Emotional Kartik: ଭାବବିହ୍ବଳ କାର୍ତ୍ତିକ
"ନିକଟରେ "ଚନ୍ଦୁ ଚାମ୍ପିଅନ୍" ଚଳଚ୍ଚିତ୍ର ମୁକ୍ତିଲାଭକୁ ଦୁଇ ବର୍ଷ ପୂରିଛି।
ଏହି ଅବସରରେ କାର୍ତ୍ତିକ ଆର୍ଯ୍ୟନ ଭାବବିହ୍ବଳ ହୋଇଯାଇଛନ୍ତି।
ସେ ସାମାଜିକ ଗଣମାଧ୍ୟମରେ ଏକ ଲମ୍ବା ଲେଖା ଛାଡ଼ିଛନ୍ତି।
ସେଥିରେ ସେ ଲେଖିଛନ୍ତି ଯେ ଏହି ଚଳଚ୍ଚିତ୍ରରେ କାମ କରିବା ଏକ ଅଭୂତପୂର୍ବ ଅନୁଭୂତି ଥିଲା।
ଏଥିପାଇଁ ସେ ନିଜ ଓଜନ ୧୮ କିଲୋଗ୍ରାମ କମାଇଥିଲେ।
ଏହି ଚଳଚ୍ଚିତ୍ର ତାଙ୍କ ଜୀବନର ସବୁଠାରୁ ଉଲ୍ଲେଖନୀୟ ସିନେମା।
ଏହି ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ଦେଇଥିବାରୁ ସେ ନିର୍ଦେଶକ କବିର ଖାଁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Advertisment India and Slovakia: ଭାରତ-ସ୍ଲୋଭାକିଆ ମଧ୍ୟରେ ଏକ 'ବ୍ୟାପକ ସହଭାଗିତା'କୁ ଉନ୍ନୀତ କରିବାକୁ ସହମତ ଉଲ୍ଲେଖନୀୟ ଯେ ୨୦୨୪ରେ ମୁକ୍ତିଲାଭ କରିଥିବା "ଚନ୍ଦୁ ଚାମ୍ପିଅନ୍" ଚଳଚ୍ଚିତ୍ରରେ କ୍ରୀଡ଼ାବିତ୍ ମୁରଲୀକାନ୍ତ ପେଟକର ଓରଫ୍ ଚନ୍ଦୁ ଚରିତ୍ରରେ ଅଭିନୟ କରିବା କାର୍ତ୍ତିକଙ୍କ କ୍ୟାରିଅର୍ ଲାଗି ଏକ ବଡ଼ ସଫଳତା ଥିଲା।
ସେ ସେଥିରେ ଜଣେ ମୁଷ୍ଟିଯୋଦ୍ଧା ତଥା ସନ୍ତରଣକାରୀ ଭାବେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବା ସହିତ ୨୦୨୫ ଫିଲ୍ମଫେଆର୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିଣିଥିଲେ।
ଅସଲ ମୁରଲୀକାନ୍ତ ପେଟକର ମଧ୍ୟ ଏହି ଚଳଚ୍ଚିତ୍ରର ପ୍ରଭାବକୁ ପ୍ରଶଂସା କରିଛନ୍ତି।
ପାରା ଅଲିମ୍ବିକ୍ସରେ ଭାରତର ସଫଳ ଇତିହାସକୁ ଉତ୍ଥାପନ କରିବା ସହ ଏହି ଚଳଚ୍ଚିତ୍ର ସଚେତନତା ବୃଦ୍ଧି କରିଛି ବୋଲି ମୁରଲୀକାନ୍ତ ଅନୁଭବ କରନ୍ତି।
ତେଣୁ କାର୍ତ୍ତିକ ଆର୍ଯ୍ୟନଙ୍କୁ ପ୍ରଭାବଶାଳୀ ଅଭିନୟ ପାଇଁ ଜାତୀୟ ପୁରସ୍କାର ମିଳିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।
Nandankanan vulture: ନନ୍ଦନକାନନରେ ଲମ୍ବା ବେକ ଶାଗୁଣା ଶାବକ ମୃତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।