Environment Panchayat: ଖଡ଼ିଆଳରେ ପରିବେଶ ପଞ୍ଚାୟତ: ‘ପରିବେଶ ସୁରକ୍ଷିତ ନ ରହିଲେ ବିପଦ ସୁନିଶ୍ଚିତ’

Sep 06, 2026 - 06:45
Environment Panchayat: ଖଡ଼ିଆଳରେ ପରିବେଶ ପଞ୍ଚାୟତ: ‘ପରିବେଶ ସୁରକ୍ଷିତ ନ ରହିଲେ ବିପଦ ସୁନିଶ୍ଚିତ’

"ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାମ ନାଁରେ ବହୁ ସଂଖ୍ୟାରେ ଗଛ କଟାଯାଉଛି।

ଅଥଚ ସେହି ଅନୁପାତରେ ଗଛ ଲଗାଯାଉନି।

ଗଛ କାଟିବା ଯୋଗୁଁ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି।

ବର୍ତ୍ତମାନ ଯେପରି ଭାବେ ଗରମ ଅନୁଭୂତ ହେଉଛି ସେଥିପାଇଁ ମଣିଷ ହିଁ ଦାୟୀ।

ବାୟୁ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି।

ଏଭଳି ପରିସ୍ଥିତିର ମୁକାବିଲା ଲାଗି ସଭିଏଁ ଏକ ହେବାକୁ ପଡ଼ିବ।

ପରିବେଶ ସୁରକ୍ଷାରେ ଅବହେଳା ହେଲେ ମାନବ ସମାଜ ପାଇଁ ଏକ ବଡ଼ ବିପଦ ଅପେକ୍ଷା କରି ରହିଛି।

ଶନିବାର ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିର୍ବାଚନମଣ୍ଡଳୀ ଖୁଦପେଜ ଗାଁର ଆଦର୍ଶ ବଜାରରେ "ସମ୍ବାଦ" ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏହା କହିଛନ୍ତି।Advertisment Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ଜଳବାୟୁ ପରିବର୍ତ୍ତନର ପ୍ରଭାବ କେତେ ଭୟଙ୍କର ହୋଇପାରେ ଅଗଷ୍ଟ ୨୫ରେ ନେପାଳରେ ଘଟିଥିବା ଆକସ୍ମିକ ବନ୍ୟା ତାହାର ଜ୍ବଳନ୍ତ ଦୃଷ୍ଟାନ୍ତ ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ।

ଏବେ ଆମ ସମସ୍ତଙ୍କୁ ସଚେତନ ହେବାର ସମୟ ଆସିଛି।

ପରିବେଶ ସୁରକ୍ଷା ପାଇଁ ସମସ୍ତେ ଗଛ ଲଗାଇବାକୁ ଶ୍ରୀ ପାଣିଗ୍ରାହୀ ଆହ୍ବାନ ଦେବା ସହ ଖୁଦପେଜ ଗ୍ରାମରେ ବନୀକରଣ ପାଇଁ ୨ ଲକ୍ଷ ଟଙ୍କା ଘୋଷଣା କରିଥିଲେ।

ମୁଖ୍ୟବକ୍ତା ଭାବେ ପରିବେଶବିତ୍‌ ତଥା ୱାଇଲ୍‌ଡ ଲାଇଫ୍‌ ୱାର୍ଡେନ ମାୟାଧର ସରାଫ କହିଥିଲେ ଯେ ପରିବେଶକୁ କୌଣସି କ୍ଷତି ପହଞ୍ଚାଇବା ଆଗରୁ ଭବିଷ୍ୟତକୁ ଚିନ୍ତା କରିବା ସମୟ ଆସିଛି।

ପରିବେଶ ସୁରକ୍ଷା ଆମ ହାତରେ।

Miss World 2026: ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଲେ ଜୋହେରି ମୋଲ୍ ଗଛ ଲଗାଇବା, ପଲିଥିନ୍‌ ଓ ପ୍ଲାଷ୍ଟିକ୍‌କୁ ବର୍ଜନ କରିବା ପାଇଁ ସମସ୍ତେ ଦୃଢ଼ ନିଷ୍ପତ୍ତି ନେବାକୁ ଆହ୍ବାନ ଦେଇଥିଲେ।

ସମ୍ମାନିତ ଅତିଥି ଖୁଦପେଜ ପଞ୍ଚାୟତ ସରପଞ୍ଚ ଯଶୋଦା ଶତପଥୀ, ସମାଜସେବୀ ରାଧେଶ୍ୟାମ ଶତପଥୀ ମଞ୍ଚାସୀନ ଥିଲେ। "ସମ୍ବାଦ" ଜିଲ୍ଲା ପ୍ରତିନିଧି ଅଶ୍ବିନୀ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନ କରିଥିବାବେଳେ ଶ୍ରୀ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ଖଡ଼ିଆଳ "ସମ୍ବାଦ" ପ୍ରତିନିଧି ବ୍ରଜରାଜ ମହାନ୍ତି ଓ ହୀରାଧର ମେହେର ସହଯୋଗ କରିଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)