Eklavya Model Residential School ଜନଜାତି ଶିକ୍ଷା: ରାଜ୍ୟରେ ବଢ଼ିଲା ଏକଲବ୍ୟ ବିଦ୍ୟାଳୟ ସଂଖ୍ୟା, ଖୋଲିଲା ୨୪ଟି ନୂଆ ବିଦ୍ୟାଳୟ

Nov 17, 2026 - 17:00
Eklavya Model Residential School ଜନଜାତି ଶିକ୍ଷା: ରାଜ୍ୟରେ ବଢ଼ିଲା ଏକଲବ୍ୟ ବିଦ୍ୟାଳୟ ସଂଖ୍ୟା, ଖୋଲିଲା ୨୪ଟି ନୂଆ ବିଦ୍ୟାଳୟ

ଭୁବନେଶ୍ୱର: ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ୭ଟି ଜିଲ୍ଲାରେ ୨୪ଟି ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍‌ଆର୍‌ଏସ୍‌) ଖୋଲିଛନ୍ତି।

ଏହାପରେ ରାଜ୍ୟର ମୋଟ ଇଏମ୍‌ଆର୍‌ଏସ୍‌ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି।

Advertisment Education: ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଲେ ୫ଟି ପଞ୍ଚାୟତବାସୀ ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ସମଗ୍ର ଦେଶରେ ଓଡ଼ିଶାକୁ ସର୍ବାଧିକ ୧୧୧ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଛି ।

ଏଥିମଧ୍ୟରୁ ପୂର୍ବରୁ ୪୭ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିଲା।

ସମ୍ପ୍ରତି ନୂତନ ୨୪ଟି ବିଦ୍ୟାଳୟର କାର୍ଯ୍ୟକ୍ଷମ ହେବା ଦ୍ୱାରା ଏହି ସଂଖ୍ୟା ୭୧କୁ ବୃଦ୍ଧି ପାଇଛି ।

CBI action: ସିବିଆଇ ହାତରେ ଗିରଫ ହେଲେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଜାତୀୟସ୍ତରରେ ବର୍ତ୍ତମାନ ୨୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୩୩ଟି ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି ।

ଓଡ଼ିଶାରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୨୪ଟି ବିଦ୍ୟାଳୟ ଦ୍ୱାରା ପ୍ରାୟ ୧,୪୪୦ ଜଣ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ ।

Education: ସିବିଏସ୍‌ଇ କ୍ଲଷ୍ଟର ଚାମ୍ପିଅନସିପ୍‌ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସଫଳତା ନୂତନ ଭାବେ କାର୍ଯ୍ୟକ୍ଷମ ୨୪ଟି ବିଦ୍ୟାଳୟ ୭ଟି ଜିଲ୍ଲାରେ ଅବସ୍ଥିତ ।

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮ଟି ବିଦ୍ୟାଳୟ ରାରୁଆଁ, ଯଶୀପୁର, ସୁକୃଳି, ଗୋପବନ୍ଧୁନଗର, ସାରସକଣା, ବିଶୋଇ, ବାଦାମପାହାଡ଼ ଓ ବିଜାତଳାଠାରେ କାର୍ଯ୍ୟକ୍ଷମ ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲାର ସାହାରପଡ଼ା, ହରିଚନ୍ଦନପୁର, ବାଂଶପାଳ, ଘଟଗାଁ ଓ ତେଲକୋଇଠାରେ ୫ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି ।

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ଉମରକୋଟ, ଡାବୁଗାଁ ଓ ରାଇଘରଠାରେ ୪ଟି ଏବଂ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି, ସୁବଦେଗା ଓ ବିଶ୍ରାଠାରେ ୩ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି ।

ଏଥିସହିତ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ଓ ପଦ୍ମପୁରଠାରେ ୨ଟି ବିଦ୍ୟାଳୟ ଏବଂ କୋରାପୁଟ ଜିଲ୍ଲାର ପାଡୁଆ ଓ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧଠାରେ ଗୋଟିଏ ଲେଖାଏଁ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)