Emergency 1975 : ଏମର୍ଜେନ୍ସିକୁ ୫୧ ବର୍ଷ : ୧୯୭୫ ଜୁନ୍ ୨୫ରେ ଦେଶରେ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି

Jun 25, 2026 - 09:49
Emergency 1975 : ଏମର୍ଜେନ୍ସିକୁ ୫୧ ବର୍ଷ : ୧୯୭୫ ଜୁନ୍ ୨୫ରେ ଦେଶରେ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି

ନୂଆଦିଲ୍ଲୀ, ୨୫/୦୬ : ୧୯୭୫ ମସିହା ୨୫ ତାରିଖ। ମଧ୍ୟରାତ୍ରୀରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳିନ ପରିସ୍ଥିତି। ୧୯୭୭ ମାର୍ଚ୍ଚ ୨୧ ଯାଏଁ ଏମର୍ଜେନ୍ସି ଲଗାଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ଆଜି ଏହି ଜରୁରୀକାଳିନ ପରିସ୍ଥିତିକୁ ୫୧ ବର୍ଷ ପୂରିଛି। ତତ୍କାଳୀନ ରାଷ୍ଟ୍ରପତି ଇନ୍ଦିରା ଗାନ୍ଧୀଙ୍କ ସରକାରର ସୁପାରିଶରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୫୨ କ୍ରମେ ଦେଶରେ ଏମର୍ଜେନ୍ସି ଘୋଷଣା କରିଥିଲେ। ଏହି ସମୟକୁ ଭାରତୀୟ ଜନତା ପର୍ଟି ଗଣତନ୍ତ୍ରର ସବୁଠୁ କଳା ଅଧ୍ୟାୟ ବୋଲି କହି ସମାଲୋଚନା କରି ଆସୁଛି। 

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନିର୍ବାଚନ ପ୍ରଚାର ସମୟରେ ଦୁର୍ବ୍ୟବହାର ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୭୧ରେ ଇନ୍ଦିରା ଗାନ୍ଧୀ ବିପୁଳ ବହୁମତରେ ଜିତିଥିଲେ। ପ୍ରତିଦ୍ଵନ୍ଦ୍ଵୀ ରାଜନାରାୟଣ ଇନ୍ଦିରାଙ୍କ ବିଜୟକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ନିର୍ବାଚନ ଜିତିବା ପାଇଁ ଇନ୍ଦିରା ଭୁଲ୍ ଉପାୟ ଆପଣେଇଥିବା ଜୟନାରାୟଣ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି ହୋଇଥିଲା ଏବଂ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ରଦ୍ଦ କରିଦିଆଯାଇଥିଲା। ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ନେଇ ଦେଶରେ ଏମର୍ଜେନ୍ସି ଘୋଷଣା ହୋଇଥିଲା। ଏହା ସ୍ୱାଧୀନ ଭାରତ ଇତିହାସରେ ସବୁଠାରୁ ବିବାଦୀୟ ସମୟ ଥିଲା। ୧୯୭୫ ଜୁନ୍ ୨୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେଲା। ୧୯୭୭ ମାର୍ଚ୍ଚ  ୨୧ ପର୍ଯ୍ୟନ୍ତ  ପ୍ରାୟ ୨୧ ମାସ ପାଇଁ ଏହି କଟକଣା ବଳବତ୍ତର ରହିଥିଲା।

ଦେଶରେ ଏମର୍ଜେନ୍ସିର ପ୍ରଭାବ

-ଜରୁରୀକାଳିନ ପରିସ୍ଥିତି ବେଳେ ସାରା ଦେଶରେ ନିର୍ବାଚନ ସ୍ଥଗିତ ଥିଲା।
-ଦେଶର ପ୍ରତି ନାଗରିକଙ୍କ ମୌଳିକ ଅଧିକାର ନିଲମ୍ଵିତ କରିଦିଆଗଲା। ଲୋକଙ୍କ ଠାରୁ ଅଭିବ୍ୟକ୍ତିର ଅଧିକାର ଛଡାଇ ନିଆଗଲା। 
-ଜୁନ୍ ୨୫ ମଧ୍ୟରାତ୍ରୀରୁ ବିରୋଧୀ ଦଳ ନେତାଙ୍କୁ ଗିରଫ କରିବା ଆରମ୍ଭ କରାଗଲା। ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାଣୀ, ଜୟପ୍ରକାଶ ନାରାୟଣଙ୍କ ଭଳି ବଡ଼ ବଡ଼ ନେତାଙ୍କୁ ଜେଲ୍ ପଠାଇ ଦିଆଗଲା। 
-ଏତେ ସଂଖ୍ୟାରେ ଲୋକ ଗିରଫ ହେଲେ ଯେ, ଜେଲରେ ସେମାନଙ୍କୁ ରଖିବା ପାଇଁ ଜାଗା ନିଅଣ୍ଟିଆ ପଡ଼ିଲା।
-ପ୍ରେସ୍ ଉପରେ ସେନ୍ସରସିପ୍ ଲଗାଇ ଦିଆଗଲା। ପ୍ରତି ଖବରକାଗଜରେ ସେନସର ଅଧିକାରୀ ରଖିଦିଆଗଲା। ସେମାନଙ୍କ ବିନା ଅନୁମତିରେ କୌଣସି ଖବର ଛପୁନଥିଲା। ଏହି ନିୟମ ନମାନିଲେ ଜେଲଦଣ୍ଡ ଭୋଗିବାକୁ ପଡୁଥିଲା। 
-ଜରୁରୀକାଳୀନ ପରିସ୍ଥିତି ସମୟରେ ପ୍ରଶାସନ ଏବଂ ପୁଲିସ ଲୋକଙ୍କ ଉପରେ ନିର୍ଯାତନା କରୁଥିଲେ।

ଆହୁରି ପଢନ୍ତୁ- କିଶୋରୀ ଗର୍ଭଧାରଣ ସ୍ଥିତି ଉଦ୍‌ବେଗଜନକ, ସମନ୍ୱୟ ଅଭାବରୁ ରୋକାଯାଇପାରୁନି ବାଲ୍ୟବିବାହ​​​​​​​