Elephants: କାମାକ୍ଷାନଗର ଗୋଦରବିଲ୍ଲି ଜଙ୍ଗଲରୁ ମିଳିଲା ଶିଶୁ ହାତୀ ଓ ବୟସ୍କ ହାତୀର ମୃତଦେହ

Nov 14, 2026 - 11:12
Elephants: କାମାକ୍ଷାନଗର ଗୋଦରବିଲ୍ଲି ଜଙ୍ଗଲରୁ ମିଳିଲା ଶିଶୁ ହାତୀ ଓ ବୟସ୍କ ହାତୀର ମୃତଦେହ

କାମାକ୍ଷାନଗର: ଜଙ୍ଗଲରେ ଦୁଇ ଦୁଇଟି ହାତୀ ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ଗୋଟିଏ ୧୨ ବର୍ଷର ହାତୀ, ଅନ୍ୟଟି ଶିଶୁ ହାତୀ।

ମାତ୍ର ୫୦୦ ମିଟର ବ୍ୟବଧାନରେ ପଡ଼ିଛି ଦୁଇଟି ହାତୀଙ୍କ ମୃତଦେହ ।

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣୀ ଫରେଷ୍ଟ ଅନ୍ତର୍ଗତ ଗୋଦରବିଲ୍ଲି ଅଞ୍ଚଳରୁ ମିଳିଛି ଏହି ମୃତଦେହ।

ତେବେ ଦୁଇ ହାତୀଙ୍କ ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ।

ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗର ତଦନ୍ତ ଜାରି ରହିଛି।

Advertisment ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ଅଁଳାବେରଣୀ ଫରେଷ୍ଟ ଅଧୀନ ଗୋଦରବିଲ୍ଲି ଜଙ୍ଗଲରେ ଘଟିଛି ଏହି ଘଟଣା।

ତେବେ ଏତେ କମ୍‌ ଦୂରତାରେ ଦୁଇଟି ହାତୀଙ୍କ ମୃତଦେହ ମିଳିବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ହାତୀ ଦୁଇଟିଙ୍କ ମୃତ୍ୟୁ କିପରି ଓ କେଉଁ କାରଣରୁ ହୋଇଛି, ତାହା ଏବେ ବି ରହସ୍ୟ ଘେରରେ।

ଖବର ପାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Seized: ଜଗତସିଂହପୁରରେ ଚଢ଼ାଉ: ଚୋରାଚାଲାଣ କରୁଥିବା ୧୧ଟି ବାଲି ବୋଝେଇ ହାଇୱା ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)