Elephant: ରାଜରାସ୍ତାରେ ଗଜରାଜ: ଟ୍ରକ୍ ଅଟକାଇ ଖାଦ୍ୟ ମାଗୁଛି
କୋଇଡ଼ା: ଖାଦ୍ୟ ସନ୍ଧାନରେ ଜଙ୍ଗଲ ଛାଡ଼ି ରାଜରାସ୍ତାରେ ଗଜରାଜ। ରାସ୍ତାରେ ଯେଉଁ ସବୁ ଗାଡ଼ି ଯାଉଛି ସେଗୁଡ଼ିକୁ ଅଟକାଇ ଖାଦ୍ୟ ପାଇଁ ଶୁଣ୍ଢ ବଢ଼ାଉଛି। ଟ୍ରକ୍ଗୁଡ଼ିକ ବାଟ କାଟି ଚାଲି ଯାଉଥିଲାବେଳେ ଖାଦ୍ୟ ନପାଇଲେ ହାତୀ ଧକ୍କା ମାରୁଛି। କିନ୍ତୁ କାହାର କିଛି କ୍ଷତି କରୁନି। ଏମିତି ଦୃଶ୍ୟ ଆଜି ସନ୍ଧ୍ୟାରେ କୋଇଡ଼ା ଖଣି ଅଞ୍ଚଳ ଗଣୁଆ ବିଟ୍ ରୁଷିବେଣୁଆ ରୋଡ୍ରେ ଦେଖିବାକୁ ମିଳିଥିଲା। ନିକଟରେ ଖଣି ଥିବାରୁ ଏଠାରୁ ମାଲ୍ ପରିବହନ ହୋଇ ରୁଷିବେଣୁଆ ରୋଡ୍ରେ ଶହ ଶହ ଟ୍ରକ୍ ଚଳାଚଳ କରୁଛି।
Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା
ଆଜି ହଠାତ ଏକ ଦନ୍ତାହାତୀ ଆସି ଏଭଳି ହରକତ୍ କରିବା ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଭୟ ମଧ୍ୟ ସୃଷ୍ଟି କରିଛି। କେବଳ ହାତୀ ନୁହେଁ, ଖଣି ପାଇଁ ଖଜୁରଡିହି, ଭବାନୀ ପାହାଡ଼ ଓ ସାରକୁଣ୍ଡା ସଂରକ୍ଷିତ ଜଙ୍ଗଲ ପଦା ହେବା ପରେ ହରିଣ, କୁଟୁରା ମଧ୍ୟ ରାଜରାସ୍ତାକୁ ଚାଲିଆସୁଛନ୍ତି। ସଂରକ୍ଷିତ ଜଙ୍ଗଲରେ ହଜାର ହଜାର ଗଛ ବଳି ପଡ଼ିବା ପରେ ବନ୍ୟଜନ୍ତୁଙ୍କ ବାସସ୍ଥାନ ଆଉ ନାହିଁ କହିଲେ ଚଳେ। ଖଣି ରାଜସ୍ୱ ବଢ଼ାଇବା ଦିଗରେ ସରକାର ତତ୍ପର। କିନ୍ତୁ ସେମାନଙ୍କ ସୁରକ୍ଷା କେବଳ ବଜେଟ ଆଉ କାଗଜକଲମରେ ସୀମିତ। ଯାହା ଆଜିର ଚିତ୍ର ହିଁ ବୟାନ କରୁଛି।
Blood donation: ରକ୍ତ ଦେଇ ବନ୍ଧୁତା ଦିବସ ପାଳିଲେ, ୪୧ ୟୁନିଟ୍ ରକ୍ତ ସଂଗୃହୀତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।