Elephant Dies in Illegal Electric Trap ବିଦ୍ୟୁତ୍ ଫାଶରେ ପଡ଼ି ଦନ୍ତା ମୃତ, ୩ ଶିକାରୀ ଗିରଫ
ପାଇକସାହି/ବଇଣ୍ଡା: ଅନୁଗୋଳ ହଣ୍ଡପା ରେଞ୍ଜ ଅନ୍ତର୍ଗତ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ରାତିରେ ବାର୍ହା ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା।
ହାତୀଟିର ବୟସ ୧୦ ବର୍ଷ ହେବ।
ଏହି ଘଟଣାରେ ସଂପୃକ୍ତ ୪ ଜଣ ଶିକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି।
ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କାରେ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ବନ ବିଭାଗ କହିଛି।
Advertisment Dhenkanal: ହାତୀ ମୃତ୍ୟୁର ଗଡ଼ ଢେଙ୍କାନାଳ : ୩୬ ମାସରେ ବନଖଣ୍ଡରେ ୩୮ ହାତୀଙ୍କ ଜୀବନ ଯାଇଛି ପ୍ରାପ୍ତ ସୂଚନାନୁସାରେ, ଝିଲ୍ଲୀମୁଣ୍ଡା ଦେଇ ବଇଣ୍ଡାଠାରୁ ପାଇକସାହି ଅଞ୍ଚଳକୁ ୧୧ କେଭି ବିଦ୍ୟୁତ୍ ତାର ଯାଇଛି।
ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଶିକାରୀମାନେ ଏହି ଅଞ୍ଚଳରେ ପ୍ରତ୍ୟେକ ଦିନ ଫାଶ ବସାଇ ବାରହା ଓ ଅନ୍ୟାନ୍ୟ ଜନ୍ତୁ ଶିକାର କରୁଛନ୍ତି।
ସୋମବାର ସକାଳେ ୪ ଜଣ ଶିକାରୀ ଝିଲ୍ଲୀମୁଣ୍ଡା ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍ ତାରରୁ ହୁକ ପକାଇ ବାରହା ଶିକାର ପାଇଁ ବିଦ୍ୟୁତ୍ ଫାଶ ବସାଇଥିଲେ।
ଏହି ବାଟ ଦେଇ ଆସୁଥିବା ଉକ୍ତ ଦନ୍ତାହାତୀ ବିଦ୍ୟୁତ୍ ଫାଶରେ ପଡ଼ିବାରୁ ତାର ମୃତ୍ୟୁ ହୋଇ ଯାଇଥିଲା।
Accused ACF reinstated ବାଲିଗୁଡା ହାତୀ ମୃତ୍ୟୁ ମାମଲା: ଅଭିଯୁକ୍ତ ଏସିଏଫ୍ଙ୍କୁ ପୁଣି ଥଇଥାନ ଠାକୁରଗଡ଼ ପ୍ରାଣୀ ଚିକିତ୍ସିକ ଲିପ୍ସାଲୀନା ତ୍ରିପାଠୀ କହିଛନ୍ତି, ଆଜି ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ମୃତହାତୀକୁ ସେହିଠାରେ ପୋତି ଦିଆଯାଇଛି।
ଏ ସଂକ୍ରାନ୍ତରେ ଆଠମଲ୍ଲିକ ଡିଏଫ୍ଓ ସନ୍ତୋଷ କୁମାର କପୁଲାଙ୍କୁ ପଚାରିବାରୁ ସେ କହିଛନ୍ତି, ଗିରଫ ଶିକାରୀଙ୍କୁ ହଣ୍ଡପା ରେଞ୍ଜ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଜାରି ରହିଛି।
ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ।
ରାତିରେ ନିୟୋଜିତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
Suspended: ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ୍ୟୁ: ବନପାଳଙ୍କ ସମେତ ୩ କର୍ମଚାରୀ ନିଲମ୍ବିତ ଗ୍ରାମବାସୀଙ୍କ ସୂଚନା ମୁତାବକ ଏହି ଘଟଣା ସୋମବାର ସନ୍ଧ୍ୟାରେ ଘଟିଥିଲା।
ବନ ବିଭାଗ ଚପାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ପ୍ରଘଟ ହୋଇଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
