War: ହର୍ମୁଜରେ ଆକ୍ରମଣ ହେଲେ ଇରାନର ସେତୁ ଓ ପାୱାର ପ୍ଲାଣ୍ଟ ଉଡ଼ାଇଦେବୁ: ଟ୍ରମ୍ପ

Jul 22, 2026 - 21:54
War: ହର୍ମୁଜରେ ଆକ୍ରମଣ ହେଲେ ଇରାନର ସେତୁ ଓ ପାୱାର ପ୍ଲାଣ୍ଟ ଉଡ଼ାଇଦେବୁ: ଟ୍ରମ୍ପ

"ୱାସିଂଟନ: ଇରାନ ଉପରେ ଆମେରିକାର କ୍ରମାଗତ ଏକାଦଶ ରାତିର ବିମାନ ଆକ୍ରମଣ ଜାରି ରହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି।

ହର୍ମୁଜ ପ୍ରଣାଳୀରେ କୌଣସି ବାଣିଜ୍ୟିକ ଜାହାଜ ଉପରେ କ୍ଷେପଣାସ୍ତ୍ର, ରକେଟ୍‌, ଡ୍ରୋନ୍‌ କିମ୍ବା ଅନ୍ୟ କୌଣସି ଅସ୍ତ୍ରରେ ଆକ୍ରମଣ ହେଲେ ଆମେରିକା ଇରାନର ସେତୁ, ପାୱାର ପ୍ଲାଣ୍ଟ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ବୋମାମାଡ଼ କରି ଧ୍ବଂସ କରିଦେବ ବୋଲି ସେ କହିଛନ୍ତି।

ଏପରିକି ରାଜଧାନୀ ତେହେରାନର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଛଡ଼ାଯିବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।Advertisment ଟ୍ରମ୍ପ ସୋସିଆଲ ମିଡିଆ "ଟ୍ରୁଥ୍‌ ସୋସିଆଲ୍‌"ରେ ଏହି ଚେତାବନୀ ଦେଇଥିବାବେଳେ ହ୍ୱାଇଟ୍‌ ହାଉସ୍‌ର ଓଭାଲ୍‌ ଅଫିସ୍‌ରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ନତାଞ୍ଜ ନିକଟସ୍ଥ "ପିକାକ୍ସ ମାଉଣ୍ଟେନ୍‌" ଅଞ୍ଚଳରେ ନିର୍ମାଣାଧୀନ ଭୂଗର୍ଭ ପରମାଣୁ କେନ୍ଦ୍ର ଉପରେ ମଧ୍ୟ ଖୁବ୍‌ଶୀଘ୍ର ଭୟଙ୍କର ଆକ୍ରମଣ କରାଯିବ ବୋଲି ଧମକ ଦେଇଛନ୍ତି।

ଇରାନ ସେଠାକୁ ୟୁରାନିୟମ୍‌ ବିଶୋଧନରେ ବ୍ୟବହୃତ ସେଣ୍ଟ୍ରିଫ୍ୟୁଜ୍‌ ସ୍ଥାନାନ୍ତର କରିଥିବା ସନ୍ଦେହ ସମ୍ପର୍କରେ ପଚରାଯିବାରୁ ଟ୍ରମ୍ପ କହିଥିଲେ, ୟୁରାନିୟମ୍‌ ନ ଥିଲେ କେବଳ ସେଣ୍ଟ୍ରିଫ୍ୟୁଜ୍‌ର କୌଣସି ଗୁରୁତ୍ୱ ନାହିଁ ଏବଂ ୟୁରାନିୟମ୍‌ କେଉଁଠି ଅଛି, ତାହା ଉପରେ ଆମେରିକା ନଜର ରଖିଛି।

ଏପଟେ ଆମେରିକାର ସେଣ୍ଟ୍ରାଲ୍‌ କମାଣ୍ଡ (ସେଣ୍ଟକମ୍‌) ପକ୍ଷରୁ କୁହାଯାଇଛି ଯେ, ଏକାଦଶ ରାତିର ଆକ୍ରମଣରେ ଇରାନର ସାମରିକ ପରିଚାଳନା କେନ୍ଦ୍ର, ନୌସେନା ସାମର୍ଥ୍ୟ, ଯୁଦ୍ଧବିମାନ ହ୍ୟାଙ୍ଗର୍‌, ଡ୍ରୋନ୍‌ ଭଣ୍ଡାର ଏବଂ ସାମରିକ ପରିବହନ ଭିତ୍ତିଭୂମିକୁ ନିଶାଣ କରାଯାଇଥିଲା।

ଇରାନ ସମୟ ଭୋର ପ୍ରାୟ ୩ଟା ୪୫ ମିନିଟ୍‌ରେ ଏହି ଅଭିଯାନ ଶେଷ ହୋଇଥିଲା।

ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ପ୍ରତି ବିପଦ ସୃଷ୍ଟି କରିବାରେ ଇରାନର କ୍ଷମତାକୁ ଦୁର୍ବଳ କରିବା ହିଁ ଏହି ଆକ୍ରମଣର ଉଦ୍ଦେଶ୍ୟ ବୋଲି ସେଣ୍ଟକମ୍‌ କହିଛି।

ତେହେରାନ, ତାବ୍ରିଜ ଓ ଦକ୍ଷିଣ ଇରାନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା ଖବର ମିଳିଛି।

Service Tax: ହର୍ମୁଜ ପ୍ରଣାଳୀରେ ଶୁଳ୍କ ଆଦାୟ କରିବ ଇରାନ ଆମେରିକାର ଅଭିଯୋଗ ଅନୁସାରେ, ଇରାନ ଗତ ତିନି ମାସ ମଧ୍ୟରେ ୩୦ରୁ ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଛି।

ଫେବ୍ରୁଆରି ୨୮ରୁ ଆମେରିକା ଓ ଇସ୍ରାଏଲର ସାମରିକ ଅଭିଯାନ ଜାରି ରହିଛି।

ଇରାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଆମେରିକାର ଆକ୍ରମଣରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୫୦୦ରୁ ଅଧିକ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଆମେରିକାର ୧୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।