Editorial: ନିଃସଙ୍ଗ ବତକ!

Nov 06, 2026 - 02:26
Editorial: ନିଃସଙ୍ଗ ବତକ!

ନିଜ ରାଜନୈତିକ ମହତ୍ତ୍ବାକାଂକ୍ଷା ପୂରଣ କରି ସାରିଥିବାରୁ, ଭବିଷ୍ୟତ୍‌ରେ ନିଜେ ନିର୍ବାଚନ ଲଢ଼ିବାର ସମ୍ଭାବନା ନ ଥିବାରୁ ଏବଂ ବିଶେଷ କରି ଏବେ ଛୋଟା ବତକଟିଏ ହୋଇଯାଇଥିବା ଜନିତ ହୀନମନ୍ୟତାରୁ ଯଦି ଟ୍ରମ୍ପ ତାଙ୍କ ଉପଦ୍ରବୀ ଆଚରଣ ବଜାୟ ରଖନ୍ତି, ତେବେ ତା' ଦ୍ବାରା ତାଙ୍କ ଦଳ ଯେ ପ୍ରକାରାନ୍ତରେ ଅଧିକ କ୍ଷତିଗ୍ରସ୍ତ ହେ Advertisment ସଦ୍ୟ ଘୋଷିତ ଆମେରିକୀ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ଫଳାଫଳ ଅନେକ ଦୃଷ୍ଟିରୁ ପ୍ରତ୍ୟାଶିତ ଥିଲେ ମଧ୍ୟ ଡେମୋକ୍ରାଟିକ ଦଳର ଏଭଳି ବୃହତ୍‌ ବିଜୟ ସମସ୍ତଙ୍କୁ ଚକିତ କରି ଦେଇଛି।

ଯଦିଓ, ଏକାଧିକ ଗଣମାଧ୍ୟମ ଦ୍ବାରା କରାଯାଇଥିବା ନମୁନା ସର୍ଭେରୁ ଆଭାସ ମିଳୁଥିଲା ଯେ ଟ୍ରମ୍ପଙ୍କ ଜନ-ସମର୍ଥନ ଦ୍ରୁତ କ୍ଷୟିଷ୍ଣୁ ହେବାରେ ଲାଗିଛି; କିନ୍ତୁ ଅବକ୍ଷୟ ଯେ ଏଭଳି ଦୟନୀୟ ହୋଇଥିବ, ସେ ଧାରଣା ନ ଥିଲା।

ରିପବ୍ଲିକାନ ଦଳର ଦୁର୍ଗ ଭାବେ ପରିଚିତ କାନସାସରେ ଦୀର୍ଘ ଚଉରାନବେ ବର୍ଷ ଏବଂ ଟେକ୍‌ସାସରେ ଦୀର୍ଘ ଅଠତିରିଶ ବର୍ଷ ପରେ ସିନେଟ ଆସନ ଡେମୋକ୍ରାଟ ପ୍ରାର୍ଥୀଙ୍କ ନିକଟକୁ ଆସିଛି, ଯାହା ସ୍ପଷ୍ଟ କରିଛି ଯେ ଅସଂଖ୍ୟ ନିଦା ରିପବ୍ଲିକାନ ସମର୍ଥକ, ଅନ୍ତତଃ ଏହି ନିର୍ବାଚନରେ, ପକ୍ଷ ପରିବର୍ତ୍ତନ କରିଛନ୍ତି।

ଅବଶ୍ୟ, ଆମେରିକାର ନିୟମାନୁସାରେ ସେଠାକାର ସଂସଦ, 'କଂଗ୍ରେସ'ର ଉଭୟ ସଦନ (ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସ ଓ ସିନେଟ)ରେ ଡେମୋକ୍ରାଟିକ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ଲାଭ କରିଥିଲେ ହେଁ ରାଷ୍ଟ୍ରପତି ରୂପେ ଟ୍ରମ୍ପ ୨୦୨୯ ମସିହା, ଜାନୁଆରି ମାସ ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରି ପାରିବେ; କେବଳ ଯାହା ତାଙ୍କ କ୍ଷମତା ଅନେକ ପରିମାଣରେ ସଂକୁଚିତ ହୋଇଯିବ, ଯାହାକୁ ଆମେରିକୀୟ ରାଜନୈତିକ ଅଭିବ୍ୟକ୍ତି ଅନୁସାରେ 'ଲେମ୍‌ ଡକ୍' ବା 'ଛୋଟା ବତକ' ବୋଲି କଟାକ୍ଷ କରାଯାଇଥାଏ।

କେବଳ ସେତିକି ନୁହେଁ, ପୂର୍ବରୁ ଆମେରିକା ରାଜନୀତିରେ ଅନେକ 'ଛୋଟା ବତକ' ରାଷ୍ଟ୍ରପତି ସମ୍ଭବ ହୋଇଛନ୍ତି, କିନ୍ତୁ, କଥା ହେଲା, ଏକ ପ୍ରମତ୍ତ ହସ୍ତୀ ଭଳି ଗଲା ଦୁଇ ବର୍ଷ ଧରି ଆଚରଣ ପ୍ରଦର୍ଶନ କରି ଆସିଥିବା ଟ୍ରମ୍ପ ହଠାତ୍‌ ଏକ ଛୋଟା ବତକରେ ପରିଣତ ହୋଇଯିବା ଏକ ସାମାନ୍ୟ ଅଘଟଣ ହୋଇ ନ ପାରେ!

ନିର୍ବାଚନରେ ରିପବ୍ଲିକାନ ଦଳର ପରାଜୟ ପରେ ଟ୍ରମ୍ପଙ୍କ ଅବାନ୍ତର ପ୍ରତିକ୍ରିୟା ଥିଲା ଏହା ଯେ ଯଦି ସେ ପ୍ରତ୍ୟକ୍ଷ ଭାବେ ପ୍ରାର୍ଥୀ ହୋଇଥାଆନ୍ତେ, ତେବେ ଦଳ ଭୂଚଳନ ସୁଲଭ ବିଜୟ ଲାଭ କରିଥାଆନ୍ତା।

ଏବଂ ସେ ପିନ୍ଧିଥିବା ଲୋହିତ ଟୋପିରେ ବଡ଼ ହରଫରେ ଛପା ହୋଇଥିବା ଶବ୍ଦଟି ଥିଲା 'ଭିଟୋ'।

ଅବଶ୍ୟ, ଏହା ସତ ଯେ ଆତ୍ମରତି ନିମଗ୍ନ ଟ୍ରମ୍ପ ନିଜକୁ ଦଳ ତୁଳନାରେ ବଡ଼ ବୋଲି ଭାବୁଥିବାରୁ ଏଭଳି ମନ୍ତବ୍ୟ ଦେଇଥିବେ, ଯାହା ଅନେକ ରିପବ୍ଲିକାନଙ୍କ ଲାଗି ପସନ୍ଦଯୋଗ୍ୟ ମଧ୍ୟ ହେବ ନାହିଁ।

କିନ୍ତୁ, କଥା ହେଲା, ଦ୍ବିତୀୟ ବା ଅନ୍ତିମ ପାଳିର ରାଷ୍ଟ୍ରପତିତ୍ବର ଅବଶିଷ୍ଟ ଦୁଇ ବର୍ଷ ଅବଧିରେ ଟ୍ରମ୍ପ କାହାକୁ ହେଲେ ଭ୍ରୂକ୍ଷେପ ନ କରିବା ସ୍ବାଭାବିକ।

କେବଳ ସେତିକି ନୁହେଁ, ନୂତନ ଆଇନ ବା ନୀତି ପ୍ରବର୍ତ୍ତନ ସଂକ୍ରାନ୍ତ ସଂସଦୀୟ ଉଦ୍ୟମକୁ 'ଭିଟୋ' କ୍ଷମତା ଦ୍ବାରା ବ୍ୟାହତ କରିବାକୁ ଯେ ଟ୍ରମ୍ପ ନିରନ୍ତର ଉଦ୍ୟମ କରିବେ, ଏ ନେଇ ମଧ୍ୟ ସନ୍ଦେହ ନ ଥାଏ।

ଏହା ଦ୍ବାରା ଆଗାମୀ ଦୁଇ ବର୍ଷ, ଯୁକ୍ତରାଷ୍ଟ୍ର ଆମେରିକା ଏକ ରାଜନୈତିକ ଗୃହଯୁଦ୍ଧର ପ୍ରତ୍ୟକ୍ଷ କରିବ।

ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ସଂକୁଚିତ କ୍ଷମତା ଦୃଷ୍ଟିରୁ, ଏଣିକି, ଟ୍ରମ୍ପ, ଯଦିଓ, ପୂର୍ବ ଭଳି ଟାରିଫ ଯୁଦ୍ଧ ଚଳାଇବାରେ ଅସମର୍ଥ ହେବେ, ତଥାପି ଯଥେଷ୍ଟ 'ଏକଜିକ୍ୟୁଟିକ କ୍ଷମତା'ର ଅଧିକାରୀ ହୋଇ ମଧ୍ୟ ରହିବେ।

ଅନେକ ବିଶେଷଜ୍ଞ କହିଥାଆନ୍ତି ଯେ ବିଦେଶ ବ୍ୟାପାରରେ ତାଙ୍କ ହସ୍ତକ୍ଷେପ ପୂର୍ବବତ୍‌ ସଚଳ ରହିପାରେ, ଯହିଁରେ କଂଗ୍ରେସ ପକ୍ଷରୁ ହୁଏତ ସହସା ବିରୋଧ କରାଯିବ ନାହିଁ।

ପୂର୍ବରୁ ବିଲ କ୍ଲିଣ୍ଟନ ହୁଅନ୍ତୁ ବା ବାରାକ ଓବାମା ବା ଜର୍ଜ ଡବ୍ଲ୍ୟୁ.

ବୁସ ପିତା ଓ ପୁତ୍ର; ଏମାନେ ସମସ୍ତେ 'ଛୋଟା ବତକ' ହୋଇଥିବା ସତ୍ତ୍ବେ ସେମାନଙ୍କ ରାଷ୍ଟ୍ରପତିତ୍ବରେ ବିଦେଶ ବ୍ୟାପାରରେ ଚଳଚଞ୍ଚଳ ଥିଲେ, ଏକାଧିକ ସନ୍ଧି ଓ ଯୁଦ୍ଧର କାରକ ହୋଇଥିଲେ; ଯେମିତି କ୍ଲିଣ୍ଟନଙ୍କ ମଧ୍ୟସ୍ଥତାରେ ୟାସେର ଆରାଫାତ ଏବଂ ୟାଜାକ ରାବିନଙ୍କ ଦ୍ବାରା ସ୍ବାକ୍ଷରିତ ଇସ୍ରାଏଲ -ପାଲେଷ୍ଟାଇନ ଚୁକ୍ତି ବା ଜର୍ଜ ବୁସ (ପିତା)ଙ୍କ ଦ୍ବାରା ଯୁଦ୍ଧଗ୍ରସ୍ତ ସୋମାଲିଆକୁ ଆମେରିକୀୟ ସୈନିକ ପ୍ରେରଣ ଇତ୍ୟାଦି।

ଏଭଳି ସ୍ଥଳେ ଇରାନ ସହିତ ଯୁଦ୍ଧ ବା ପଶ୍ଚିମ ଏସୀୟ ସଂକଟର ଶୀଘ୍ର ଅବସାନ ଘଟିବ ନା ନାହିଁ, ତାହା ତର୍କସାପେକ୍ଷ ଓ କାଳକ୍ରମେ ସ୍ପଷ୍ଟ ହେବ।

ଏଭଳି ସ୍ଥିତିରେ ନିଜକୁ ବଡ଼ କରିବା ଲାଗି ଟ୍ରମ୍ପ ଯୁଦ୍ଧ ବଦଳରେ ଶାନ୍ତିକାମୀ ହେବେ ନା ନିଜକୁ ବଡ଼ ବୋଲି ଦେଖାଇ ହେବା ସକାଶେ ଯୁଦ୍ଧ ନିମଜ୍ଜିତ ରହିବେ, ତାହା କେବଳ ତାଙ୍କ ବିବେଚନାବୋଧ ହିଁ ସ୍ଥିର କରିବ।

ଏହି ନିର୍ବାଚନରେ ରିପବ୍ଲିକାନ ଦଳର ପରାଜୟ ପଛରେ ତାତ୍କାଳିକ କାରଣ ବୋଲି ଯାହା ସବୁ ଦର୍ଶାଯାଇଥାଏ, ସେଗୁଡ଼ିକ ହେଲା ମାତ୍ରାଧିକ ଦର ବୃଦ୍ଧି, ଦୁର୍ନୀତିର କାୟା ବିସ୍ତାର, ସାମାଜିକ ସଂପ୍ରୀତିର ବିଘଟନ ଇତ୍ୟାଦି ଏବଂ ଏହି କ୍ରମରେ ଆମେରିକାର ଭାବମୂର୍ତ୍ତିକୁ ରସାତଳଗାମୀ କଲା ଭଳି ଟ୍ରମ୍ପଙ୍କ ଦ୍ବାରା ଅନୁସୃତ ପଦକ୍ଷେପ ଓ ପ୍ରଦର୍ଶିତ ଆଚରଣ।

କହିବା ବାହୁଲ୍ୟ, ଆମେରିକାକୁ ପୁନର୍ବ‌ାର ମହନ କରିବାର (ମେକ ଆମେରିକା ଗ୍ରେଟ ଏଗେନ) ଉଚ୍ଚାଟରେ ଟ୍ରମ୍ପ ତାଙ୍କ ମହାନ ଦେଶକୁ ଖର୍ବକାୟ କରି ଦେଇଛନ୍ତି।

ଏହା ସାଧାରଣ ଆମେରିକୀୟମାନଙ୍କୁ କ୍ଷୁଣ୍ଣ କରିଥିବ ନିଶ୍ଚୟ; ଯାହାର ପ୍ରମାଣ ହେଉଛି ଏହି ନିର୍ବାଚନର ଫଳାଫଳ।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ 'ପିଉ' ରିସର୍ଚ୍ଚ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ସଂସ୍ଥାର ସର୍ବେକ୍ଷଣ ଅଧୀନସ୍ଥ ୩୬ଟି ଦେଶରୁ ୨୫ଟି ଦେଶ ଆମେରିକା ତୁଳନାରେ ଚୀନ ପ୍ରତି ଅଧିକ ବିଶ୍ବାସ ପ୍ରକଟ କରନ୍ତି; ଦକ୍ଷିଣ କୋରିଆ ଓ ଜାପାନ ଭଳି ଆମେରିକାର ନିତାନ୍ତ ଅନୁଗାମୀ ଏସୀୟ ରାଷ୍ଟ୍ରରେ ଆମେରିକା ପ୍ରତି ବିଶ୍ବାସ ଯଥାକ୍ରମେ ୭୭%ରୁ ୪୦%କୁ ଏବଂ ୭୦%ରୁ ୫୦%କୁ ହ୍ରାସ ପାଇଛି।

କାନାଡା ଓ ମିତ୍ର ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଏବେ ଚୀନମୁହାଁ ଏବଂ ଆମେରିକା ଉପରେ ଥିବା ଭରସା ତୁଟାଇ ଜର୍ମାନି ଏବେ ନିଜକୁ ଆଣବିକ ଅସ୍ତ୍ର ସଂପନ୍ନ କରିବାକୁ ଅଗ୍ରସର ହେଉଛି।

ଜାତିସଂଘ ହେଉ ବା ନାଟୋ ହେଉ ଅଥବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି ବୈଶ୍ବିକ ଅନୁଷ୍ଠାନ, ଏ ସବୁ ପ୍ରତି ଟ୍ରମ୍ପଙ୍କ ଆଭିମୁଖ୍ୟ ହେତୁ ଯେଉଁ ନୂତନ ସମୀକରଣ ସୃଷ୍ଟି ହେଲାଣି, ତହିଁରେ ଆମେରିକାର ପ୍ରଭାବରୁ ମୁକ୍ତ ହେବାର ଆଗ୍ରହ ସ୍ପଷ୍ଟ ହେଲାଣି।

ଏବେ, ପ୍ରଶ୍ନ ଉଠୁଛି ଯେ ଏହା ହୃଦୟଙ୍ଗମ କରି ରାଷ୍ଟ୍ରପତି ଟ୍ରମ୍ପ ଅଧିକ ଉପଦ୍ରବ ସୃଷ୍ଟି କରିବାରୁ କ୍ଷାନ୍ତ ରହିବେ କି?

ଆଶା କ୍ଷୀଣ!

ସୁତରାଂ, ଛୋଟା ବତକରେ ପରିଣତ ହୋଇ ସାରିଥିଲେ ହେଁ ନିଜ ପରାଜୟକୁ କେବେ ହେଲେ ସ୍ବୀକାର କରୁ ନ ଥିବା ଏହି ରାଷ୍ଟ୍ରପତି ଓ ସଂସଦ ମଧ୍ୟରେ ସଂଘାତ ତୀବ୍ର ହୋଇ ଆଗାମୀ ଦୁଇ ବର୍ଷ ଯାକ ଯେ ଆମେରିକା ଓ ଅବଶିଷ୍ଟ ପୃଥିବୀକୁ ଅସ୍ଥିର କରି ରଖିବ, ଏ ସମ୍ଭାବନା ଅଧିକ।

ଗୋଟିଏ ୟୁକ୍ରେନୀୟ ‌ଲୋକକଥାରେ ବଦରାଗୀ ଓ କଳହପ୍ରିୟ ଛୋଟା ବତକର ଅବତାରଣା ରହିଛି।

ସେ ନିଜ ଅକ୍ଷମତା ହେତୁ ହୀନମନ୍ୟତାର ଶିକାର ହୋଇ ଏଭଳି ତିକ୍ତ ସ୍ବଭାବଧାରୀ ହୋଇଉଠିଲା ଯେ ତା' ପକ୍ଷୀ ଦଳର ଶୁଭ-ଚିନ୍ତକମାନେ ମଧ୍ୟ ତାକୁ ଶତ୍ରୁ ଭଳି ଦିଶିଲେ।

ପରିସ୍ଥିତି ଏଭଳି ହେଲା ଯେ ଶୀତ ଋତୁ ପ୍ରାରମ୍ଭରେ, ଦୂର ପ୍ରବାସକୁ ବାହାରିଥିବା ପକ୍ଷୀ ଯୂଥର ସଦସ୍ୟମାନେ ଯେତେବେଳେ ତାକୁ ଉଡ଼ାଣରେ ସାହାଯ୍ୟ କରିବାକୁ ଆଗେଇ ଆସିଲେ, ସେମାନଙ୍କ ପ୍ରତି ତା'ର ଅଭିସଂପାତ ସେମାନଙ୍କୁ ଅସହ୍ୟ ବୋଧ ହେଲା ଏବଂ ସେମାନେ ତାକୁ ଛାଡ଼ି ଦେଇ ଉଡ଼ି ଚାଲିଗଲେ।

କହିବା ବାହୁଲ୍ୟ, ନିଜ ଅହମିକା ଓ ଅଭିମାନରେ ବୁଡ଼ି ରହି ଛୋଟା ବତକ ପରିଶେଷରେ ୟୁକ୍ରେନୀୟ ହେମାଳ ଶୀତରେ ନିଃସଙ୍ଗ ଭାବେ ପ୍ରାଣ ହରାଇଲା।

ନିଜ ରାଜନୈତିକ ମହତ୍ତ୍ବାକାଂକ୍ଷା ପୂରଣ କରି ସାରିଥିବାରୁ, ଭବିଷ୍ୟତ୍‌ରେ ନିଜେ ନିର୍ବାଚନ ଲଢ଼ିବାର ସମ୍ଭାବନା ନ ଥିବାରୁ ଏବଂ ବିଶେଷ କରି ଏବେ ଛୋଟା ବତକଟିଏ ହୋଇଯାଇଥିବା ଜନିତ ହୀନମନ୍ୟତାରୁ ଯଦି ଟ୍ରମ୍ପ ତାଙ୍କ ଉପଦ୍ରବୀ ଆଚରଣ ବଜାୟ ରଖନ୍ତି, ତେବେ ତା' ଦ୍ବାରା ତାଙ୍କ ଦଳ ଯେ ପ୍ରକାରାନ୍ତରେ ଅଧିକ କ୍ଷତିଗ୍ରସ୍ତ ହେବ, ତାହା କହିବା ବାହୁଲ୍ୟ ମାତ୍ର!

ଏହା ତାଙ୍କ ଦଳୀୟ ସତୀର୍ଥମାନଙ୍କ ସକାଶେ ପସନ୍ଦଯୋଗ୍ୟ ହେବନାହିଁ।

ଅନ୍ତତଃ, ଏହି ନିର୍ବାଚନ ସ୍ପଷ୍ଟ କରିଦେଇଛି ଯେ ଟ୍ରମ୍ପଙ୍କ ରାଜନୀତି କୌଣସି ଦୃଷ୍ଟିରୁ ଉଦାହରଣୀୟ ନୁହେଁ।

ଏଭଳି ସ୍ଥିତିରେ ଟ୍ରମ୍ପ ହୁଏତ ବନ୍ଧୁମାନଙ୍କ ଦ୍ବାରା ମଧ୍ୟ ତ୍ୟାଜ୍ୟ ହୋଇଯାଇପାରନ୍ତି!

ତାଙ୍କ ରାଷ୍ଟ୍ରପତିତ୍ବର ଗୋଧୂଳି ବେଳାରେ ଅହମିକାରେ ବନ୍ଦୀ ଟ୍ରମ୍ପ ହୁଏତ ଉପର ବର୍ଣ୍ଣିତ ନିଃସଙ୍ଗ ବତକ ଭଳି ଦିଶି ପାରନ୍ତି!ବ, ତାହା କହିବା ବାହୁଲ୍ୟ ମାତ୍ର!

ଏହା ତାଙ୍କ ଦଳୀୟ ସତୀର୍ଥମାନଙ୍କ ସକାଶେ ପସନ୍ଦଯୋଗ୍ୟ ହେବନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)