Chief minister: କେନ୍ଦ୍ରକୁ ୨୫୨୬ କୋଟି ମାଗିଲେ ସରକାର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍‌

Nov 06, 2026 - 06:24
Chief minister: କେନ୍ଦ୍ରକୁ ୨୫୨୬ କୋଟି ମାଗିଲେ ସରକାର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ବାତ୍ୟା 'ଅର୍ଣ୍ଣବ' ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ କରିଛନ୍ତି ସରକାର।

ତିନି କେନ୍ଦ୍ରୀୟ ଟିମ୍‌ ଗଞ୍ଜାମ ଓ ଗଜପତି ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିସାରିଛନ୍ତି।

କ୍ଷୟକ୍ଷତିର ଭରଣା ପାଇଁ ଏହି ଟିମ୍‌କୁ ରାଜ୍ୟ ସରକାର ୨,୫୨୬ କୋଟି ଟଙ୍କାର ଦାବିପତ୍ର ପ୍ରଦାନ କରିଛନ୍ତି।

ଏହାବାଦ୍ ପ୍ରାକୃତିକ ଦୁର୍ବିପାକର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ନିକଟରେ ୧୦ ହଜାର କୋଟିର ସ୍ବତନ୍ତ୍ର ସହାୟତା ମାଗିଛନ୍ତି।

Advertisment University: ୧୪ଟି ବିଶ୍ୱବିଦ୍ୟାଳୟରେ ୧୧୩ରୁ ୧୦୫ ଲାଇବ୍ରେରି କର୍ମଚାରୀ ପଦ ଖାଲି ପ୍ରାକୃତିକ ଦୁର୍ବିପାକର ସ୍ଥାୟୀ ସମାଧାନ ପାଇଁ ୧୦ ହଜାର କୋଟିର ସ୍ବତନ୍ତ୍ର ସହାୟତା ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍‌ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ରବିଶଙ୍କରଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା ଏହି କେନ୍ଦ୍ରୀୟ ଟିମ୍‌ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ତତ୍କାଳ ରିଲିଫ ଓ ପୁନଃନିର୍ମାଣ ପାଇଁ ସହାୟତା ସହିତ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦିଅନ୍ତୁ।

ରାଜ୍ୟରେ ବାତ୍ୟା ଓ ବନ୍ୟା ପ୍ରତିରୋଧୀ ଭିତ୍ତିଭୂମିର ଅତ୍ୟନ୍ତ ଆବଶ୍ୟକତା ରହିଛି।

Editorial: ନିଃସଙ୍ଗ ବତକ!

ରବିଶଙ୍କର କହିଲେ, ବନ୍ୟାର ବ୍ୟାପକ ପ୍ରଭାବ ପଡ଼ିଛି।

ଗଞ୍ଜାମରେ ଋଷିକୁଲ୍ୟା ନଦୀରୁ ପାଣି ମାଡ଼ିବା ଦ୍ୱାରା ଅନେକ ଅଞ୍ଚଳ ବାଲିଚର ‌େହାଇଯାଇଛି।

ସଡ଼କ, ବିଦ୍ୟୁତ୍, ଜଳସମ୍ପଦ ବିଭାଗର ନଦୀବନ୍ଧ, କେନାଲ ଆଦି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।

ଦୀର୍ଘକାଳୀନ ଭିତ୍ତିରେ ଋଷିକୁଲ୍ୟା ନଦୀରୁ ବାଲି ଓ ମାଟି ଉଦ୍ଧାର କରିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ।

ଏହି ବ୍ୟାପକ ବିପର୍ଯ୍ୟୟ ଯୋଗୁଁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ପାଇଁ ୭/୮ ଦିନ ସମୟ ଲାଗିବ ବୋଲି ସେ କହିଥିଲେ।

ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କ୍ଷୟକ୍ଷତି ଓ ସରକାରଙ୍କ ମୁକାବିଲା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)