Silver City Charitable Trust: ସିଲ୍‌ଭର୍‌ ସିଟି ଚାରିଟେବଲ୍‌ ଟ୍ରଷ୍ଟ ଓ ‘ପୁନଶ୍ଚ ପୃଥିବୀ’ ପକ୍ଷରୁ ସିଡ୍‌ବଲ୍‌ ବୁଣା କାର୍ଯ୍ୟକ୍ରମ

Aug 03, 2026 - 06:15
Silver City Charitable Trust: ସିଲ୍‌ଭର୍‌ ସିଟି ଚାରିଟେବଲ୍‌ ଟ୍ରଷ୍ଟ ଓ ‘ପୁନଶ୍ଚ ପୃଥିବୀ’ ପକ୍ଷରୁ ସିଡ୍‌ବଲ୍‌ ବୁଣା କାର୍ଯ୍ୟକ୍ରମ

"କଟକ: ସିଲ୍‌ଭର୍‌ ସିଟି କଟକ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ ଓ ସମ୍ବାଦ "ପୁନଶ୍ଚ ପୃଥିବୀ" ମିଳିତ ସହଯୋଗରେ ସିଡ୍‌ବଲ୍‌ ବୁଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସକାଳ ୭ଟାରେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ର ନାରପୁର ଗ୍ରାମରୁ ମଣିନାଗ ଗୁମ୍ଫା ପର୍ଯ୍ୟନ୍ତ ବିରୂପା ନଦୀ କୂଳେ କୂଳେ ସିଡ୍‌ବଲ୍‌ ପକାଇଯାଇଛି।

ଆଜି ୩ ହଜାର ସିଡ୍‌ବଲ୍‌କୁ ଟ୍ରଷ୍ଟର ସ୍ବେଚ୍ଛାସେବୀମାନେ ନଦୀକୂଳରେ ପକାଇଥିଲେ।

ମାଟି, ଗୋବର ଓ ଜୈବିକ ସାରର ମିଶ୍ରଣ ଭିତରେ ନିମ୍ବ, ଓସ୍ତ, ବର, ଜାମୁ ଓ ତେନ୍ତୁଳି ଗଛର ମଞ୍ଜିକୁ ରଖି ଛୋଟ ଗୋଲାକାର ବଲ୍ ତିଆରି କରାଯାଇଛି।

Advertisment Earthquake: ଭୋର୍ ସମୟରେ ଦିଲ୍ଲୀରେ ଭୂମିକମ୍ପ: ତୀବ୍ରତା ୨.୯ କଟକ ଓ ଏହାର ଆଖପାଖ ଅଞ୍ଚଳରେ ସବୁଜିମା ବୃଦ୍ଧି କରିବା ଏବଂ ପରିବେଶର ସୁରକ୍ଷା ପାଇଁ ଗତ ୪ବର୍ଷ ଧରି ସଂଗଠନ ପକ୍ଷରୁ ଏଭଳି ଉଦ୍ୟମ କରାଯାଉଛି।

ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ସହରର ଯୁବପିଢି, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ସିଡ୍‌ବଲ୍ ବଣ୍ଟନ କରାଯାଉଛି।

ଆଜିର କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଆକାଶ ପଟ୍ଟନାୟକ, ଉପସଭାପତି ଜ୍ଞାନରଂଜନ ବେହେରା, ସମ୍ପାଦକ ରାକେଶ ପାତ୍ର, ରଶ୍ମିରଂଜନ ପ୍ରଧାନ, ସାଗର ପଟ୍ଟନାୟକ, ସୁନିତା ରାଉତ, ସୁନିଲ ପାତ୍ର, ଶକ୍ତି କେତନ ପରିଡ଼ା, ସ୍ବସ୍ତିକ ପୃଷ୍ଟି, ସମ୍ବିତ୍‌ ସାହୁ, ଅକ୍ଷୟ ଆଚାର୍ଯ୍ୟ, ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।