S8UL Esports: ଭାରତର ଏସ୍‌୮ୟୁଏଲ୍‌କୁ ଏସୀୟ କ୍ରୀଡ଼ା ଯୋଗ୍ୟତା

Jun 17, 2026 - 16:38
S8UL Esports: ଭାରତର ଏସ୍‌୮ୟୁଏଲ୍‌କୁ ଏସୀୟ କ୍ରୀଡ଼ା ଯୋଗ୍ୟତା

"ନୂଆଦିଲ୍ଲୀ: ଭାରତର ଏସ୍‌୮ୟୁଏଲ୍‌ ଇସ୍ପୋର୍ଟ୍ସ ଦଳ ଜାପାନରରେ ଆୟୋଜିତ ହେବାକୁଥିବା ୨୦୨୬ ଏସୀୟ କ୍ରୀଡ଼ାର ଲିଗ୍‌ ଅଫ୍‌ ଲିଜେଣ୍ଡ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛି।

ରିଜିଓନାଲ୍‌ କ୍ବାଲିଫାୟର୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରି ଏସୀୟ କ୍ରୀଡ଼ା ଟିକେଟ୍‌ କରାୟତ୍ତ କରିଥିଲେ।

ଏହି ଦଳରେ ଅଧିନାୟକ ଆକାଶ ସେନୟ (କାଟ୍‌ ବଟ୍‌), ଆକାଶ ସାଣ୍ଡିଲ୍ୟା (ଇନ୍‌ଫି), ସାନିନ୍ଧ୍ୟା ମଲ୍ଲିକ (ଡେଡ୍‌କର୍ପୋରାଲ), ମିହିର ରଞ୍ଜନ (ଲୋଟସ), ଅହମ୍ମଦ ସାହିଦ (ନେରୋ) ଓ ରାହୁଲ ବିଷ୍ଟ (ବବ୍‌) ରହିଛନ୍ତି।Advertisment ଏହି ଦଳ ଜାତୀୟ ଇସ୍ପୋର୍ଟ୍ସ ପ୍ରତିଯୋଗିତା ଜିତିବା ପରେ ଏହି ଯୋଗ୍ୟତା ପାଇଥିଲା।

ରିଜିଓନାଲ କ୍ବାଲିଫାୟର୍ସରେ ୧୪ ଦଳ ଅଂଶଗ୍ରହଣ କରିଥିଲେ।

ଭାରତ ଗ୍ରୁପ୍‌ ବିରେ ଜୋର୍ଡାନ, ଶ୍ରୀଲଙ୍କା ଓ କାଜଖସ୍ତାନକୁ ହରାଇ ଅପରାଜେୟ ସହ ସ୍ତ୍ଲିଟ୍‌ ଷ୍ଟେଜ୍‌ରେ ପହଞ୍ଚିଥିଲା।

ଏହାପରେ ଭିଏତନାମ, ହଂକଂ ଓ ସାଉଦି ଆରବଠୁ ହାରିଥିଲେ ମଧ୍ୟ ଦଳ ଏସୀୟ କ୍ରୀଡ଼ା ଯୋଗ୍ୟତାର ପଏଣ୍ଟ୍‌ ହାସଲ କରି ନେଇଥିଲା।

ଏସୀୟ କ୍ରୀଡ଼ାରେ ଇସ୍ପୋର୍ଟ୍ସର ଶ୍ରେଷ୍ଠ ଦଳ ଜାପାନ, ଚାଇନିଜ୍‌ ତାଇପେ ଓ ଭିଏତନାମ ଭଳି ଦଳକୁ ଭେଟିବ।

୨୦୨୩ ଏସୀୟ କ୍ରୀଡ଼ାରେ କାଟ୍‌ ବୋଟ୍‌, ଇନ୍‌ଫି, ଡେଡ୍‌କର୍ପୋରାଲ ଓ ଲୋଟସ ରହିଥିଲା।

ଭାରତ ଏହି ପ୍ରତିଯୋଗିତାରେ ପଞ୍ଚମ ସ୍ଥାନରେ ରହିଥିଲା।

ଆହୁରି ପଢ଼ନ୍ତୁ: Mandhana Only Indian: ଟାଇମ୍ସ ମାଗାଜିନ୍‌ ଶୀର୍ଷ ୧୦୦ କ୍ରୀଡ଼ା ବ୍ୟକ୍ତିଙ୍କ ମଧ୍ୟରେ ମନ୍ଧାନା ଏକମାତ୍ର ଭାରତୀୟ "