Elephant: ଗଣେଶ ଚତୁର୍ଥୀରେ ଜନ୍ମ ନେଲା ହାତୀ ଶାବକ

Sep 14, 2026 - 13:41
Elephant: ଗଣେଶ ଚତୁର୍ଥୀରେ ଜନ୍ମ ନେଲା ହାତୀ ଶାବକ

"କେନ୍ଦୁଝର: ପବିତ୍ର ଗଣେଶ ଚତୁର୍ଥୀରେ କେନ୍ଦୁଝର ଜିଲ୍ଲାରୁ ଆସିଛି ଏକ ଶୁଭ ଖବର।

ଜିଲ୍ଲାରେ ଗଣେଶ ଚତୁର୍ଥୀ ଅବସରରେ ଜନ୍ମ ନେଇଛି ଏକ ହାତୀ ଶାବକ ।

ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ୍ ରେ ଥିବା ୨୧ ଟିକିଆ ହାତୀପଲରୁ ଏକ ହାତୀଛୁଆ ଜନ୍ମ ନେଇଥିବାରୁ ସେଠାରେ ମୋଟ୍ ହାତୀ ସଂଖ୍ୟା ଏବେ ୨୨ରେ ପହଞ୍ଚିଛି ।

ଏହି ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫ୍‌ଓ।

ହାତୀଛୁଆ ଏବେ ସୁସ୍ଥ ଥିବା ବେଳେ, ହାତୀପଲଙ୍କ ସହିତ ଚଳପ୍ରଚଳ କରିବା ସହ, ମା ଠାରୁ କ୍ଷୀରପାନ କରୁଥିବା ସୂଚନା ଦେଇଛନ୍ତି ଡିଏଫ୍‌ଓ।Advertisment ହାତୀ ସଂରକ୍ଷଣ କ୍ଷେତ୍ରରେ ସକାରାତ୍ମକ ସଂକେତ ହାତୀପଲ ପ୍ରତି ବନ ବିଭାଗର ସ୍ଥାନୀୟ କର୍ମଚାରୀ ନଜର ରଖିଥିବା ବେଳେ, ମା ଏବଂ ଛୁଆହାତୀ କିପରି ସୁରକ୍ଷିତ ଏବଂ ଭଲରେ ରହିବେ ସେଥିପ୍ରତି ସଜାଗ ଅଛନ୍ତି ।

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ହାତୀ ଶାବକ ଜନ୍ମ ହେବା ଜିଲ୍ଲାବାସୀଙ୍କୁ ଖୁସି ଆଣିଦେବା ସହ ଜିଲ୍ଲାରେ ଏହା ହାତୀ ସଂରକ୍ଷଣର କ୍ଷେତ୍ରରେ ଏକ ସକାରାତ୍ମକ ସଂକେତ ବୋଲି ସୂଚନା ମିଳିଛି ।

Wife Rescued: ଗେଙ୍ଗୁଟିରେ ଭାସିଯାଇଥିଲେ ଦଂପତି, ବିରୂପା ନଦୀରୁ ଉଦ୍ଧାର ହେଲେ ସ୍ତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)