Elephant Attack: ହାତୀ ଆକ୍ରମଣ: ମହିଳାଙ୍କ ସମେତ ୩ ଗୁରୁତର
"ଆନନ୍ଦପୁର: କେନ୍ଦୁଝର ଜିଲା ହଡ଼ଗଡ଼ ବନାଞ୍ଚଳରେ ପୁଣି ଦନ୍ତା ଆତଙ୍କ ଦେଖାଯାଇଛି ।
ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ଅନ୍ତର୍ଗତ ମଠସାହି ଗ୍ରାମରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।
ଆହତ ମାନେ ହେଲେ ମଠ ସାହିର ବେଙ୍ଗ ଦାସ (୬୮), ନରହରି ଖିଲାର (୬୫), କାର୍ତ୍ତିକ ବାରିକ (୮୦) lAdvertisment ମିଳିଥିବା ସୂଚନା ଅନୁଯାୟୀ, ବାଘମରା ଜଙ୍ଗଲ ନିକଟବର୍ତ୍ତୀ ମଠସାହି ଗ୍ରାମର ବେଙ୍ଗ ଦାସ ଆଜି ଭୋର ସମୟରେ ଶୌଚ ପାଇଁ ଘରୁ ବାହାରକୁ ଯାଇଥିଲେ।
ସେହି ସମୟରେ ଜଙ୍ଗଲରୁ ବାହାରି ଆସିଥିବା ଏକ ଦନ୍ତା ହାତୀ ସାମ୍ନାରେ ସେ ପଡ଼ିଯାଇଥିଲେ।
ହାତୀଟି ତାଙ୍କ ଗୋଡ଼କୁ ଶୁଣ୍ଢରେ ମାଡ଼ିଦେଇ ଗୁରୁତର ଭାବେ ଆହତ କରିଛି।
ସେହି ସମୟରେ ନିକଟରେ ଥିବା ନରହରି ଓ କାର୍ତ୍ତିକ ହାତୀକୁ ଦେଖି ଭୟଭୀତ ହୋଇ ଦୌଡ଼ିବାକୁ ଚେଷ୍ଟା କରିଥିଲେ।
ତରବରିଆ ଭାବେ ଦୌଡ଼ିବା ବେଳେ ସେମାନେ ତଳେ ପଡ଼ିଯାଇ ଆହତ ହୋଇଛନ୍ତି।
ତାଙ୍କ ପାଟିଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇଥିଲେ।
ଆହତ ତିନିଜଣଙ୍କୁ ତୁରନ୍ତ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମହିଳାଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି।
ଗତ କିଛି ଦିନ ହେଲା ହାତୀଙ୍କ ଗତିବିଧି ବଢ଼ିଯାଇଛି ଉଲ୍ଲେଖଯୋଗ୍ୟ, ଏବେ ଆମ୍ବ-ପଣସ ଋତୁ ଚାଲିଥିବାରୁ ପାଚିଲା ଫଳ ଖାଇବା ପାଇଁ ହାତୀପଲ ଜଙ୍ଗଲ ଛାଡ଼ି ଗାଁମୁହାଁ ହେଉଛନ୍ତି।
ହଦଗଡ଼ ରେଞ୍ଜ ଅଞ୍ଚଳରେ ଗତ କିଛି ଦିନ ହେଲା ହାତୀଙ୍କ ଗତିବିଧି ବଢ଼ିଯାଇଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ହଦଗଡ଼ ରେଞ୍ଜର ମାର୍ଶାଲ କିସ୍କୁଙ୍କ ନେତୃତ୍ୱ ରେ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିବା ସହ ଭୋର ସମୟରେ ଏକା ନ ବାହାରିବା ଓ ସତର୍କ ରହିବାକୁ ଲୋକଙ୍କୁ ଅନୁରୋଧ କରିଛି ।
ଏବେ ହାତୀ ଜଙ୍ଗଲ ଭିତରକୁ ଚାଲି ଯାଇଥିବା ନେଇ ରେଞ୍ଜର କହିଛନ୍ତି ।
Vigilance Raid: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିମସାର୍ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ "