Bulldozer Action : ମହଙ୍ଗା ପଡ଼ିଲା ସ୍ମାର୍ଟ ସିଟିରୁ ଇଲେକ୍ଟ୍ରି ଖୁଣ୍ଟ ଚୋରି, ୨ ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର

Jun 25, 2026 - 11:54
Bulldozer Action : ମହଙ୍ଗା ପଡ଼ିଲା ସ୍ମାର୍ଟ ସିଟିରୁ ଇଲେକ୍ଟ୍ରି ଖୁଣ୍ଟ ଚୋରି, ୨ ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର

ଭୁବନେଶ୍ଵର, ୨୫/୦୬ : ମହଙ୍ଗା ପଡ଼ିଲା ସ୍ମାର୍ଟ ସିଟିରୁ ଇଲେକ୍ଟ୍ରି ଖୁଣ୍ଟ ଚୋରି। ୟୁପି ଷ୍ଟାଇଲରେ କମିଶନରେଟ୍ ପୁଲିସର ବୁଲଡୋଜର ଆକ୍ସନ। ଅପରାଧୀଙ୍କ ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ। ଖାରବେଳ ନଗର ଥାନା ଅଞ୍ଚଳରେ ଦୁଇ ଅଭିଯୁକ୍ତଙ୍କ ଘର ସମେତ ଏକ କବାଡିଆ ଦୋକାନ ଉପରେ ବୁଲିଲା ବୁଲଡୋଜର। ଅଭିଯୁକ୍ତମାନେ ହେଲେ ଶାନ୍ତି ନଗର ବସ୍ତିର ଶେଖ ହମିଦ ଓ ରମଜାନ। ଦୁଇ ଜଣ ରାସ୍ତା ଉପରୁ ବିଏମସିର ଲକ୍ଷ ଲକ୍ଷ ଟଙ୍କାର ଆଲୁମିନିୟମ ଷ୍ଟ୍ରିଟ୍ ଲାଇଟ ଚୋରି କରି ଫେରାର ଅଛନ୍ତି। ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଛି।

ଆହୁରି ପଢନ୍ତୁ- ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ହେବିଅସ୍ କର୍ପସକୁ କରାଯାଉଛି ଅସ୍ତ୍ର: ଆବେଦନକାରୀଙ୍କ ଉପରେ କ୍ଷୁବ୍ଧ ହାଇକୋର୍ଟ, ଲଗାଇଲେ ୫୦ ହଜାର ଟଙ୍କା ଜରିମାନା