Elephant: ଲାଓସରେ ହାତୀ ଚିକିତ୍ସା ପାଇଁ ବନତାରାର ପଦକ୍ଷେପ

Sep 10, 2026 - 20:14
Elephant: ଲାଓସରେ ହାତୀ ଚିକିତ୍ସା ପାଇଁ ବନତାରାର ପଦକ୍ଷେପ

"ଲୁଆଙ୍ଗ ପ୍ରବାଙ୍ଗ: ଲାଓସରେ ଅସୁସ୍ଥ ଓ ଆହତ ହାତୀମାନଙ୍କୁ ଚିକିତ୍ସା କରିବା ପାଇଁ ବନତାରା ପକ୍ଷରୁ ମାଣ୍ଡଲାଓ ହାତୀ ସଂରକ୍ଷଣ ସହିତ ମିଳିତ ଭାବରେ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ପଦକ୍ଷେପ ଅଧୀନରେ ହାତୀମାନଙ୍କ ପାଇଁ ଏକ ଦ୍ରୁତ ପ୍ରତିକ୍ରିୟା ଦଳ ଗଠନ କରାଯାଇଛି।

ବନତାରା ଏକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭ୍ରାମ୍ୟମାଣ ପଶୁ ଚିକିତ୍ସା ୟୁନିଟ୍ ମଧ୍ୟ ଉପଲବ୍ଧ କରାଇଛି।

ଗୁରୁତର ଓ ଦୀର୍ଘକାଳୀନ ଚିକିତ୍ସା ଆବଶ୍ୟକ କରୁଥିବା ହାତୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯିବ।Advertisment ବର୍ତ୍ତମାନ ଲାଓସରେ ପ୍ରାୟ ୪୦୦ ଜଙ୍ଗଲୀ ହାତୀ ଓ ୪୦୦ରୁ ଅଧିକ ପାଳିତ ହାତୀ ରହିଛନ୍ତି।

ଉଭୟଙ୍କ ସଂଖ୍ୟା ଲଗାତାର ଭାବରେ ହ୍ରାସ ପାଉଛି।

ଏହି କାର୍ଯ୍ୟକ୍ରମ ଅଧୀନରେ ଉଭୟ ପ୍ରକାର ହାତୀଙ୍କ ଚିକିତ୍ସା ଓ ସଂରକ୍ଷଣ ଉପରେ କାର୍ଯ୍ୟ କରାଯିବ।

ଏହି ଅବସରରେ ମେ ଖାମନୋୟ ନାମକ ଏକ ୪୩ ବର୍ଷୀୟା ମାଈ ହାତୀକୁ ମଧ୍ୟ ଉଦ୍ଧାର କରାଯାଇଛି।

ବର୍ଷ ବର୍ଷ ଧରି କାଠ ପରିବହନ ଓ ପରେ ପର୍ଯ୍ୟଟକଙ୍କ ପାଇଁ ନିୟୋଜିତ ହେବା ପରେ ଏହାକୁ ଏବେ ମାଣ୍ଡଲାଓରେ ଯତ୍ନ, ଚିକିତ୍ସା ଓ ଏକ ସୁରକ୍ଷିତ ଜୀବନ ମିଳିବ।

ଏଥି ସହିତ ବନତାରା ଓ ମାଣ୍ଡଲାଓ ପଶୁ ଚିକିତ୍ସା ଦଳ ତରଫରୁ ୧୨ ପାଳିତ ହାତୀ ପାଇଁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ହାତୀଙ୍କ ଯତ୍ନ ନେଉଥିବା ଲୋକାମାନଙ୍କ ଦକ୍ଷତା ବିକାଶ କରିବାକୁ ମଧ୍ୟ ଯୋଜନା ରହିଛି।

Bantaara University: ଜାମନଗରରେ "ବନତାରା ବିଶ୍ୱବିଦ୍ୟାଳୟ"ର ଶୁଭାରମ୍ଭ ମାଣ୍ଡଲାଓ ହାତୀ ସଂରକ୍ଷଣର ବିଶିଷ୍ଟ ପଶୁ ଚିକିତ୍ସକ ଡାକ୍ତର ଟିମ୍‌ ବାଉଟ୍‌ସ କହିଛନ୍ତି, ଲାଇସ୍‌ରେ ହାତୀମାନଙ୍କ କଲ୍ୟାଣ ଓ ଚିକିତ୍ସା ଦିଗରେ ହାତୀ ପ୍ରତିକ୍ରିୟା ଦଳ ଗଠନ କରିବା ଏକ ପ୍ରମୁଖ ପଦକ୍ଷେପ।

ହାତୀ ମାଲିକମାନଙ୍କୁ ଏହି ସେବା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରୁଥିବାରୁ ଆମେ ଉଲ୍ଲସିତ।

ଏଥିରେ ସହଯୋଗ ପାଇଁ ବନତାରାକୁ ଆମେ ଧନ୍ୟବାଦ ଜଣାଉଛୁ।

ସେହିପରି, ବନତାରାର ସ୍ବତନ୍ତ୍ର ନିର୍ଦ୍ଦେଶକ (କମ୍ପ୍ଲାଏନ୍ସ ଆଣ୍ଡ୍‌ ଡିଉ ଡିଲିଜେନ୍ସ) ଅଜିତ କୁଲକର୍ଣ୍ଣି କହିଛନ୍ତି, ଲାଓସ୍‌ରେ ହାତୀମାନଙ୍କୁ ସମର୍ଥନ ପାଇଁ ମାଣ୍ଡଲାଓ ସହ ସହଯୋଗିତା କରି ଆମେ ବେଶ୍‌ ଆନନ୍ଦିତ।

ପଶୁ ଚିକିତ୍ସା ଓ ସ୍ଥାନୀୟ ବିଶେଷତାରେ ନିବେଶ ଓ ବନ୍ୟଜନ୍ତୁଙ୍କ ସଂରକ୍ଷଣକୁ ମିଶାଇ ଆମେ ଦେଶର ହାତୀମାନଙ୍କ ଭବିଷ୍ୟତ ଉପରେ ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି କରିବାକୁ ଆଶା କରୁଛୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)