Environmental warrior: ପରିବେଶ ଯୋଦ୍ଧା: ଅଭିଷେକଙ୍କ ଅଭିନବ ପ୍ରୟାସ
"ବାଲେଶ୍ୱରର ଯୁବ ସ୍ୱେଚ୍ଛାସେବୀ ଅଭିଷେକ ମଣି ପରିବେଶ ସୁରକ୍ଷା ଦିଗରେ ନିରନ୍ତର କାମ କରୁଛନ୍ତି।
ଜଳବାୟୁ, ଜଳ ସୁରକ୍ଷା ଓ ଗୋଷ୍ଠୀ ବିକାଶକୁ ନେଇ ତାଙ୍କର ପ୍ରୟାସ ଜାରି ରହିଛି।
ବର୍ତ୍ତମାନ ଅଭିଷେକ "ଗୋକାରିନ୍" ସଂଗଠନର ପ୍ରୋଜେକ୍ଟ ମୁଖ୍ୟ ଭାବେ ପରିବେଶ ପାଇଁ କାର୍ଯ୍ୟ କରୁଛନ୍ତି।
ସେ ସ୍ଥାନୀୟ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ତାହାର ବ୍ୟାବହାରିକ ଓ ସ୍ଥାୟୀ ସମାଧାନ ଖୋଜିବା ଉପରେ ଗୁରୁତ୍ୱ ଦେଉଛନ୍ତି।
ୱାଟର୍ ଏଡ୍ ଇଣ୍ଡିଆ, ୟୁନିସେଫ୍ ଓ ୟୁନେସ୍କୋ ସମେତ ବିଭିନ୍ନ ଅନ୍ତର୍ଜାତୀୟ ଯୁବ ଓ ଜଳବାୟୁ ନେଟୱାର୍କ ସହ ଜଡ଼ିତ ପଦକ୍ଷେପରେ କାମ କରିବାର ଅଭିଜ୍ଞତା ତାଙ୍କ ଦୃଷ୍ଟିକୋଣକୁ ଆହୁରି ବ୍ୟାପକ କରିଛି।
Advertisment CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ ଅଭିଷେକଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା ସହ ଲୋକଙ୍କ ପାଇଁ ନୂଆ ଜୀବିକା ସୃଷ୍ଟି କରିବା।
ସ୍ଥାନୀୟ ପରିବେଶୀୟ ସମସ୍ୟାକୁ ଚିହ୍ନଟ କରି ସେଗୁଡ଼ିକୁ ଗ୍ରାମୀଣ ଜୀବିକା, ସମ୍ପ୍ରଦାୟ ସଶକ୍ତୀକରଣ ଓ ସ୍ଥାୟୀ ବିକାଶର ସୁଯୋଗରେ ପରିଣତ କରିବାକୁ ସେ ଉଦ୍ୟମ କରୁଛନ୍ତି।
ସଂସ୍ଥାର ସଦସ୍ୟମାନଙ୍କ ସହ ସେ ପଶୁପାଳନ, ବୃକ୍ଷରୋପଣ, ଜଳବାୟୁ କାର୍ଯ୍ୟ, ସଚେତନତା କାର୍ଯ୍ୟକ୍ରମ, ସ୍ଥାୟୀ କୃଷି ଓ ଗ୍ରାମୀଣ ଉଦ୍ୟୋଗ ଭଳି ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି।
ଏଥିମଧ୍ୟରୁ ପଶୁପାଳନରୁ ପରିବେଶ ଉପରେ ପଡୁଥିବା ପ୍ରଭାବ କମାଇବା ଏକ ପ୍ରମୁଖ କ୍ଷେତ୍ର।
ସେ କହନ୍ତି- ଏହି ଦିଗରେ ଗୋଖାଦ୍ୟରେ ଲାଲ୍ ଶୈବାଳ ବ୍ୟବହାର ଭଳି ନୂଆ ପଦ୍ଧତି ଉପରେ ଅନୁସନ୍ଧାନ କରାଯାଉଛି।
ଗୋପାଳନରୁ ହେଉଥିବା ମିଥେନ୍ ଗ୍ୟାସ୍ ନିର୍ଗମନ କମାଇବାରେ ଏହି ପଦ୍ଧତି କେତେଦୂର ସାହାଯ୍ୟ କରିପାରିବ, ସେଥିନେଇ ଅଧ୍ୟୟନ ଚାଲିଛି।
କୃଷି ଓ ପଶୁପାଳନ କ୍ଷେତ୍ର ସହ ସିଧାସଳଖ ଭାବେ ଜଡ଼ିତ ରହି ଅଭିଷେକ ଜଳବାୟୁ ସଚେତନତା କ୍ଷେତ୍ରରେ ନୂଆ ପଦକ୍ଷେପ ଆଣିବାକୁ ଚେଷ୍ଟା କରୁଛନ୍ତି।
ଏହାର ଲକ୍ଷ୍ୟ ହେଉଛି ପଶୁପାଳନକୁ ଅଧିକ ସ୍ଥାୟୀ କରିବା, ଚାଷୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଓ ପରିବେଶ ଉପରେ ଚାପ କମାଇବା।
Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...
ଅଭିଷେକ ତାଙ୍କ ସଂସ୍ଥା ମାଧ୍ୟମରେ ଗୋବରକୁ ଉପଯୋଗୀ ଉତ୍ପାଦରେ ପରିଣତ କରି ଗ୍ରାମୀଣ ଲୋକଙ୍କ ପାଇଁ ନୂଆ ଜୀବିକାର ସୁଯୋଗ ସୃଷ୍ଟି କରୁଛନ୍ତି।
ସେ କହନ୍ତି- ଗୋବରରୁ ଅଗରବତି ତିଆରି ପାଇଁ ଲୋକଙ୍କୁ ତାଲିମ ଓ କୌଶଳ ବିକାଶର ସୁଯୋଗ ଦିଆଯାଉଛି।
ଏହାସହ ଚିଲିକା ହ୍ରଦରେ ବଢ଼ୁଥିବା ଫ୍ରାଗ୍ମାଇଟ୍ସ ଘାସକୁ ମଧ୍ୟ ଉପଯୋଗ କରିବା ଉପରେ କାମ କରାଯାଉଛି।
ଏହି ଘାସ ଅଧିକ ପରିମାଣରେ ବଢ଼ିଲେ ହ୍ରଦର ପରିବେଶ ଉପରେ ପ୍ରଭାବ ପଡ଼ିପାରେ।
ତେଣୁ ସଂଗୃହୀତ ଘାସକୁ ଅଗରବତି ତିଆରିରେ କଞ୍ଚାମାଲ ଭାବେ ବ୍ୟବହାର କରିବାର ପ୍ରୟାସ ହେଉଛି।
ଆଗାମୀ ଦିନରେ କୃଷି ଅବଶେଷ ଓ ଜୈବିକ ବାୟୋମାସ୍ରୁ ଜୈବିକ ପେଲେଟ୍ ତିଆରି କରିବା ଉପରେ ମଧ୍ୟ ଗବେଷଣା କରିବାକୁ ଅଭିଷେକ ଯୋଜନା କରୁଛନ୍ତି।
ସ୍ଥାନୀୟ ଭାବେ ମିଳୁଥିବା ଅପଚୟ ସାମଗ୍ରୀକୁ ଇନ୍ଧନରେ ପରିଣତ କରିବା ଦ୍ୱାରା ଅପଚୟର ଠିକ୍ ବ୍ୟବହାର ହେବା ସହ ଏକ ନୂଆ ଆୟ ଉତ୍ସ ସୃଷ୍ଟି ହୋଇପାରିବ।
ପରିବେଶ ସୁରକ୍ଷା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ଅଭିଷେକଙ୍କୁ "ୱାଟରଏଡ୍ ଇଣ୍ଡିଆ" ପକ୍ଷରୁ "ନ୍ୟାସନାଲ୍ ୱାଟର ଚାମ୍ପିଅନ" ଭାବେ ସମ୍ମାନିତ କରାଯାଇଛି। େସ ପରିବେଶ ସୁରକ୍ଷା ସହ ଗ୍ରାମୀଣ ଜୀବିକାକୁ ଯୋଡ଼ି ଏକ ସ୍ଥାୟୀ ମଡେଲ୍ ତିଆରି କରିବାର ପ୍ରୟାସ ନିଶ୍ଚିତ ଭାବେ ଅନ୍ୟ ଯୁବକଙ୍କ ପାଇଁ ପ୍ରେରଣାପ୍ରଦ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
