Dhanteras: କ’ଣ ରହିଛି ଧନତେରସରେ ୧୩ଟି ଦୀପ ଜାଳିବାର ନିୟମ, ଘରର ଏହି ୮ଟି ସ୍ଥାନରେ ଜାଳନ୍ତୁ ଦୀପ

Nov 05, 2026 - 17:13
Dhanteras: କ’ଣ ରହିଛି ଧନତେରସରେ ୧୩ଟି ଦୀପ ଜାଳିବାର ନିୟମ, ଘରର ଏହି ୮ଟି ସ୍ଥାନରେ ଜାଳନ୍ତୁ ଦୀପ

କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ବା ଧନତେରସ କେବଳ ସୁନା, ରୁପା କିମ୍ବା ନୂଆ ବାସନ କିଣିବାର ପର୍ବ ନୁହେଁ, ଏହା ଦୀପଦାନର ମହାପର୍ବ ମଧ୍ୟ।

ପଞ୍ଜିକା ଅନୁସାରେ ୨୦୨୬ ନଭେମ୍ବର ୬ ତାରିଖ, ଶୁକ୍ରବାର ଦିନ ଧନତେରସ ପାଳନ କରାଯାଉଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ରାତିରେ ଠିକ୍ ଦିଗ ଓ ଠିକ୍ ସ୍ଥାନରେ ଦୀପ ଜାଳିବା ଦ୍ୱାରା ଯମରାଜ ଙ୍କ ଭୟ ଦୂର ହୁଏ, ଜାତକରେ ଥିବା ଶନି ଦୋଷ ଶାନ୍ତ ହୁଏ ଏବଂ ଘରେ ମା' ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଥାଏ ବୋଲି ବିଶ୍ୱାସ ରହିଛି।

Advertisment ଆସନ୍ତୁ ଜାଣିବା, ଧନତେରସରେ ଦୀପ ଜାଳିବାର ଠିକ୍ ନିୟମ କ'ଣ ଏବଂ କେଉଁ ସବୁ ସ୍ଥାନରେ ଦୀପ ଜାଳିବା ଆବଶ୍ୟକ।

ଧାର୍ମିକ ମାନ୍ୟତା ଅନୁସାରେ, ଧନତେରସ ସନ୍ଧ୍ୟାରେ ମୋଟ ୧୩ଟି ଦୀପ ଜାଳିବାର ବିଧି ରହିଛି।

୧୩ ସଂଖ୍ୟାକୁ ସ୍ୱାସ୍ଥ୍ୟ, ସୁଖ ଓ ବାଧାବିଘ୍ନର ବିନାଶର ପ୍ରତୀକ ବୋଲି ମନେ କରାଯାଏ।

ଏଥିମଧ୍ୟରୁ ସବୁଠାରୁ ମୁଖ୍ୟ ଦୀପକୁ 'ଯମ ଦୀପ' କୁହାଯାଏ।

ଅକାଳ ମୃତ୍ୟୁ ଓ ଦୀର୍ଘଦିନର ରୋଗରୁ ରକ୍ଷା ପାଇବା ପାଇଁ ଏହି ଦୀପ ଜାଳିବାର ପରମ୍ପରା ରହିଛି।

ଧନତେରସରେ ଘରର ଏହି ୮ଟି ସ୍ଥାନରେ ନିଶ୍ଚୟ ଜାଳନ୍ତୁ ଦୀପ ଧନତେରସ ସନ୍ଧ୍ୟାରେ ଠିକ୍ ସ୍ଥାନରେ ତେଲ କିମ୍ବା ଘିଅର ଦୀପ ଜାଳିବା ଦ୍ୱାରା ଘରର ବାସ୍ତୁ ଦୋଷ, ଗ୍ରହ ବାଧା ଓ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

ଜାଣନ୍ତୁ ସେହି ୮ଟି ସ୍ଥାନ ବିଷୟରେ।

୧.

ଯମ ଦୀପ (ଘର ବାହାରେ) - ସ୍ଥାନ: ଘରର ମୁଖ୍ୟ ଦ୍ୱାର ବାହାରେ ଦକ୍ଷିଣ ଦିଗରେ। - ତେଲ: ସୋରିଷ ତେଲ। - ଲାଭ: ଅକାଳ ମୃତ୍ୟୁର ଭୟରୁ ରକ୍ଷା ମିଳିବା ସହ ଯମ ଦୋଷରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି।

୨.

ଘରର ମନ୍ଦିର (ପୂଜା ଘର) - ସ୍ଥାନ: ମା' ଲକ୍ଷ୍ମୀ ଓ କୁବେର ଦେବଙ୍କ ପ୍ରତିମା ସମ୍ମୁଖରେ। - ତେଲ/ଘିଅ: ଶୁଦ୍ଧ ଦେଶୀ ଘିଅ। - ଲାଭ: ଆର୍ଥିକ ଅଭାବ ଦୂର ହେବା ସହ ଘରେ ଧନସମ୍ପତ୍ତି ଓ ସମୃଦ୍ଧି ରହିଥାଏ ବୋଲି ବିଶ୍ୱାସ ରହିଛି।

୩.

ତୁଳସୀ ଗଛ - ସ୍ଥାନ: ତୁଳସୀ ଚଉରା ପାଖରେ। - ତେଲ/ଘିଅ: ଦେଶୀ ଘିଅ କିମ୍ବା ରାଶି ତେଲ। - ଲାଭ: ପରିବାରରେ ସୁଖଶାନ୍ତି ବଜାୟ ରହିବା ସହ ସକାରାତ୍ମକ ଶକ୍ତିର ସଞ୍ଚାର ହୁଏ।

୪.

ମୁଖ୍ୟ ଦ୍ୱାର (ଦୁଆର ମୁହଁ) - ସ୍ଥାନ: ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ। - ତେଲ: ରାଶି କିମ୍ବା ସୋରିଷ ତେଲ। - ଲାଭ: ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିପାରେ ନାହିଁ ଏବଂ ବାସ୍ତୁ ଦୋଷ ଦୂର ହୁଏ ବୋଲି ମାନ୍ୟତା ରହିଛି।

୫.

ରୋଷେଇ ଘର - ସ୍ଥାନ: ପିଇବା ପାଣି ରଖାଯାଉଥିବା ମାଠିଆ କିମ୍ବା ଜଳ ଉତ୍ସ ପାଖରେ। - ତେଲ/ଘିଅ: ଶୁଦ୍ଧ ଦେଶୀ ଘିଅ। - ଲାଭ: ପିତୃ ଦୋଷରୁ ମୁକ୍ତି ମିଳିବା ସହ ମା' ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ରହିଛି।

୬.

ଅଶ୍ୱତ୍ଥ କିମ୍ବା ବେଲ ଗଛ - ସ୍ଥାନ: ଘର ପାଖରେ ଥିବା ଗଛର ମୂଳ ପାଖରେ। - ତେଲ: ସୋରିଷ ତେଲ। - ଲାଭ: ଶନିଙ୍କ ସାଢ଼େସାତୀ, ଢୈୟା ଓ ଗ୍ରହଜନିତ ଗୁରୁତର ବାଧାରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି।

୭.

ଘରର ଛାତ - ସ୍ଥାନ: ଛାତର ଖୋଲା ସ୍ଥାନର କୌଣସି ଏକ କୋଣରେ। - ତେଲ: ରାଶି କିମ୍ବା ସୋରିଷ ତେଲ। - ଲାଭ: ଅଜଣା ଭୟ, ଚିନ୍ତା ଓ ମାନସିକ ଅଶାନ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି।

୮.

ବ୍ରହ୍ମସ୍ଥାନ (ଘରର ମଧ୍ୟଭାଗ) - ସ୍ଥାନ: ଘରର ଠିକ୍ ମଧ୍ୟଭାଗରେ। - ତେଲ/ଘିଅ: ଦେଶୀ ଘିଅ କିମ୍ବା ରାଶି ତେଲ। - ଲାଭ: ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ଭଲପାଇବା ଓ ଶାନ୍ତି ବୃଦ୍ଧି ପାଏ।

ଦୀପଦାନ କରିବାର ଜରୁରୀ ନିୟ ମ - ସୂର୍ଯ୍ୟାସ୍ତ ପରେ ଅର୍ଥାତ୍ ପ୍ରଦୋଷ କାଳରେ ଦୀପଦାନ କରନ୍ତୁ। - କୌଣସି ଦୀପ ଭଙ୍ଗା କିମ୍ବା ଖଣ୍ଡିତ ହୋଇ ନଥିବା ଆବଶ୍ୟକ। - ଯମ ଦୀପର ଶିଖା ସର୍ବଦା ଦକ୍ଷିଣ ଦିଗକୁ ରହିବା ଉଚିତ।

ଯମ ଦୀପ ଜାଳିବାର ସଠିକ୍ ବିଧି ଯମରାଜଙ୍କ ଉଦ୍ଦେଶ୍ୟରେ ଜାଳାଯାଉଥିବା ଦୀପ ବର୍ଷକୁ କେବଳ ଧନତେରସ ଓ ଛୋଟ ଦୀପାବଳି ଦିନ ଜାଳିବାର ପରମ୍ପରା ରହିଛି।

ଏହି ଦୀପ ଜାଳିବା ସମୟରେ କେତେକ ବିଶେଷ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। - କିପରି ଦୀପ ହେବା ଉଚିତ: ଏଥିପାଇଁ ମାଟିର ପୁରୁଣା କିମ୍ବା ନୂଆ ଚାରିମୁଖୀ (ଚାରୋଟି ବତୀ ଥିବା) ଦୀପ ନିଅନ୍ତୁ।

ଏଥିରେ ସୋରିଷ ତେଲ ଭରନ୍ତୁ। - ଦୀପରେ କ'ଣ ପକାଇବେ: ତେଲରେ ଗୋଟିଏ ତମ୍ବା ମୁଦ୍ରା ଏବଂ ଅଳ୍ପ କଉଡ଼ି କିମ୍ବା କଳା ରାଶି ପକାଇବା ଶୁଭ ବୋଲି ମନେ କରାଯାଏ। - ଶୁଭ ସମୟ: ଯମ ଦୀପ ସର୍ବଦା ପ୍ରଦୋଷ କାଳରେ ଅର୍ଥାତ୍ ସୂର୍ଯ୍ୟାସ୍ତର ଠିକ୍ ପରେ ଜାଳିବା ଉଚିତ। - ଦିଗ: ଦୀପର ଶିଖା ସର୍ବଦା ଦକ୍ଷିଣ ଦିଗକୁ ରଖନ୍ତୁ।

କାରଣ ଦକ୍ଷିଣ ଦିଗକୁ ଯମରାଜ ଓ ପିତୃପୁରୁଷଙ୍କ ଦିଗ ବୋଲି ମନେ କରାଯାଏ। - ଜରୁରୀ ସାବଧାନତା: ପରିବାରର କୌଣସି ବୟସ୍କ ସଦସ୍ୟ ଏହି ଦୀପ ଜାଳି ଘରର ମୁଖ୍ୟ ଦ୍ୱାର ବାହାରେ ଦକ୍ଷିଣ ଦିଗରେ ରଖିବା ଉଚିତ।

ଦୀପ ରଖିବା ପରେ ପଛକୁ ନବୁଲି ସିଧା ଘର ଭିତରକୁ ଆସନ୍ତୁ ଏବଂ ହାତଗୋଡ଼ ଧୋଇ ଦିଅନ୍ତୁ।

ଶନି ଓ ଯମ ଦୋଷରୁ କିପରି ମିଳେ ମୁକ୍ତି?

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳ ଦାତା ଏବଂ ଯମରାଜଙ୍କୁ ଧର୍ମରାଜ ବୋଲି କୁହାଯାଏ।

ଉଭୟଙ୍କ ସହ ନ୍ୟାୟ ଓ ସଂଯମର ସମ୍ପର୍କ ରହିଛି।

ଧନତେରସ ସନ୍ଧ୍ୟାରେ ଦକ୍ଷିଣ ଦିଗରେ ଏବଂ ଅଶ୍ୱତ୍ଥ ଗଛ ତଳେ ସୋରିଷ ତେଲର ଚାରିମୁଖୀ ଦୀପ ଜାଳିବା ଦ୍ୱାରା ଶନି ଓ ଯମଙ୍କ ଅଶୁଭ ପ୍ରଭାବ ଶାନ୍ତ ହୁଏ ବୋଲି ଜ୍ୟୋତିଷ ମତ ରହିଛି।

ଏହାଦ୍ୱାରା ଜାତକରେ ଚାଲିଥିବା ଶନିଙ୍କ ଅଶୁଭ ଦଶା, ଅଟକି ରହିଥିବା ଧନ ଏବଂ ପାରିବାରିକ ଅଶାନ୍ତି ହ୍ରାସ ପାଏ ବୋଲି ବିଶ୍ୱାସ କରାଯାଏ।

ଉପରୋକ୍ତ ତଥ୍ୟ ଧାର୍ମିକ ଓ ଜ୍ୟୋତିଷୀୟ ମାନ୍ୟତା ଉପରେ ଆଧାରିତ।

ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଆକଳନ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍‌, ସମ୍ପୂର୍ଣ୍ଣ ଆକଳନ ପାଇଁ ଆହୁରି ଲାଗିବ ୮ ଦିନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)