Environmental: ମଣିଷ ଭଳି ସିମ୍ପାଞ୍ଜି ଓ ବୋନୋବୋ ବି ଦିଅନ୍ତି ଆଶ୍ୱାସନା

Sep 08, 2026 - 10:01
Environmental: ମଣିଷ ଭଳି ସିମ୍ପାଞ୍ଜି ଓ ବୋନୋବୋ ବି ଦିଅନ୍ତି ଆଶ୍ୱାସନା

"ଝଗଡ଼ା ବଢ଼ି ବିସ୍ଫୋରକ ରୂପ ନେବା ପୂର୍ବରୁ ଯଦି କେହି ଆପଣଙ୍କୁ ଆଲିଙ୍ଗନ କରି କହିଦିଏ "ମୁଁ ତୁମ ସହିତ ଅଛି" ତେବେ ମନ ଟିକେ ଶାନ୍ତ ହୋଇଯାଏ।

ଆଶ୍ଚର୍ଯ୍ୟର କଥା ହେଉଛି, ଏଭଳି ଆଚରଣ କେବଳ ମଣିଷଙ୍କ ମଧ୍ୟରେ ଦେଖାଯାଏ ନାହିଁ।

ସିମ୍ପାଞ୍ଜି ଓ ବୋନୋବୋମାନେ ମଧ୍ୟ ଚାପ କିମ୍ବା ଝଗଡ଼ା ସମୟରେ ପରସ୍ପରକୁ ଆଲିଙ୍ଗନ, ସ୍ପର୍ଶ ଓ ଚୁମ୍ବନ ମାଧ୍ୟମରେ ଆଶ୍ୱାସନା ଦେଇଥାନ୍ତି।Advertisment Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ ଡରହାମ୍‌ ୟୁନିଭର୍ସିଟିର ଗବେଷକମାନେ ସିମ୍ପାଞ୍ଜି ଓ ବୋନୋବୋଙ୍କ ସାମାଜିକ ଆଚରଣ ଉପରେ ଅଧ୍ୟୟନ କରି ଏହି ରୋଚକ ତଥ୍ୟ ଜାଣିବାକୁ ପାଇଛନ୍ତି।

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ଓ ଜାମ୍ବିଆର ଦୁଇଟି ଅଭୟାରଣ୍ୟରେ ଏହି ଅଧ୍ୟୟନ କରାଯାଇଥିଲା।

ଗବେଷକମାନେ ସିମ୍ପାଞ୍ଜି ଓ ବୋନୋବୋମାନଙ୍କୁ ଖାଦ୍ୟ ଦେବା ପୂର୍ବରୁ ପ୍ରାୟ ପାଞ୍ଚ ମିନିଟ୍ ଧରି ସେମାନଙ୍କ ଆଚରଣକୁ ଧ୍ୟାନର ସହ ପର୍ଯ୍ୟବେକ୍ଷଣ କରିଥିଲେ।

ବିଶେଷକରି ବାଦାମ ଭଳି ଖାଦ୍ୟ ଦିଆଯିବା ପୂର୍ବରୁ ଅନେକ ସିମ୍ପାଞ୍ଜି ପରସ୍ପରକୁ ଛୁଇଁବା, ଆଲିଙ୍ଗନ କରିବା ଓ ଚୁମ୍ବନ ଭଳି ଆଚରଣ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା।

ଗବେଷଣାର ସବୁଠାରୁ ରୋଚକ ଦିଗ ହେଉଛି, ଯେଉଁ ବଣମଣିଷମାନେ ପରସ୍ପରକୁ ଅଧିକ ଆଲିଙ୍ଗନ ଓ ସ୍ପର୍ଶ କରୁଥିଲେ, ସେମାନେ ଖାଦ୍ୟକୁ ନେଇ ଅଧିକ ଶାନ୍ତ ରହୁଥିଲେ।

ଏଥିରୁ ଜଣାପଡ଼ୁଛି ଯେ, ଆଲିଙ୍ଗନ ଓ ସ୍ପର୍ଶ ସେମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରଶମିତ କରାଇବା ସହ ସାମାଜିକ ସମ୍ପର୍କକୁ ମଧ୍ୟ ମଜଭୁତ କରିଥାଏ।

ଗବେଷଣାର ସବୁଠାରୁ ରୋଚକ ଦିଗ ହେଉଛି, ଯେଉଁ ବଣମଣିଷମାନେ ପରସ୍ପରକୁ ଅଧିକ ଆଲିଙ୍ଗନ ଓ ସ୍ପର୍ଶ କରୁଥିଲେ, ସେମାନେ ଖାଦ୍ୟକୁ ନେଇ ଅଧିକ ଶାନ୍ତ ରହୁଥିଲେ।

ଏଥିରୁ ଜଣାପଡ଼ୁଛି ଯେ, ଆଲିଙ୍ଗନ ଓ ସ୍ପର୍ଶ ସେମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରଶମିତ କରାଇବା ସହ ସାମାଜିକ ସମ୍ପର୍କକୁ ମଧ୍ୟ ମଜଭୁତ କରିଥାଏ।

Health: ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଗୁରୁତର ଶିଶୁ କେତେକ ଦଳରେ ତ ଜଣେ ବଣମଣିଷକୁ ଆଲିଙ୍ଗନ କରିବା ପରେ ଆଉ ଜଣେ, ତା"ପରେ ଆଉ ଜଣେ ଏଭଳି ଭାବରେ ପରସ୍ପରକୁ ଆଲିଙ୍ଗନ କରୁଥିବା ଦୃଶ୍ୟ ମଧ୍ୟ ଗବେଷକମାନେ ଦେଖିଥିଲେ।

ଗବେଷକମାନେ ଏହାକୁ "ରିଆସ୍ୟୁରାନ୍ସ ଟ୍ରେନ୍" ବା ପରସ୍ପରକୁ ଆଶ୍ୱାସନା ଦେବାର ଏକ ଶୃଙ୍ଖଳା ସହ ତୁଳନା କରିଛନ୍ତି।

ବୈଜ୍ଞାନିକମାନଙ୍କ ମତରେ, ଏଭଳି ସାମାଜିକ ସ୍ପର୍ଶର ଅଭ୍ୟାସ ହୁଏତ ମଣିଷ, ସିମ୍ପାଞ୍ଜି ଓ ବୋନୋବୋଙ୍କ ସାଧାରଣ ପୂର୍ବଜଙ୍କ ସମୟରୁ ଚାଲିଆସୁଛି।

ଅର୍ଥାତ୍, ଏହା ପ୍ରାୟ ୭୦ ଲକ୍ଷ ବର୍ଷ ପୁରୁଣା ଏକ ସାମାଜିକ ଆଚରଣ ହୋଇଥାଇପାରେ।

ଆଜି ମଧ୍ୟ ମଣିଷ ଜୀବନରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ।

ଫୁଟବଲ୍ ମ୍ୟାଚ୍ ପୂର୍ବରୁ ଖେଳାଳିମାନେ ଏକାଠି ହୋଇ "ହଡଲ୍" କରିବା, ବନ୍ଧୁଙ୍କୁ ଆଲିଙ୍ଗନ କରିବା କିମ୍ବା କାହାର କାନ୍ଧରେ ହାତ ରଖିବା ଏସବୁ ହୁଏତ ଆମର ପ୍ରାଚୀନ ସାମାଜିକ ଐତିହ୍ୟର ଏକ ଅଂଶ।

ଭାଷା ଆସିବାର ବହୁ ପୂର୍ବରୁ ହୁଏତ ସ୍ପର୍ଶ ହିଁ ମଣିଷ, ପଶୁ ଓ ତାହାର ପୂର୍ବଜଙ୍କୁ ଏକ ସରଳ ବାର୍ତ୍ତା ଦେଇଆସୁଛି “ମୁଁ ନୁହେଁ, ଆମେ।”"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)