Dead: ଜୀବନ ହାରିଦେଲେ ଦ୍ବାଦଶ ଟପ୍ପର, ବାପା ଥିଲେ କାର୍ଗିଲ ଯୁଦ୍ଧର ଯବାନ

Jun 17, 2026 - 16:38
Dead: ଜୀବନ ହାରିଦେଲେ ଦ୍ବାଦଶ ଟପ୍ପର, ବାପା ଥିଲେ କାର୍ଗିଲ ଯୁଦ୍ଧର ଯବାନ

"ଡେରାଡୁନ୍‌: ଉତ୍ତରାଖଣ୍ଡର ଡେରାଡୁନରେ ଜଣେ ୨୩ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଛନ୍ତି।

ରିୟା କୁମାରୀ ଥାପା ନାମକ ଏହି ଯୁବତୀଙ୍କ ନିକଟରୁ ମିଳିଥିବା ସୁଇସାଇଡ ନୋଟରେ "ଆଇ ଲଭ ୟୁ ମମି, ପାପା " ଲେଖାଯାଇଥିଲା।

ରିୟା ୧୯୯୯ କାର୍ଗିଲ ଯୁଦ୍ଧର ଜଣେ ସୈନିକଙ୍କ ଝିଅ।Advertisment ମଙ୍ଗଳବାର ସକାଳେ ତାଙ୍କ କୋଠରୀ ତାଙ୍କୁ ମୃତ ଅବସ୍ଥାରେ ବାପାମା" ପାଇଥିଲେ।

ରିୟାଙ୍କ ମା" ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ତାଙ୍କ କକ୍ଷକୁ ଡାକିବାକୁ ଯାଇଥିବାବେଳେ ସେ କବାଟ ଖୋଲି ନଥିଲେ।

ସେ ତାଙ୍କ ବାପାଙ୍କୁ ଏ ବିଷୟରେ ଜଣାଇଥିଲେ।

କବାଟ ଭାଙ୍ଗି ସେମାନେ କକ୍ଷ ଭିତରେ ପସିବା ପରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: Student's Death: ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଙ୍କ ମୃତ୍ୟୁ, ପ୍ରେମଜନିତ କାରଣରୁ ଆତ୍ମହତ୍ୟା ସନ୍ଦେହ ସୁଇସାଇଡ ନୋଟରେ ଯୁବତୀ ଜଣକ ତାଙ୍କ ବାପାଙ୍କ ପ୍ରତି ସ୍ନେହ ପ୍ରକାଶ କରିଛନ୍ତି ଓ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରାଯିବ ନାହିଁ ବୋଲି କହିଛନ୍ତି।

ତାଙ୍କ ନିଜ ଅକ୍ଷମତା ଏହି ନିଷ୍ପତ୍ତିର କାରଣ ବୋଲି ସେ ଲେଖିଛନ୍ତି।

ସେ ଲେଖିଛନ୍ତି ଯେ ତାଙ୍କ ପାଠପଢ଼ାରେ ସଫଳତାର ଅଭାବରୁ ହତାଶ ହୋଇ ଏହି ଚରମ ପଦକ୍ଷେପ ନେଇଛନ୍ତି।

ରିୟା କୁମାରୀ ଦ୍ବାଦଶ ପରୀକ୍ଷାରେ ୯୭ ପ୍ରତିଶତ ମାର୍କ ରଖି ସ୍କୁଲରେ ଟପ୍ପର ହୋଇଥିଲେ।

ଜୁନ୍‌ ୨୧ରେ ହେବାକୁ ଥିବା ନିଟ୍‌ ପରୀକ୍ଷା ଦେବାକୁ ସେ ପ୍ରସ୍ତୁତ ହେଉଥିଲେ।

ପୂର୍ବରୁ ଦେଇଥିବା ନିଟ୍‌ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇନଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।