ୟ ଅନୁମୋଦନ ମିଳିଛି ।
ତେବେ EPFO 3.0ର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଓ ନୂଆ ସୁବିଧାର ତାରିଖ ନେଇ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
