Entertainment: ଦୁଇ ହଜାର ଟଙ୍କାରୁ ଦୁଇ ଶହ କୋଟିର ସାମ୍ରାଜ୍ୟ

Sep 05, 2026 - 07:08
Entertainment: ଦୁଇ ହଜାର ଟଙ୍କାରୁ ଦୁଇ ଶହ କୋଟିର ସାମ୍ରାଜ୍ୟ

"ଦକ୍ଷିଣ ଭାରତୀୟ ସିନେମାର ପ୍ରଥମ "ଲେଡି ସୁପର୍‌ଷ୍ଟାର୍‌" ଭାବେ ନୟନତାରାଙ୍କ ଯାତ୍ରା ବାସ୍ତବରେ ପ୍ରେରଣାଦାୟକ।

ସିନେମା ଶିଳ୍ପରେ ସର୍ବାଧିକ ପାରିଶ୍ରମିକ ନେଉଥିବା ଏହି ଅଭି‌ନେତ୍ରୀ ଜଣକ ଦିନେ ୨-୩ ହଜାର ଟଙ୍କାର ରୋଜଗାରରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

ମଡେଲିଂ କରୁଥିବା ସମୟରେ ତାଙ୍କୁ ଖୁବ୍ ଅଳ୍ପ ପ‌ାରିଶ୍ରମିକ ମିଳୁଥିଲା ବୋଲି ନୟନତାରା ନିକଟରେ ପ୍ରକାଶ କରିଛନ୍ତି।

ମାତ୍ର ସମୟ ସହିତ ନୟନତାରାଙ୍କ ପାରିଶ୍ରମିକ ମଧ୍ୟ ଦ୍ରୁତ ଗତିରେ ବଢ଼ିଛି।

ସେ ଏବେ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୫ରୁ ୧୦ କୋଟି ଟଙ୍କା ନେଉଛନ୍ତି ବୋଲି ସୂତ୍ରରୁ ଜାଣିବାକୁ ମିଳିିଛି। "ଜୱାନ" ଫିଲ୍ମ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିବା ନୟନତାରା ଏହି ଫିଲ୍ମ ପାଇଁ ପ୍ରାୟ ୧୦ କୋଟି ଟଙ୍କା ନେଇଥିବା ରିପୋର୍ଟରେ ଦାବି କରାଯାଇଛି।Advertisment Standing committee: ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ ସେହିପରି "ଟକ୍ସିକ୍‌" ଫିଲ୍ମରୁ ସେ ପାଇଥିଲେ ୧୮ କୋଟି ଟଙ୍କା।

ଖାଲି ଫିଲ୍ମ ନୁହେଁ, ବିଜ୍ଞାପନ, ବ୍ୟବସାୟ ଓ ନିବେଶରୁ ମଧ୍ୟ ନୟନତାରା ଆୟ କରୁଛନ୍ତି।

ଗୋଟିଏ ବିଜ୍ଞାପନ ପାଇଁ ସେ ପ୍ରାୟ ୪-୫ କୋଟି ଟଙ୍କା ନେଇଥାନ୍ତି।

ତାଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।

କେବଳ ସେତିକି ନୁହେଁ, ତ‌ାଙ୍କ ନିକଟରେ ୫୦ କୋଟି ଟଙ୍କାର ଏକ ପ୍ରାଇଭେଟ୍‌ ଜେଟ୍‌ ଥିବା ବେଳେ ଅନେକ ଦାମୀ କାର୍‌ ରହିଛି।

ଉଲ୍ଲେଖଯୋଗ୍ୟ, ୨୦୦୩ରେ ମାଲୟାଲମ୍‌ ଫିଲ୍ମ "ମନସିନାକ୍କରେ" ଜରିଆରେ ନୟନତାରା ଅଭିନୟ ଆରମ୍ଭ କରିଥିଲେ।

ପରେ ସେ ତାମିଲ, ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ଅଭିନୟ କରି ନିଜ ପରିଚୟ ତିଆରି କରିଥିଲେ।

ମାତ୍ର ୨ ହଜାର ଟଙ୍କାର ପ୍ରଥମ ରୋଜଗାରରୁ ଆଜି ୨୦୦ କୋଟି ଟଙ୍କାର ସାମ୍ରାଜ୍ୟ!

ନୟନତାରାଙ୍କ ଏହି ଯାତ୍ରା ତାଙ୍କ ସଫଳ ଅଭିନୟ କ୍ୟାରିୟର, ପରିଶ୍ରମ ଓ ଆତ୍ମବିଶ୍ୱାସର ଏକ ଅନନ୍ୟ ଉଦାହରଣ ଭାବେ ଗ୍ରହଣ କରାଯିବ।

MoU: ଏମବିଆର୍ ଓ ଏମଏସସିବି ବିଶ୍ୱବିଦ୍ୟାଳୟ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର ସ୍ୱାକ୍ଷରିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)