Education: ମଡର୍ଣ୍ଣସ୍‌ ଏବିସି ଏଚ୍‌ଏସ୍‌ସି ଟପ୍‌ଟେନ୍‌ ଆସାଇନ୍‌ମେଣ୍ଟ୍‌ସ ଉନ୍ମୋଚିତ

Jul 23, 2026 - 00:51
Education: ମଡର୍ଣ୍ଣସ୍‌ ଏବିସି ଏଚ୍‌ଏସ୍‌ସି ଟପ୍‌ଟେନ୍‌ ଆସାଇନ୍‌ମେଣ୍ଟ୍‌ସ ଉନ୍ମୋଚିତ

"ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ମଡର୍ଣ୍ଣସ୍‌ ଏବିସି ଏଚ୍‌ଏସ୍‌ସି ଟପ୍‌ଟେନ୍‌ ଆସାଇନ୍‌ମେଣ୍ଟ୍‌ସ ଉନ୍ମୋଚିତ ହୋଇଛି।

ଏହାକୁ ବିଶିଷ୍ଟ ଶିକ୍ଷାବିତ ଡ.

ନିରଞ୍ଜନ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ.

ପ୍ରଫୁଲ୍ଲ କୁମାର ନାୟକ ଓ ଡ.

ବିପିନ ବିହାରୀ ଶତପଥୀ ଉନ୍ମୋଚନ କରିଥିଲେ।

ଏହା ସହିତ ୨୦୨୬ ମାଟ୍ରିକ୍‌ ପରୀକ୍ଷାରେ ପ୍ରତି ଜିଲ୍ଲାରେ ଶ୍ରେଷ୍ଠ ହୋଇଥିବା ଛାତ୍ରଛାତ୍ରୀମାନେ ନିଜେ ଲେଖିଥିବା ଉତ୍ତରଖାତାର ନକଲ ପୃଥକ ଭାବେ ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ଦିଆଯାଉଛି।Advertisment ଏହି ଟେଷ୍ଟପେପର୍ସରେ ୧୩ ବର୍ଷରେ ବୋର୍ଡ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ଓ ତାହାର ଉତ୍ତର, ଅଧ୍ୟାୟଭିତ୍ତିକ ସୂଚନା, ବିଶ୍ଳେଷଣ, ଏମ୍‌ସିକ୍ୟୁଜ୍‌ ଏବଂ ଦୀର୍ଘ ଓ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ରହିଛି।

ଏହା ୨୦୨୭ରେ ପରୀକ୍ଷା ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ବିଶେଷ ସହାୟକ ହେବ ବୋଲି ମଡର୍ଣ୍ଣ ପବ୍ଲିସର୍ସର ଜୋନାଲ ମୁଖ୍ୟ ପ୍ରଦୀପ୍ତ କୁମାର ମିଶ୍ର କହିଛନ୍ତି।

ଏହି ଟେଷ୍ଟପେପର୍ସ ରାଜ୍ୟର ପ୍ରତି ପୁସ୍ତକ ଦୋକାନରେ ଉପଲବ୍ଧ ହୋଇଛି।

NEET: ୩୮ ମାର୍କ ବୈଧ, ନିଟ୍‌ ପରୀକ୍ଷାର୍ଥୀଙ୍କ ୬୪୦ ମାର୍କ ଅଭିଯୋଗକୁ ଖଣ୍ଡନ କଲା ଏନ୍‌ଟିଏ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।