Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ

Aug 01, 2026 - 23:43
Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ

"ଭଦ୍ରକ (ହରିହର ନାୟକ): ରାତି ଅଧରେ ସବୁ ଶୋଇଛନ୍ତି।

ଘୋ-ଘୋ ହୋଇ ମାଡ଼ିଆସିଲା ସାଳନ୍ଦୀର ବନ୍ୟାଜଳ।

ଭଦ୍ରକ ନିର୍ବାଚନ ମଣ୍ଡଳୀର ଅର୍ଣ୍ଣପାଳ ପଞ୍ଚାୟତର ମଳିକସାହି  ନିକଟରେ ସାଳନ୍ଦୀର ନଦୀବନ୍ଧ ଭାଙ୍ଗିଗଲା।

ଲୋକେ କିଛି ବୁଝିବା ଆଗରୁ ଲୋକଙ୍କ ଚାଷଜମି ଠାରୁ ଆରମ୍ଭ କରି ଲୋକଙ୍କ ଘରେ ପଶିଗଲା ବନ୍ୟାଜଳ।

ଲୋକେ ସକାଳୁ ଉଠିଲା ବେଳକୁ ସବୁ ଆଡେ ଜଳମୟ।

ଯୁଆଡ଼େ ଦେଖିବ ସବୁଠି ବନ୍ୟା ପାଣିର ଲହଡ଼ି ଭାଙ୍ଗୁଛି।

ଆଖିପାଉନି ନଦୀର ଅକାତକାତ ପାଣି।

Advertisment ଲୋକଙ୍କର କଚ୍ଚା ଚାଳ ଛପର ଘରେ ପଶିଗଲା ବନ୍ୟା ପାଣି।

ଲୋକେ ଜୀବନ ବିକଳରେ ନିକଟସ୍ଥ ସ୍କୁଲ ଘର ଆଉ ଭଗବତ୍ ଟୁଙ୍ଗି ଘରେ ଆଶ୍ରୟ ନେଉଛନ୍ତି।

ଏଠାରେ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି।

ଦେହ ଖରାପ ହେବାରୁ ଆବଶ୍ୟକ ଔଷଧ ମିଳିନାହିଁ।

ସବୁ ଆଡେ ବନ୍ୟାପାଣି ମାଡି ରହିଥିବାରୁ ସାପ ଭୟ ଲୋକଙ୍କୁ ଘାରିଛି।

ରାତି ହେଲେ ସାପ ଭୟ ଲୋକଙ୍କୁ ଆତଙ୍କିତ କରୁଛି।

ସାଳନ୍ଦୀ ନଦୀବନ୍ଧ ଭାଙ୍ଗିବା ଯୋଗୁଁ ଅର୍ଣ୍ଣପାଲ ଓ ଏହାର ଆଖପାଖ ୫ ଟି ପଞ୍ଚାୟତ ଲୋକଙ୍କ ଅବସ୍ଥା ବେହଲ୍ ହୋଉଛି।

ବୁଡ଼ି ଯାଉଛି ୨୦ ଖଣ୍ଡ ଗାଁ।

ରାସ୍ତା ଘାଟ ସବୁ  ଧୋଇଯାଇଛି।

ବାହାରକୁ ଆସିବାକୁ ସୁବିଧା ନାହିଁ।

ଲୋକେ ଜଳବନ୍ଦି ଅଛନ୍ତି।

ଦେହ ଖରାପ ହେବାରୁ ବାହାରକୁ ଆସିବା ସମ୍ଭବ ହେଉ ନାହିଁ।

ଔଷଧ ଟିକେ ପାଇବା ପାଇଁ ଲୋକେ ବହୁ କଷ୍ଟରେ ଭଦ୍ରକ ଆସିବାକୁ ପଡୁଛି।

ସାଳନ୍ଦୀର ଏହି ନଦୀବନ୍ଧ ନୂଆ କରି ନିର୍ମାଣ କରାଯାଇଥିଲା।

ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ନିମ୍ନ ମାନର ନଦୀବନ୍ଧ ଭାଙ୍ଗିଯିବା ଆଜି ଏହି ଅଞ୍ଚଳର ପ୍ରାୟ ୧୫ ହଜାର ଲୋକଙ୍କ ବନ୍ୟାରେ କ୍ଷତିଗ୍ରସ୍ଥ ହୋଇଛନ୍ତି।

ସାଳନ୍ଦୀ ବନ୍ୟା ଯୋଗୁଁ  ଅର୍ଣ୍ଣପାଲ୍  ନିକଟସ୍ଥ  ବିଲଣା, ବୋଡକ, ବାରୁଆ, ତଲଗୋପବିନ୍ଧା ଆଦି ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳ ମୟ ହୋଇଛି।

ଯୋଗାଯୋଗ ବିଭିନ୍ନ ହୋଇଯାଇଥିଲା।

ଆଜି ସାଳନ୍ଦୀ ବନ୍ୟା ଜଳ ଏହି ଅଞ୍ଚଳରେ ଜମି ଥିବାରୁ ଲୋକେ ଆସ୍ଵସ୍ଥ ଅନୁଭବ କରୁଛନ୍ତି।

ବନ୍ୟା ଦିନ ଛାଡ଼ି ଯାଇଛି।

ନଦୀର ଜଳସ୍ତର ଜମି ଯାଇଛି।

କିନ୍ତୁ ବନ୍ୟା ଦୁଃଖ ଲୋକଙ୍କର ଦୂର ହୋଇନାହିଁ।

ବରଂ ବନ୍ୟା ଲୋକଙ୍କୁ ଦୁଃଖ ଦେଇଯାଇଛି।

Odisha Flood: ବନ୍ୟା ପ୍ରଭାବିତ ଅଞ୍ଚଳରେ ୨୪ ଘଣ୍ଟିଆ ତଦାରଖ ଜାରି ଏହି ଅଞ୍ଚଳରେ ଲୋକେ ଦୁଃଖ ଆଉ ଦୁର୍ଦ୍ଦଶା ଭିତରେ ଥିବା ବେକେ ଆଜି ସମ୍ବାଦ ଟିମ୍ ଏହି ଅଞ୍ଚଳରେ ଯାଇ ଅସାହେ ଲୋକଙ୍କୁ ଭେଟିଲା।

ଲୋକେ କହନ୍ତି ଆମକୁ ପ୍ରଥମ ଦିନ ଠିକ ଭାବରେ ଶୁଖିଲା ଖାଦ୍ୟ ଦିଆଗଲା ନାହିଁ।

ରନ୍ଧା ଖାଦ୍ୟ ଯାହା ଦିଆଯାଉଛି।

ତାହା ଠିକ୍ ଭାବରେ ଦିଆଯାଉନାହିଁ।

ପଲିଥିନ୍ ଖଣ୍ଡେ ଦିଆଯାଉ ନାହିଁ।

ବୋଲି କହନ୍ତି ଆର୍ଣପାଲ ପଞ୍ଚାୟତର ଭକ୍ତି ବ୍ରହ୍ମପୁର ଗ୍ରାମର ରମାକାନ୍ତ ନାୟକ।

ଆମ ଚଳ ଛପର  ଘରେ  ବନ୍ୟା ପାଣି ପଶି ଯାଉଛି।

ଚୁଲି ବୁଡ଼ି ଯାଇଛି।

ଘରେ ଚୁଲି ଜଳୁନାହି।

ଚାଷ ବସ୍ , ପାଣି ପରିବା ସବୁ କିଛି ଉଜୁଡି ଯାଇଛି।

ତାଙ୍କର ଘର ବାଡ଼ିରୁ ଏବେ ବି ପାଣି ଛାଡି ନାହିଁ।

ଘରୁ ବାହାରକୁ ବାହାରି ହେଉନାହିଁ।

ଔଷଧ ଟିକେ ପାଇଁ ମଧ୍ୟ ବହୁ ଅସୁବିଧା ହେଉଛି।

ପାନୀୟ ଜକ ଏଠାରେ ଏବେ ମୁଖ୍ୟ ସମସ୍ୟା ହୋଇ ଠିଆହୋଇଛି ।

ସବୁ ନଲକୂପ ଅଚଳ ହୋଇପଡିଛି।

ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରମାକାନ୍ତ କହିଛନ୍ତି।

ପ୍ରଶାସନର ସହାୟତା ସମୁଦ୍ରକୁ ଶଙ୍ଖେ।

ଏହି ଅଞ୍ଚଳର ଶରତ ଜେନା, ଟରୁ ଜେନା, ସଦାଶିବ ନାୟକ, ଗୋପବନ୍ଧୁ ଜେନା ଓ ଶୁର୍ବଳ ଜେନା ପ୍ରମୁଖଙ୍କ ଘର ବନ୍ୟା ପାଣିରେ କ୍ଷେତିଗ୍ରସ୍ତ ହୋଉଛି।

ଏହି ସବୁ ଅଞ୍ଚଳରେ ରୋଗୀ ଲୋକଙ୍କୁ  ଡାକ୍ତର ଖନା ନେବା ପାଇଁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ନଥିବା ବେକେ ଲୋକଙ୍କ ଆହ୍ରି ୭ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବନ୍ୟା ବିପନ୍ନ ଲୋକେ ଦାବି କରିଛନ୍ତି।

ସେହିପରି ନିକଟସ୍ଥ ଶୁଶୁଆ, ରଜୁଆଲିବିନ୍ଧା, ଲେଞ୍ଜରା, ତକଗୋପବିନ୍ଧା ଅଞ୍ଚଳରେ ବିପନ୍ନ ଲୋକଙ୍କୁ  ଆହୁରି ୭ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।