Education: ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କରେ ପାଠ୍ୟ ଉପକରଣ ଯୋଗାନ୍ତି ଗବେଷକ

Jun 09, 2026 - 16:19
Education: ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଶୁଳ୍କରେ ପାଠ୍ୟ ଉପକରଣ ଯୋଗାନ୍ତି ଗବେଷକ

"ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଳକ୍ ଅନ୍ତର୍ଗତ ତଲାରିମାହା ଗ୍ରାମପଞ୍ଚାୟତର ଗଟାମାହା ଗ୍ରାମରେ ରାଜେଶ କୁମାର ବଗର୍ତ୍ତୀଙ୍କ ଗାଁ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି ପାଠ୍ୟକ୍ରମ ଉପରେ ଗବେଷଣା କରୁଛନ୍ତି ରାକେଶ।

ଗବେଷଣା କାର୍ଯ୍ୟ କରିବା ସହିତ ମଧ୍ୟ ସେ ଚାଷ କାର୍ଯ୍ୟରେ ମନୋନିବେଶ କରିଛନ୍ତି।

ଖରିଫ ଋତୁରେ ସେ ୫ ଏକରରୁ ଊର୍ଦ୍ଧ୍ବ ଜମିରେ ଚାଷ କରିଥିଲେ।

ଚାଷ ଅମଳ ହେବା ପରେ ମଣ୍ଡିରେ ଧାନ ବିକ୍ରି କରିଥିଲେ।

ଧାନ ବିକ୍ରି ବାବଦରେ ଯେଉଁ ଟଙ୍କା ପାଇଥିଲେ ସେଥିରେ ଛାତ୍ରବୃତ୍ତି ବାବଦରେ ମିଳୁଥିବା ଆର୍ଥିକ ସହାୟତାରୁ କିଛି ବିନିଯୋଗ କରି କି ଗ୍ରାମର ଅଙ୍ଗନବାଡ଼ି ପିଲାମାନଙ୍କ ଠାରୁ ଆରମ୍ଭ କରି ଯୁକ୍ତ ତିନି ଶ୍ରେଣୀ ପର୍ଯ୍ୟନ୍ତ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଶୁଳ୍କରେ ପାଠ୍ୟ ଉପକରଣ ଯୋଗାଇ ଦେଇଛନ୍ତି।

Advertisment କରୋନା ମହାମାରୀ ସମୟରେ ସେ ନିଜ ଘର ବାରଣ୍ଡାରେ ଗାଁର ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଯୁକ୍ତ ତିନି ଶ୍ରେଣୀର ୧୮ ଜଣରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଦିନ ସକାଳ ୭ଟା ୩୦ରୁ ଦିନ ୧୦ ଘଟିକା ଏବଂ ସନ୍ଧ୍ୟା ୫ଟା ସମୟରୁ ରାତି ୮ଟା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଦାନ କରୁଥିଲେ।

ବର୍ତ୍ତମାନ ଗବେଷଣା କାର୍ଯ୍ୟ ପାଇଁ ସେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରହୁଛନ୍ତି।

କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଗାଁ ଆସିଲେ ପୁଣିଥରେ ଗାଁର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଶୁଳ୍କରେ ପାଠ ପଢ଼ାଉଛନ୍ତି।

ଆହୁରି ପଢ଼ନ୍ତୁ: Quality Education: ପିଲା ଓ ଗାଁ ଉଭୟଙ୍କର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ଅତ୍ୟନ୍ତ ଜରୁରୀ...

ରାଜେଶ କହନ୍ତି, ଜନ୍ମ କଲା ମା' ପ୍ରତି ପୁଅର ଯେଉଁ ଭଳି ସ୍ନେହ, ମମତା, କର୍ତ୍ତବ୍ୟ ରହିଛି।

ସେହିଭଳି ନିଜ ଜନ୍ମମାଟି ପ୍ରତି ମଧ୍ୟ ଭଲ ପାଇବା ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

ଗାଁର ବିକାଶ ସହିତ ମୋ ଗାଁ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରସର କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ସେ ନିଜର ମତପ୍ରକାଶ କରିଛନ୍ତି।

"