Education: ୟୁଏସ୍ଆଇ ପକ୍ଷରୁ ଦୃଷ୍ଟିହୀନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ

Aug 16, 2026 - 18:10
Education: ୟୁଏସ୍ଆଇ ପକ୍ଷରୁ ଦୃଷ୍ଟିହୀନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ

"ଭୁବନେଶ୍ୱର: ୟୁଏସ୍‌ଆଇ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରର ସତ୍ୟନଗରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘର ଭାବଗ୍ରାହୀ ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ପୋଷାକ ବିତରଣ କରାଯାଇଛି।

ସ୍ବାଧୀନତା ଦିବସ ଅବସରରେ ଶନିବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Advertisment ୨୦୧୦ ମସିହାରୁ ୟୁଏସ୍‌ଆଇ ଫାଉଣ୍ଡେସନ ରାଜ୍ୟରେ ବିଭିନ୍ନ ପ୍ରକାରର ସମାଜ ସେବା କାର୍ଯ୍ୟରେ ନିୟୋଜିତ ଅଛି।

ପ୍ରତିବର୍ଷ ଭଳି  ସ୍ବାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ସଂଗଠନ ତରଫରୁ ଭାବଗ୍ରାହୀ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଆସୁଛି।

ଚଳିତବର୍ଷ ବିଦ୍ୟାଳୟର ପୋଷାକ ବିତରଣ କରାଯାଇଥିଲା।

ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଅଖିଳ କୁମାର ସାହୁଙ୍କ ତତ୍ବାବଧାନରେ ଏବଂ ସଂଗଠନର ମୁଖ୍ୟ ପରିଚାଳକ ଡାକ୍ତର ରଶ୍ମୀ ରେଖା ସାହୁ ଏବଂ ସଂଯୋଜକ ନୀଳକଣ୍ଠ ନାଥଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ  ସମ୍ପାଦିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଗଠନର ଶୁଭଚିନ୍ତକ ତଥା ସମାଜସେବୀ ଶୁଭ୍ରସୀମା ମହାନ୍ତି ଏବଂ ଯୁବ ସାମ୍ବାଦିକ ଡମ୍ବରୁ ରାଉତ ଯୋଗ ଦେଇଥିଲେ।

ସ୍ୱାତୀ, ରଞ୍ଜିତ, ସୌମ୍ୟ ଶଙ୍କର, ଚିତ୍ତରଞ୍ଜନ, ଆଶିଷ, ହରୀଶ, ପୂର୍ଣମାସୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଆର୍ଥିକ ସହଯୋଗ କରିଥିଲେ।

Blind Woman Judge India: ଥାନ୍ୟା ନାଥନ ସି ଭାରତର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media