Elephants: ବୁଦୁନା ଗାଁରେ ୪୬ ଟିକିଆ ହାତୀପଲ: ଦିନରେ ଜଙ୍ଗଲରେ ଡେରା, ରାତିରେ ପଶୁଛନ୍ତି ଗାଁ

Sep 02, 2026 - 12:00
Elephants: ବୁଦୁନା ଗାଁରେ ୪୬ ଟିକିଆ ହାତୀପଲ: ଦିନରେ ଜଙ୍ଗଲରେ ଡେରା, ରାତିରେ ପଶୁଛନ୍ତି ଗାଁ

"ସୁନ୍ଦରଗଡ଼: ଦିନରେ ଜଙ୍ଗଲ ଭିତରେ ରହୁଛନ୍ତି, ଆଉ ରାତି ହେଲେ ଜନବସତି ମୁହାଁ।

ସୁନ୍ଦରଗଡ଼ର ହାତୀପଲଙ୍କ ଦୌରାତ୍ମ୍ଯ ଆରମ୍ଭ ହୋଇଯାଇଛି।

ସୁନ୍ଦରଗଡ଼ର ବଡ଼ଗାଁ ବନାଞ୍ଚଳ ବୁଦୁନା ଗାଁ ନିକଟରେ ଏବେ ଚଳପ୍ରଚଳ କରୁଛନ୍ତି ୪୬ଟି ହାତୀ।

ଏକ ବଡ଼ ହାତୀପଲକୁ ନେଇ ଆତଙ୍କିତ ଲୋକେ।

ହାତୀ-ମଣିଷ ମୁହାଁମୁହିଁ ଆଶଙ୍କା ଭିତରେ ଫସଲ ନଷ୍ଟକୁ ନେଇ ଚିନ୍ତାରେ ଚାଷୀ।

ମହାବୀର ପାହାଡ଼ ଅଞ୍ଚଳରେ ୨୬ଟି, ବେଲୁଆବାହାଲରେ ୧୬ଟି, ପଞ୍ଚରା ଅଞ୍ଚଳରେ ୩ଟି ଓ  ଟିକିଲିପଡ଼ାରେ ଗୋଟିଏ ଦନ୍ତା ହାତୀ ଚଳପ୍ରଚଳ କରୁଛି।ଏହି ହାତୀପଲ ମଧ୍ୟରୁ ଏକ ବଡ଼ ପଲ ଏବେ ବୁଦୁନା ଗାଁ ନିକଟରେ ପହଞ୍ଚିଛି।

ଗତ ମାସ ୭ ତାରିଖରେ ଏହି ଅଞ୍ଚଳରେ ଥିଲେ ୨୫ଟି ହାତୀ।

ଏଥିରେ ୧୧ଟି ମାଈ ହାତୀ, ୧୨ଟି ଦନ୍ତା ଏବଂ ୨ଟି ଛୁଆ ହାତୀ ଥିଲେ।

ଆଜି ୨୭ ଦିନରେ ହାତୀପଲରେ ଆଉ ଏକ ଛୁଆ ହାତୀ ଜନ୍ମ ନେଇଥିବା ମଧ୍ୟ ସୂଚନା ମିଳିଛି।

Advertisment କୌଣସି ଜୀବନହାନି କିମ୍ବା ବଡ଼ ଅଘଟଣ ଘଟିନଥିବା ଜଣାପଡ଼ିଛି ତେବେ ଦିନ ସମୟରେ ହାତୀମାନେ ଜଙ୍ଗଲ ଭିତରେ ରହୁଥିବା ବେଳେ, ରାତି ହେଲେ ଗାଁମୁହାଁ ହେଉଛନ୍ତି।

ଏପର୍ଯ୍ୟନ୍ତ ହାତୀପଲ ଗାଁ ଭିତରକୁ ପଶିଥିଲେ ମଧ୍ୟ କୌଣସି ଜୀବନହାନି କିମ୍ବା ବଡ଼ ଅଘଟଣ ଘଟିନଥିବା ଜଣାପଡ଼ିଛି।

ଏବେ ଡ୍ରୋନ୍ କ୍ୟାମେରା ସହ ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ଏବେ କଡ଼ା ନଜର ରଖିଥିବାବେଳେ ଜନବସତି ଅଞ୍ଚଳରୁ ହାତୀପଲଙ୍କୁ ଦୂରେଇବା ପାଇଁ  ଉଦ୍ୟମ ଜାରି ରଖିଛି।

ଏହା ସହ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ଯାଉଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।

Death: ଆର୍.ଆଇ ଅଫିସ୍‌କୁ ପାଲ ପାଇଁ‌‌ ଆସି ବୃଦ୍ଧ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)