Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା

Aug 03, 2026 - 01:05
Health: ସ୍ବାସ୍ଥ୍ୟ ଓ ଆଇନବିଭାଗ ଭିତ୍ତିଭୂମି ପାଇଁ ମିଳୁନି ଜାଗା

"ନବରଙ୍ଗପୁର (ସୁରେଶ ନାଇଡୁ): ଗତ ତିନି ବର୍ଷ ହେବ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ୪ଟି ପ୍ରକଳ୍ପ ପାଇଁ ୭.୨୦କୋଟି ଓ ଆଇନ ବିଭାଗର ୫ଟି ପ୍ରକଳ୍ପ ପାଇଁ ୯.୭୭କୋଟି ଟଙ୍କାର ଅନୁଦାନ ରାଜ୍ୟସରକାର ଦେଇଛନ୍ତି।

ତେବେ ଜାଗା ମିଳୁନଥିବାରୁ ଏହି ଟଙ୍କା ସେଭଳି ପୂର୍ତ୍ତବିଭାଗ ନିକଟରେ ପଡି ରହିଛି।

ଗୋଟିଏ ପଟେ ଏସବୁ ଭିତ୍ତିଭୂମି ନିର୍ମାଣ ପାଇଁ ପୂର୍ତ୍ତବିଭାଗ ଟେଣ୍ଡର ସାରିବା ସହ ଠିକାସଂସ୍ଥା ସହ ଚୁକ୍ତି ବି କରିସାରିଲାଣି।

ଜାଗା ମିଳୁନଥିବା ବେଳେ ଠିକାସଂସ୍ଥାକୁ ନିର୍ମାଣର ଧାର୍ଯ୍ୟ ସମୟ ସୀମାକୁ ବୃଦ୍ଧି କରାଯାଇଛି।

ତେବେ ଅଧିକା ବର୍ଷ ଅନୁଦାନ ସେଭଳି ପଡି  ରହିଲେ ପୁଣି ଫେରିଯିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି।

Advertisment ପୂର୍ବରୁ ପୁରୁଣା ଜିଲ୍ଲାମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ରେ ସ୍ବତନ୍ତ୍ର କ୍ୟାବିନ ଥିଲା।

ତାହାକୁ ବନ୍ଦ କରି ଦିଆଯାଇଛି।

ତେବେ ଡିଏଚଏଚ ନୂଆ ରୁପ ନେବା ସହ ଗୋଟିଏ ପାର୍ଶ୍ବରେ ଡିଏଚଏଚ ଓ ଅନ୍ୟପାର୍ଶ୍ବରେ ଶିଶୁ ଓ ମାତୃୱାର୍ଡ (ଏମସିଏଚ) ବିଲଡିଙ୍ଗ ହେବା ପରେ କ୍ୟାବିନର ଚାହିଦା ବି ବଢ଼ିଛି।

ତେବେ ଏମସିଏଚ ବିଲଡିଙ୍ଗରେ ୩ଟି ସ୍ବତନ୍ତ୍ର କ୍ୟାବିନ୍ ଥିବା ବେଳେ ତାହାର ଚାହିଦା ସବୁ ବେଳେ ରହୁଛି।

ଏଥି ପାଇଁ ବିଭିନ୍ନସ୍ତରରେ ପ୍ରସୁତିଙ୍କ ପରିବାରବର୍ଗକୁ ଲବି କରିବାକୁ ପଡ଼ୁଛି।

ଏହି ସମସ୍ୟାକୁ ଦୂର କରିବା ପାଇଁ ଜିଲ୍ଲାପ୍ରଶାସନ ଓ ଲୋକପ୍ରତିନିଧିଙ୍କ ପ୍ରସ୍ତାବରେ ୨୦୨୩ମସିହାରେ ରାଜ୍ୟସରକାର ଏକ କୋଟି ୧୪ଲକ୍ଷ ଅନୁଦାନ ଦେଇଥିଲେ।

ଠିକା ସଂସ୍ଥା ଶୁଭ୍ର ସେନାପତି ଜୁଲାଇ୪ତାରିଖ  ୨୦୨୫ରେ  ଚୁକ୍ତିକରିଥିଲେ।

ତେବେ ଏହାର ନିର୍ମାଣ ସାରିବାର ଧାର୍ଯ୍ୟ ସମୟ ମାର୍ଚ୍ଚ ୨୦୨୬ରହିଥିଲା।

ଜମି ନ ମିଳିବାରୁ ଏହାର ସମୟସୀମାକୁ ମାର୍ଚ୍ଚ ୨୦୨୭ଯାଏଁ ବୃଦ୍ଧି କରାଯାଇଛି।

ସେଭଳି ନନ୍ଦହାଣ୍ଡି ସିଏଚସିରେ କର୍ମଚାରୀ ମାନେ ରହିବା ପାଇଁ ୧.୩୭କୋଟିରେ ଡି-ଟାଇପ ଫ୍ଲାଟ କ୍ବାର୍ଟସ, ୨.୪୯କୋଟିରେ ଇ-ଟାଇପ ଫ୍ଲାଟ କ୍ବାର୍ଟସ, ଓ ୨.୧୭କୋଟିଏରେ ଏଫ-ଟାଇପ ଫ୍ଲାଟ କ୍ବାର୍ଟସ ନିର୍ମାଣ ପାଇଁ ୨୦୨୪ରୁ ଅନୁମୋଦନ କରି ଉପରୋକ୍ତ ଟଙ୍କା ମଞୁର କରିଥିଲେ।

ଏହି ତିନୋଟି କାମ ପାଇଁ ଜମି ମିଳିନି।

ନିର୍ମାଣ ସାରିବାର ଲକ୍ଷ୍ୟ ସମୟ ସରିବା ପରେ ଠିକାସଂସ୍ଥାକୁ ଧାର୍ଯ୍ୟ ସମୟକୁ ବୃଦ୍ଧି କରାଯାଇଛି।

Toilet problem ବୈଶିଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରୁ ଶୌଚାଳୟ ଗାଏବ!

ସେହିପରି ଓଡିଶା ହାଇକୋର୍ଟରୁ ଉମରକୋଟ ଓକିଲ ସଂଘ ଗୃହ ତଥା କ୍ୟାଣ୍ଟିନ୍ ନିର୍ମାଣ ପାଇଁ ୨୦୨୪ମସିହାରେ ୧.୨୫କୋଟି ଟଙ୍କାର ଅନୁଦାନ ମଂଜୁର ହୋଇଥିବା ବେଳେ ଜମି ପାଇଁ ଏହାର କାମ ଆରମ୍ଭ ହୋଇପାରିନି।

ନବରଙ୍ଗପୁର ଜିଲ୍ଲା ଜର୍ଜ କୋର୍ଟ ଅଧିନରେ ସିଭିଲଜଜ୍ ତଥା ଏଏସଜେ ମହିଳା କୋର୍ଟ, ଜିଲ୍ଲାଆଇନ ସେବା ପ୍ରାଧିକରଣର ସଚିବ ଏବଂ ଜେଏମଏଫସି (ଏଲଆର) ପାଇଁ ୩.୬୪କୋଟିରେ ୩ଟି ସି-ଟାଇପ୍ କ୍ବାର୍ଟସ ନିର୍ମାଣ ହେବା ଲକ୍ଷ୍ୟ ଜମି ମିଳି ନଥିବାରୁ ପୂରଣ ହୋଇପାରିନି।

ସେହିପରି ଉମରକୋଟରେ ୧.୩କୋଟିରେ ଟ୍ରାନଜିଟ୍ ହାଉସ, ୨.୪୫କୋଟିରେ  ୮ଟି ଇ-ଟାଇପ(ଏସ ପ୍ଲସ ୨)ର କର୍ମଚାରୀ କ୍ବାର୍ଟସ୍, ୧.୩୮କୋଟିରେ ୪ଟି ଏଫ-ଟାଇପର (ଏସ ପ୍ଲସ ୧)ର କ୍ବାର୍ଟସ ପାଇଁ ଜମି ହସ୍ତାନ୍ତର ହୋଇନଥିବାରୁ ନିର୍ମାଣ ହୋଇପାରୁନି।

ଜମି ଠିକା ସଂସ୍ଥାକୁ ହସ୍ତାନ୍ତର ନ କଲେ ସମସ୍ତ କାମର ନିର୍ମାଣ ସାରିବା ଲକ୍ଷ୍ୟ ୨୦୨୭ମାର୍ଚ୍ଚ ରଖାଯାଇଥିବା ବେଳେ ତାହା ତାହା ମଧ୍ୟରେ ସରିବ କି ବୋଲି ଉଠିଛି ପ୍ରଶ୍ନ।

ଜମି ହସ୍ତାନ୍ତର ପ୍ରକ୍ରିୟା ପାଇଁ ଜିଲ୍ଲାପାଳ, ସିଡିଏମଓ ଓ ଜିଲ୍ଲାଦୌରାଜଜ୍, ରେଜିଷ୍ଟ୍ରାର ଆଦିଙ୍କ ସହ ଅଲୋଚନା ‌ହୋଇଛି, ଜମି ମିଳିଳେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରାଯିବ ବୋଲି କହିଛନ୍ତି ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ କ୍ଷୀରଧର କନ୍ଦପାଣି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।