Encounter: ପଶ୍ଚିମବଙ୍ଗ ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତର ପୁଲିସ ଏନକାଉଣ୍ଟର୍‌ରେ ମୃତ୍ୟୁ

Oct 27, 2026 - 21:15
Encounter: ପଶ୍ଚିମବଙ୍ଗ ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତର ପୁଲିସ ଏନକାଉଣ୍ଟର୍‌ରେ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ଅଭିଯୁକ୍ତର ସୋମବାର ବିଳମ୍ବିତ ରାତିରେ ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି।

ପୁଲିସ ଅଧିକାରୀମାନେ ତାକୁ ଅପରାଧ ଘଟଣାର ପୁନର୍ନିର୍ମାଣ ପାଇଁ ଘଟଣାସ୍ଥଳକୁ ନେଇଥିବା ବେଳେ ସେ ପୁଲିସ ହାତରୁ ସର୍ଭିସ୍‌ ରିଭଲଭର ଛଡ଼ାଇ ନେଇ ଗୁଳି ଚଳାଇବାକୁ ଉଦ୍ୟମ କରିଥିବା ପୁଲିସ କହିଛି।

Advertisment ପୁଲିସର ସୂଚନା ଅନୁଯାୟୀ, ଏହି ମାମଲାରେ ଗିରଫ ଅଭିଯୁକ୍ତ ପ୍ରହ୍ଲାଦ ଦାସଙ୍କୁ ଗୈଘାଟା ନିଆଯାଇଥିଲା।

ସେଠାରେ ସେ ପୁଲିସ ହାତରୁ ବନ୍ଧୁକ ଛଡ଼ାଇ ପୁଲିସ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା।

ଆତ୍ମରକ୍ଷା ପାଇଁ ପୁଲିସ ତା' ଉପରକୁ ଗୁଳି ଚଳାଇଥିଲା।

ଏଥିରେ ପ୍ରହ୍ଲାଦ ଗୁରୁତର ଆହତ ହୋଇଥିଲା।

ତାକୁ ଚିକିତ୍ସା ପାଇଁ ଚାନ୍ଦପଡ଼ା ଗ୍ରାମୀଣ ହସ୍ପିଟାଲକୁ ନିଆଯାଇଥିଲା।

ତେବେ ଡାକ୍ତରମାନେ ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

ତା' ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଏହି ଗୁଳିମାଡ଼ରେ କୌଣସି ପୁଲିସ କର୍ମଚାରୀ ଆହତ ହୋଇନଥିବା ପୁଲିସ ସ୍ପଷ୍ଟ କରିଛି।

ଅଭିଯୁକ୍ତର ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ହସ୍ପିଟାଲରେ ପହଞ୍ଚି ହୋହଲ୍ଲା କରିଥିଲେ।

ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ହସ୍ପିଟାଲ ନିକଟରେ ବିପୁଳ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଥିଲା।

ଗତ ୩ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ଏହା ଦ୍ୱିତୀୟ ଏଭଳି ଘଟଣା।

ଏହା ପୂର୍ବରୁ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବରୁଇପୁରରେ ଜଣେ ୧୧ ବର୍ଷୀୟା ଶିଶୁଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳର ମଧ୍ୟ ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ, ଗୈଘାଟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ ଏନକାଉଣ୍ଟରକୁ ପଶ୍ଚିମବଙ୍ଗର ପଞ୍ଚାୟତ ମନ୍ତ୍ରୀ ଦିଲୀପ ଘୋଷ ଯଥାର୍ଥ ବୋଲି କହିଛନ୍ତି।

ଆଇନଶୃଙ୍ଖଳାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଏହାର ପରିଣାମ ଭୋଗିବେ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)