Elephant attack: ହନୁମାନଙ୍କୁ ପୂଜା କରୁଥିଲେ ବରିଷ୍ଠ ନାଗରିକ; କଚାଡ଼ି ମାରିଲା ଉତ୍ତେଜିତ ହାତୀ

Oct 16, 2026 - 22:11
Elephant attack: ହନୁମାନଙ୍କୁ ପୂଜା କରୁଥିଲେ ବରିଷ୍ଠ ନାଗରିକ; କଚାଡ଼ି ମାରିଲା ଉତ୍ତେଜିତ ହାତୀ

"ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବନାଞ୍ଚଳ ଅନ୍ତର୍ଗତ ତାଳଚେର ରେଞ୍ଜର ଗଣ୍ଠିଗାଡ଼ିଆ ବିଟ୍‌ ଅଞ୍ଚଳରେ ହାତୀ-ମଣିଷ ସଂଘର୍ଷ ଥମିବାର ନାଁ ନେଉନାହିଁ।

କେତେବେଳେ ହାତୀ ଆକ୍ରମଣରେ ମଣିଷଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ଜନବସତିରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି ହାତୀପଲ।

ଏହି କ୍ରମରେ ଗୁରୁବାର ସନ୍ଧ୍ୟାରେ ଗଡ଼ସନ୍ତ୍ରୀ ପଞ୍ଚାୟତ ଭାଗବତପୁର ଗାଁରେ ଏକ ହାତୀ ଆକ୍ରମଣରେ କୁମର ସେଠୀ (୬୨)ଙ୍କ ମୃତ୍ୟୁ ଘଟିଛି।

ଏହାକୁ ନେଇ ଅଞ୍ଚଳରେ ଶୋକ ଓ ଉତ୍ତେଜନା ପ୍ରକାଶ ପାଇଛି।Advertisment ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟ୍‌ ସମୟରେ କୁମର ସେଠୀ ଗ୍ରାମର ହନୁମାନ ମନ୍ଦିରରେ ପୂଜା କରୁଥିଲେ।

ଏହି ସମୟରେ‌ ଲୋକେ "ଟୁଙ୍ଗୁରୁ ଭୋଳ" ନାମଦେଇ ଏକ ହାତୀ ପଛପଟୁ ଆସି ତାଙ୍କୁ ଟେକି କଚାଡ଼ି ଦେଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ହଠାତ୍‌ ଘଟିଥିବା ଏହି ଅଘଟଣରେ ପରିବାର ଲୋକ ଓ ଗ୍ରାମବାସୀ ମର୍ମାହତ ହୋଇପଡ଼ିଥିଲେ।

ଘଟଣା ପରେ ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ମୃତଦେହକୁ ମନ୍ଦିର ସମ୍ମୁଖରେ ରଖି ରାସ୍ତା ଅବରୋଧ କରିଥିଲେ।

ରାତି ପ୍ରାୟ ୯ଟା ପର୍ଯ୍ୟନ୍ତ ଅବରୋଧ ଜାରି ରହିଥିଲା।

ଜନବସତି ଅଞ୍ଚଳରେ ବନ ବିଭାଗର ବିଟ୍‌ ହାଉସ୍‌ ସ୍ଥାପନ, ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା ଏବଂ ପିଲାମାନେ ଟ୍ୟୁସନ୍‌ ଯାଉଥିବା ଓ ଫେରୁଥିବା ସମୟରେ ବନ ବିଭାଗ ପକ୍ଷରୁ ନିୟମିତ ନଜର ରଖିବାକୁ ଗ୍ରାମବାସୀ ଦାବି କରିଥିଲେ।

Elephant Attack: ଚମ୍ପୁଆରେ ହାତୀ ଆକ୍ରମଣରେ ଦଶମ ଶ୍ରେଣୀ ଛାତ୍ର ମୃତ ଘଟଣାସ୍ଥଳରେ ବଅଁରପାଳ ଥାନା ଅଧିକାରୀ ଅୟସକାନ୍ତ ଜେନା ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

ତେବେ, ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ବଢ଼ିଥିଲା।

ଗଡ଼ସନ୍ତ୍ରୀ ସରପଞ୍ଚ ଟଙ୍କଧର ବେହେରାଙ୍କ ସମେତ ସୁଶୀଲ ମାଝୀ, ପତିତପାବନ ମାଝୀ, ବିଜେପି ଜିଲ୍ଲା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ଗୋକୁଳାନନ୍ଦ ଲେଙ୍କା, ମନୋଜ ଜେନା, ଅଶୋକ ଧୀର ଓ ସୌମ୍ୟରଞ୍ଜନ ବେହେରା ପ୍ରମୁଖ ଲୋକଙ୍କୁ ବୁଝାଶୁଝା କରିଥିଲେ।

ଏହି ଅଞ୍ଚଳରେ ଦୀର୍ଘଦିନ ଧରି ହାତୀଙ୍କ ଉପସ୍ଥିତି ରହିଥିବାରୁ ଲୋକଙ୍କ ଜୀବନ ଓ ସମ୍ପତ୍ତି ପ୍ରତି ବିପଦ ବଢ଼ିଚାଲିଛି।

ତାଳଚେର ରେଞ୍ଜର ଗଣ୍ଠିଗାଡ଼ିଆ ଅଞ୍ଚଳ ଏବେ ହାତୀଙ୍କ ଅବାଧ ବିଚରଣସ୍ଥଳୀ ପାଲଟିଛି।

ଖାଦ୍ୟ, ପାଣି ଓ ରହିବା ପାଇଁ ଜଙ୍ଗଲ ଉପଲବ୍ଧ ଥିବାରୁ ହାତୀମାନେ ଏଠାରେ ରହୁଥିବା ବେଳେ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ନମିଳିବାରୁ ଗାଁ ମୁହାଁ ହେଉଥିବା ଅଭିଯୋଗ ହେଉଛି।

ଏହାଦ୍ୱାରା ଘରଦ୍ୱାର ଭାଙ୍ଗିବା, ଚାଷଜମିରେ ପଶି ଫସଲ ନଷ୍ଟ କରିବା ଭଳି ଘଟଣା ନିୟମିତ ଘଟୁଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୂର୍ବରୁ ହାତୀଙ୍କୁ ଜନବସତିକୁ ପ୍ରବେଶରୁ ରୋକିବା ପାଇଁ ଜଙ୍ଗଲ ଚାରିପଟେ ଟ୍ରେଞ୍ଚ ଖୋଳାଯାଇଥିଲା।

ମାତ୍ର ଦୀର୍ଘଦିନ ଧରି ଏହାର ରକ୍ଷଣାବେକ୍ଷଣ ହୋଇନଥିବାରୁ ଅନେକ ସ୍ଥାନରେ ଟ୍ରେଞ୍ଚ ପୋତି ହୋଇଯାଇଛି।

ହାତୀଙ୍କ ଗତିବିଧି ଉପରେ ନିୟମିତ ନଜର ରଖିବା, ଡ୍ରୋନ୍‌ ମାଧ୍ୟମରେ ନିରୀକ୍ଷଣ କରିବା ଏବଂ ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଜରିଆରେ ଆଗୁଆ ସତର୍କ ସୂଚନା ଦେବା ଭଳି ବ୍ୟବସ୍ଥା ଯଥେଷ୍ଟ ଭାବେ କାର୍ଯ୍ୟକାରୀ ହେଉନଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।

AI: ଏଆଇ ପ୍ରଯୁକ୍ତି ଦ୍ବାରା ୯ ମାସରେ ୨୫୫ ହାତୀଙ୍କୁ ବଞ୍ଚାଇଛି ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ ଦୀର୍ଘବର୍ଷ ତଳେ ଏହି ଅଞ୍ଚଳକୁ ଆସିଥିବା ହାତୀମାନେ ବଂଶବୃଦ୍ଧି କରି ଏଠାରେ ସ୍ଥାୟୀ ଭାବେ ରହିବା ଭଳି ସ୍ଥିତି ସୃଷ୍ଟି ହୋଇଛି।

ହାତୀଙ୍କ ଉପସ୍ଥିତି ଯୋଗୁ ଗ୍ରାମବାସୀ ଭୟଭୀତ ହୋଇ ରହୁଥିବା ବେଳେ ଅତିଷ୍ଠ ଲୋକଙ୍କ ପକ୍ଷରୁ ହାତୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।

ତେଣୁ, ହାତୀ ଓ ମଣିଷ ଉଭୟଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ଏ ସମ୍ପର୍କରେ ବନପାଳ ବଶିଷ୍ଟ ଦେହୁରୀ କହିଛନ୍ତି, ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)