Ekamra Project: ଜାନୁଆରି ସୁଦ୍ଧା ସରିବ ଏକାମ୍ର ପ୍ରକଳ୍ପ
ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ସାମଗ୍ରିକ ବିକାଶ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଭିତ୍ତିଭୂମି ବିକାଶ, ପିପିଲି ଚାନ୍ଦୁଆ ହବ୍ ନିର୍ମାଣ ଏବଂ ପୁରୀ ଅନ୍ନପୂର୍ଣ୍ଣା ଥିଏଟର୍ର ପୁନରୁଦ୍ଧାର ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି।
Elephant: ଦନ୍ତାର ଆତଙ୍କ; ହାତୀ ସଂପର୍କିତ ସୂଚନା ଦେବାକୁ ବନ ବିଭାଗର ନିବେଦନ
ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ପାର୍କିଂ, ପର୍ଯ୍ୟଟକ ସମ୍ମିଳନୀ କେନ୍ଦ୍ର, ଶୌଚାଳୟ ନିର୍ମାଣ, ଭଜନମଣ୍ଡପ ନିର୍ମାଣ, ଅନନ୍ତ ବାସୁଦେବ ପ୍ଲାଜାର ବିକାଶ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏଥିସହ ବିନ୍ଦୁସାଗରକୁ ପ୍ରଶସ୍ତ ପାଦଚଲା ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା। ଏକାମ୍ର କ୍ଷେତ୍ରର ଐତିହ୍ୟ, ପରମ୍ପରା ଓ ଧାର୍ମିକ ଗୁରୁତ୍ୱକୁ ଅକ୍ଷୁଣ୍ଣ ରଖି ଏହାର ସାମଗ୍ରିକ ଉନ୍ନତୀକରଣ କରିବା ସହ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ କୁହାଯାଇଛି। ଏକାମ୍ର ପ୍ରକଳ୍ପର ସମସ୍ତ ନିର୍ମାଣ କାର୍ଯ୍ୟ ଆସନ୍ତା ତିନିମାସରେ ଅର୍ଥାତ୍ ୨୦୨୭ ମସିହା ଜାନୁଆରି ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି।
ଏକାମ୍ର କ୍ଷେତ୍ର, ପିପିଲି ଚାନ୍ଦୁଆ ହବ୍, ପୁରୀ ଅନ୍ନପୂର୍ଣ୍ଣା ଥିଏଟର୍ ବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ
Odisha Flood: ତିନି ଦିନ ଜଳବନ୍ଦୀ ଗ୍ରାମବାସୀଙ୍କୁ ଖାଦ୍ୟ, ପାନୀୟ ଜଳ ଓ ଔଷଧ ଯୋଗାଇ ଚର୍ଚ୍ଚାରେ ଯୁବକ ସଂଘ
ସେହିପରି ପିପିଲିରେ ବହୁତଳ କୋଠା ନିର୍ମାଣ କରି ଚାନ୍ଦୁଆ ହବ୍ ପ୍ରତିଷ୍ଠା ସହ ସେଠାରେ ଦୋକାନ ଗୃହ, ଫୁଡ୍ ପ୍ଲାଜା, ଅଡିଓ ଭିଜୁଆଲ ହଲ, ଶୌଚାଳୟ ଆଦିର ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଥିଲା। ଏହି ଚାନ୍ଦୁଆ ହବ୍ର ନିର୍ମାଣ ଆସନ୍ତା ଦୁଇବର୍ଷ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓବିସିସି ତଥା ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟର ସହ ଓଡ଼ିଶାର ସଂସ୍କୃତିକ ଭାବାବେଗ ଜଡ଼ିତ ଥିବାରୁ ଏହାର ପୁନରୁଦ୍ଧାର ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ବିଏମ୍ସି କମିସନର ଚଞ୍ଚଳ ରଣା, ଓବିସିସି ସିଜିଏମ୍ ଶ୍ରୀଧର ରାଉତଙ୍କ ସମେତ ଏଏସ୍ଆଇ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
