Subhadra 5th installment ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ୫ମ କିସ୍ତି, ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଯାଞ୍ଚ

Jul 10, 2026 - 18:45
Subhadra 5th installment ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ୫ମ କିସ୍ତି, ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଯାଞ୍ଚ

"ଉପମୁଖ୍ୟମନ୍ତ୍ରୀଙ୍କ କିସ୍ତି ବିତରଣ ସମୀକ୍ଷା  ଜିଲ୍ଲାସ୍ତରରେ ଦୈନିକ ଭିତ୍ତିରେ ଅଗ୍ରଗତି ସମୀକ୍ଷା ପାଇଁ ନିର୍ଦ୍ଦେଶ ଚାରିଟି କିସ୍ତିରେ ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯାଇଛି ୨୦,୬୪୮.୬୩ କୋଟି ଟଙ୍କାAdvertisment ଭୁବନେଶ୍ୱର:  ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ୫ମ କିସ୍ତି ବିତରଣକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଆଜି (ଶୁକ୍ରବାର) ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ଜୁଲାଇ ୨୫ ସୁଦ୍ଧା ଯୋଜନା ଅଧୀନରେ ଅବଶିଷ୍ଟ ସମସ୍ତ ଆବେଦନର ଯାଞ୍ଚ, ଯୋଗ୍ୟତା ନିର୍ଦ୍ଧାରଣ ଓ ବ୍ୟାଙ୍କ ଲିଙ୍କ୍ ସମ୍ବନ୍ଧୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ସୂଚନାଯୋଗ୍ୟ,, ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୧,୧୫,୭୫,୬୩୩ଟି ଆବେଦନ ପଞ୍ଜୀକୃତ ହୋଇଥିବାବେଳେ, ସେଥିମଧ୍ୟରୁ ୨୦୨୬-୨୭ ଆର୍ଥିକ ବର୍ଷରେ ୩,୧୭,୯୬୬ଟି ନୂତନ ଆବେଦନ ପ୍ରାପ୍ତ ହୋଇଛି।

ସମସ୍ତ ଯାଞ୍ଚ ଓ ଯୋଗ୍ୟତା ନିର୍ଣ୍ଣୟ ପରେ ୧,୦୨,୦୪,୩୯୬ ଜଣ ସମ୍ଭାବ୍ୟ ହିତାଧିକାରୀଙ୍କୁ ୫ମ କିସ୍ତି ପ୍ରଦାନ ପାଇଁ ଚିହ୍ନଟ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ଦ୍ୱାରା ଯାଞ୍ଚରେ ମୃତ୍ୟୁ ନିଶ୍ଚିତ ହୋଇଥିବା ୫,୨୭୭ ଜଣ ହିତାଧିକାରୀଙ୍କ ନାମ ବାଦ ଦିଆଯିବା ପରେ ୧,୦୧,୯୯,୧୧୯ ଜଣଙ୍କୁ ୫ମ କିସ୍ତି ପ୍ରଦାନ ପାଇଁ ଅନ୍ତିମ ସମ୍ଭାବ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି।

Subhadra Yojana continue: "ଇଏସି-ପିଏମ୍‌"ର ୱାର୍କିଂ ପେପର୍‌ରେ ଆହ୍ବାନ: ସୁଭଦ୍ରା ଯୋଜନା ଜାରି ରହୁ ବୈଠକରେ DBT ସକ୍ରିୟ, e-KYC, ଫିଲ୍ଡ ଏନକ୍ୱାରୀ, NPCI ମ୍ୟାପିଂ, ପେମେଣ୍ଟ ଫାଇଲ୍ ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା।

ଫିଲ୍ଡ ଏନକ୍ୱାରୀ ପାଇଁ ପଠାଯାଇଥିବା ସମସ୍ତ ଆବେଦନର ଯାଞ୍ଚ ଓ ନିଷ୍ପତ୍ତି ପ୍ରକ୍ରିୟାକୁ ଆସନ୍ତା ୨୫ ଜୁଲାଇ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବା ସହ ଏହାର ଅଗ୍ରଗତିକୁ ଦୈନିକ ଭିତ୍ତିରେ ସମୀକ୍ଷା କରିବା ପାଇଁ  ଉପମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ସୁଭଦ୍ରା ଯୋଜନାର ସାମଗ୍ରିକ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା।

ଏପର୍ଯ୍ୟନ୍ତ ଚାରିଟି କିସ୍ତିରେ ୨୦,୬୪୮.୬୩ କୋଟି ଟଙ୍କା DBT ମାଧ୍ୟମରେ ଏକ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି।

ସେହିପରି, ପଞ୍ଜିକୃତ ୨,୬୮,୩୯୬ଟି ଅଭିଯୋଗର ସମାଧାନ କରାଯାଇଛି।

Goat Farming: ଶହେ ସୁଭଦ୍ରାଙ୍କୁ ପଛରେ ପକାଇଲେ ଭୀମସେନ ମହାନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଭୁଲ, ସ୍ୱଚ୍ଛ ଓ ସୁଚାରୁରୂପେ ସୁଭଦ୍ରା ଯୋଜନାର କିସ୍ତି ପ୍ରଦାନ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ  ଗୁରୁତ୍ୱାରୋପ କରିଥିଲେ।

ଏଥିପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀ, ସମ୍ପୃକ୍ତ ବିଭାଗ ଏବଂ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ସମସ୍ତ ପ୍ରସ୍ତୁତି ସମୟବଦ୍ଧ ଭାବେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ବୈଠକରେ ସୁଭଦ୍ରା ଯୋଜନାର ଆଗାମୀ କାର୍ଯ୍ୟପନ୍ଥା ଏବଂ ଆବେଦନଗୁଡ଼ିକର ସାମ୍ପ୍ରତିକ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀଙ୍କ ସମେତ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC) ଏବଂ ବିଭଗୀୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।