Electricity: ବର୍ଷା ପରେ କଟିଲା ବିଜୁଳି, ସପ୍ତାହେ ପହଞ୍ଚିଲା, ନାହିଁ ସମାଧାନ: ଅଫିସ୍ ଆଗରେ ଧାରଣା
"ବୈଶିଙ୍ଗା(ଦୀପକ କୁମାର ସିଂହ): ବେତନଟୀ ବ୍ଲକ ସନ୍ତରା ପଞ୍ଚାୟତ ଅଧୀନ ତିଳଦା ଉପକଣ୍ଠ ଧଡାସାହିରେ ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଛି ଅସନ୍ତୋଷ।
ଗତ ରବିବାର ବର୍ଷା ପରେ କଟିଥିବା ବିଦ୍ୟୁତ ଆଜିକୁ ୭ ଦିନ ବିତିଥିଲେ ମଧ୍ୟ ସ୍ୱାଭାବିକ ହୋଇନାହିଁ।
ଫଳରେ ୩୦ରୁ ୩୫ ପରିବାରର ପ୍ରାୟ ୨୫୦ରୁ ଅଧିକ ଲୋକ ଅନ୍ଧାରରେ ଦିନ କାଟୁଛନ୍ତି।ଧଡ଼ସାହିରେ ୩୨ ପରିବାର ବିଦ୍ୟୁତ ଉପଭୋକ୍ତା ହୋଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ରହିଥିବା ଅଭିଯୋଗ ହୋଇଛି।
ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ କଟିବା ସହ ହାତୀ ଉପଦ୍ରବ ସମୟରେ ମଧ୍ୟ ବାରମ୍ବାର ବିଦ୍ୟୁତ ସେବା ବିଚ୍ଛିନ୍ନ ହେଉଥିବା ଗ୍ରାମବାସୀ କହିଛନ୍ତି।Advertisment ବିଦ୍ୟୁତ ନଥିବାରୁ ପାଣି ପାଇଁ ମଧ୍ୟ ଲୋକେ ହନ୍ତସନ୍ତ।
ଅନ୍ୟପଟେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ବର୍ଷ ତମାମ ହାତୀ ଚଳପ୍ରଚଳ ଲାଗିରହିଥାଏ।
ତେଣୁ ସନ୍ଧ୍ୟା ହେଲେ ଅନ୍ଧାର ସାଙ୍ଗକୁ ହାତୀ ଭୟ ଗ୍ରାମବାସୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଉଛି।ଗ୍ରାମବାସୀଙ୍କ ଅଭିଯୋଗ—ବିଦ୍ୟୁତ ବିଭାଗକୁ ବାରମ୍ବାର ଫୋନ୍ କରି ଜଣାଇବା ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ।
ଏପରିକି ଅଭିଯୋଗ ପାଇଁ ଫୋନ୍ କଲେ ମଧ୍ୟ ଅନେକ ସମୟରେ ଫୋନ୍ ଉଠାଯାଉନଥିବା ସେମାନେ କହିଛନ୍ତି।ଶେଷରେ ନିରାଶ ହୋଇ ଆଜି ମଧ୍ୟାହ୍ନରେ ଗ୍ରାମର ମହିଳା ଓ ପୁରୁଷମାନେ ଏକାଠି ହୋଇ ବୈଶିଙ୍ଗା ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ତୁରନ୍ତ ବିଦ୍ୟୁତ ସଂଯୋଗ ସ୍ୱାଭାବିକ କରାଯାଉ ଗ୍ରାମବାସୀଙ୍କ ଦାବି—ତୁରନ୍ତ ବିଦ୍ୟୁତ ସଂଯୋଗ ସ୍ୱାଭାବିକ କରାଯାଉ।
ହାତୀପ୍ରବଣ ଅଞ୍ଚଳ ହୋଇଥିବାରୁ ନିରବଚ୍ଛିନ୍ନ ଓ ସୁରକ୍ଷିତ ବିଦ୍ୟୁତ ସେବା ସହ ବାରମ୍ବାର ବିଦ୍ୟୁତ ବିଭ୍ରାଟର ସ୍ଥାୟୀ ସମାଧାନ କରାଯାଉ।
ସପ୍ତାହେ ସମାଧାନ ହୋଇନଥିବା ସମସ୍ୟା ଧାରଣା ପରେ କେବେ ସମାଧାନ ହେବ—ଏହାକୁ ନେଇ ଏବେ ବିଦ୍ୟୁତ ବିଭାଗ ଉପରେ ଉଠିଛି ପ୍ରଶ୍ନ।
Buffaloes Smugglers Arrested: ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି, ମାଡ଼ିବସିଲା ପୁଲିସ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
