Elephant: ଧନୁଯାତ୍ରା ମହୋତ୍ସବରେ ବଡ଼ ଅଘଟଣ: ହାତୀ ନେଲା ମାହୁନ୍ତଙ୍କ ଜୀବନ

Nov 23, 2026 - 08:48
Elephant: ଧନୁଯାତ୍ରା ମହୋତ୍ସବରେ ବଡ଼ ଅଘଟଣ: ହାତୀ ନେଲା ମାହୁନ୍ତଙ୍କ ଜୀବନ

କଣ୍ଟ‌ାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା ଗାଁର ଧନୁଯାତ୍ରା ମହୋତ୍ସବରେ ଏକ ବଡ଼ ଅଘଟଣ ଘଟିଛି।

ଯେଉଁ ହାତୀକୁ ନେଇ ଧନୁଯାତ୍ରାକୁ ଆସିଥିଲେ, ସେହି ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ।

ବଙ୍ଗୋମୁଣ୍ଡା ଗାଁରେ ଚାଲିଥିବା ୪୦ତମ ଧନୁଯାତ୍ରା ମହୋତ୍ସବରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମୃତ ମାହୁନ୍ତ ହେଉଛନ୍ତି ଉତ୍ତରପ୍ରଦେଶ ଆହ୍ଲାବାଦ ଅଞ୍ଚଳର କଳ୍ପନା ଦୁବେ।

Advertisment ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ଏହି ଧନୁଯାତ୍ରାରେ ହାତୀ ପିଠିରେ ବସି ନଗର ପରିକ୍ରମା କରିବା ସହ ଯାତ୍ରା ମଞ୍ଚକୁ ଆସିଥାନ୍ତି ମହାରାଜ କଂସ।

ଏଥିପାଇଁ ହାତୀ ସହ ଆହ୍ଲାବାଦରୁ ଆସିଥିଲେ ମାହୁନ୍ତ କଳ୍ପନା ଦୁବେ।

ହେଲେ ହଠାତ୍ ସେହି ହାତୀ ଆକ୍ରମଣରେ ଗୁରୁତର ହୋଇପଡ଼ିଥିଲେ ମାହୁନ୍ତ।

ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ବଙ୍ଗୋମୁଣ୍ଡା ଡାକ୍ତରଖାନା ଏବଂ ପରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନିଆଯାଇଥିଲା।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଧନୁଯାତ୍ରାରେ ସାମିଲ ହେବାକୁ ଆସିଥିବା ହାତୀ ଆକ୍ରମଣରେ ମାହୁନ୍ତଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଏହି ଅଘଟଣ ପରେ ଧନୁଯାତ୍ରା ମହୋତ୍ସବରେ ଖେଳିଯାଇଛି ଶୋକର ଛାୟା ।

ସେପଟେ ଘଟଣାର ତଦନ୍ତ କରୁଛି ବନ ବିଭାଗ ଓ ବଙ୍ଗୋମୁଣ୍ଡା ପୁଲିସ l Traffic restrictions: ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା: କେଉଁ ରାସ୍ତାରେ ଗାଡ଼ି ଯିବା ମନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)