Election: ୨୦୨୯ ଲୋକସଭା ନିର୍ବାଚନରୁ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରେ

Jul 10, 2026 - 18:45
Election: ୨୦୨୯ ଲୋକସଭା ନିର୍ବାଚନରୁ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରେ

"ନୂଆଦିଲ୍ଲୀ: ଦେଶରେ "ଏକ ଦେଶ, ଏକ ନିର୍ବାଚନ" ବ୍ୟବସ୍ଥା ୨୦୨୯ ଲୋକସଭା ନିର୍ବାଚନରୁ କାର୍ଯ୍ୟକାରୀ ହୋଇପାରେ ବୋଲି ଏହି ପ୍ରସ୍ତାବକୁ ଯାଞ୍ଚ କରୁଥିବା ମିଳିତ ସଂସଦୀୟ କମିଟି (ଜେପିସି)ର ଅଧ୍ୟକ୍ଷ ପିପି ଚୌଧୁରୀ ଶୁକ୍ରବାର ଆଶା ପ୍ରକାଶ କରିଛନ୍ତି।

ତେବେ ଚଳିତ ସଂସଦ ଅଧିବେଶନରେ କମିଟି ଏହାର ରିପୋର୍ଟ ଦାଖଲ କରିବା ସମ୍ଭାବନା କମ୍‌ ଥିବା ସେ ସ୍ପଷ୍ଟ କରିଛନ୍ତି।Advertisment ଆହୁରି ପଢନ୍ତୁ: Odisha ITEP 2026 ପ୍ରକାଶ ପାଇଲା ଇଣ୍ଟିଗ୍ରେଟେଡ଼ ଟିଇପି ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ଚୌଧୁରୀ କହିଛନ୍ତି, କମିଟି ଏବେ ବିଭିନ୍ନ ରାଜ୍ୟରେ ବ୍ୟାପକ ପରାମର୍ଶ ପ୍ରକ୍ରିୟା ଚଳାଇଛି।

ସମସ୍ତ ପକ୍ଷଙ୍କ ମତାମତ ସଂଗ୍ରହ କରିବା ପରେ ହିଁ ଅନ୍ତିମ ରିପୋର୍ଟ ପ୍ରସ୍ତୁତ କରାଯିବ।

ଏହି କାରଣରୁ ସଂସଦର ଆଗାମୀ ଅଧିବେଶନରେ ରିପୋର୍ଟ ଦାଖଲ କରିବା କଷ୍ଟକର ବୋଲି ସେ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା କମିଟି ଅନେକ ରାଜ୍ୟ ଗସ୍ତ କରି ବିଭିନ୍ନ ହିତାଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଦିଲ୍ଲୀ, ଗୋଆ ଓ ଉତ୍ତରପ୍ରଦେଶରେ ପରାମର୍ଶ ପ୍ରକ୍ରିୟା ବାକି ରହିଛି।

ତାଙ୍କ କହିବା ଅନୁସାରେ, ଯଦି ସଂସଦ ୨୦୨୮ ଜୁଲାଇ ସୁଦ୍ଧା ସମ୍ପୃକ୍ତ ବିଧେୟକକୁ ମଞ୍ଜୁରି ଦେଇଦିଏ, ତେବେ ୨୦୨୯ ଲୋକସଭା ନିର୍ବାଚନରୁ "ଏକ ଦେଶ, ଏକ ନିର୍ବାଚନ" ବ୍ୟବସ୍ଥା ଆରମ୍ଭ କରିବା ସମ୍ଭବ ହେବ।

ଏହା ପାଇଁ ଆଇନଗତ ଓ ପ୍ରଶାସନିକ ପ୍ରସ୍ତୁତି ନେବାକୁ ପର୍ଯ୍ୟାପ୍ତ ସମୟ ମିଳିବ ବୋଲି ସେ ମତ ଦେଇଛନ୍ତି।

ଆହୁରି ପଢନ୍ତୁ: 28 years absconding ଥାନାରୁ ଫେରାର୍‌ ହୋଇଯାଇଥିଲା ହତ୍ୟା ଅଭିଯୁକ୍ତ, ୨୮ବର୍ଷ ପରେ ଛତିଶଗଡ଼ରୁ ଧରାପଡ଼ିଲା ଜେପିସି ଅଧ୍ୟକ୍ଷ କହିଛନ୍ତି, ଏହି ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଏକାସାଙ୍ଗରେ କରାଇବା।

ବାରମ୍ବାର ନିର୍ବାଚନ ହେବା ଯୋଗୁ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବହୁ ଅର୍ଥ ଖର୍ଚ୍ଚ ହେଉଛି।

ଏକକାଳୀନ ନିର୍ବାଚନ ହେଲେ ପ୍ରଶାସନିକ ଦକ୍ଷତା ବଢ଼ିବ, ନିର୍ବାଚନ ଖର୍ଚ୍ଚ କମିବ ଏବଂ ସରକାରମାନେ ବିକାଶମୂଳକ କାର୍ଯ୍ୟରେ ଅଧିକ ଧ୍ୟାନ ଦେଇପାରିବେ ବୋଲି ସେ କହିଛନ୍ତି।

ଏହି ପ୍ରସ୍ତାବକୁ ନେଇ ସରକାର ସମ୍ବିଧାନ (୧୨୯ତମ ସଂଶୋଧନ) ବିଧେୟକ, ୨୦୨୪ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଧେୟକ, ୨୦୨୪କୁ ଜେପିସି ନିକଟକୁ ପଠାଇଛନ୍ତି।

କମିଟି ସମସ୍ତ ମତାମତ ଓ ପରାମର୍ଶକୁ ବିଚାର କରିବା ପରେ ନିଜର ସୁପାରିସ ସହ ଅନ୍ତିମ ରିପୋର୍ଟ ସଂସଦରେ ଦାଖଲ କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।