Editorial: ପରାସ୍ତ ସମ୍ରାଟ

Jun 18, 2026 - 06:20
Editorial: ପରାସ୍ତ ସମ୍ରାଟ

"ବିଶ୍ବବାସୀଙ୍କୁ ଆମେରିକାର ପରାକ୍ରମ ଦେଖାଇବାକୁ ଟ୍ରମ୍ପ ଏଇ ଯୁଦ୍ଧ ଆରମ୍ଭ କରିଥିଲେ; ହେଲେ ଏବେ ଫଳ ହୋଇଛି ଠିକ୍ ତା"ର ବିପରୀତ।

ଆମେରିକାର ଶକ୍ତି କିଭଳି ସୀମିତ, ଇରାନ ବିଶ୍ବବାସୀଙ୍କୁ ତାହା ଦେଖାଇ ଦେଇଛି।

ପୂର୍ବରୁ ଭିଏତ୍‌ନାମରୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ଆମେରିକା ଯେଉଁ ଦଶା ଭୋଗ କରିଥିଲା, ଇରାନରେ ତାହାର ପୁନରାବୃତ୍ତି ଘଟିଛି- କେବଳ ଏକମାତ୍ର ଫରକ ହେଲା ଆମେରିକୀୟ ସୈନ୍ୟମାନେ ଇରାନରେ ପ୍ରବେଶ କରି ନ ଥିବାରୁ, ସେଠାରେ ନରମେଧରୁ ବର୍ତ୍ତି ଯାଇଛନ୍ତି।Advertisment AM/NS India: ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂଆ ଇସ୍ପାତ "ଜାଗ୍‌ନେଲିସ୍‌ ପ୍ରୋଟେକ୍ଟ" ଅତ୍ୟାଚାରୀ ଏକଛତ୍ର ଶାସକ କାଲିଗୁଲାଙ୍କ ପରି ପ୍ରାଚୀନ ରୋମାନ ସମ୍ରାଟମାନେ ସେମାନଙ୍କର ମନୋରଞ୍ଜନ ପାଇଁ କଲୋସିଅମ ଭିତରେ ମନୁଷ୍ୟ ଓ ସିଂହ ଭଳି ହିଂସ୍ର ଜନ୍ତୁ ମଧ୍ୟରେ ଲଢ଼େଇ ଆୟୋଜନ କରିବା କଥା ଇତିହାସ କହିଥାଏ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚିତ ମୁଖ୍ୟ ହୋଇଥିଲେ ହେଁ ତାଙ୍କର ସମ୍ରାଟସୁଲଭ ମନମୁଖୀ କାର୍ଯ୍ୟକଳାପ ଦେଖି ତା" ବିରୁଦ୍ଧରେ ସେଠାରେ ନିୟମିତ ବ୍ୟବଧାନରେ ଦେଶବ୍ୟାପୀ "ନୋ କିଙ୍ଗସ" ପ୍ରତିବାଦମାନ ପ୍ରଦର୍ଶିତ ହେବା ଦେଖାଯାଇଥାଏ।

ଏହା କିନ୍ତୁ ତାଙ୍କ ଉପରେ ଯେ ସାମାନ୍ୟତମ ପ୍ରଭାବ ପକାଇ ପାରିନାହିଁ, ତାହାର ପ୍ରମାଣ ଦେଖିବାକୁ ମିଳିଥିଲା ଗତ ରବିବାର ଦିନ ଟ୍ରମ୍ପ ହ୍ବାଇଟ ହାଉସ ଠାରେ ଆୟୋଜନ କରିଥିବା ନିଜର ୮୦ତମ ଜନ୍ମଦିନ ପାଳନ ଶୈଳୀରେ।ସେଦିନ ସେ ତାଙ୍କର ସେଇ ଐତିହ୍ୟସଂପନ୍ନ ବାସଭବନ ପରିସରରେ କାଲିଗୁଲାଙ୍କୁ ଅନୁସରଣ କଲାଭଳି ଏକ ବିଶାଳ ପଞ୍ଜୁରି ସ୍ଥାପନ କରି ତା" ଭିତରେ ଦୁଇଜଣ ମିଶ୍ରିତ ମାର୍ସିଅାଲ ଆର୍ଟ ଯୋଦ୍ଧାଙ୍କ ମଧ୍ୟରେ ଏକ ନିର୍ମମ ଲଢ଼େଇ ବା "କେଜ୍ ଫାଇଟ" ଆୟୋଜନ କରି ପଞ୍ଜୁରି ଧାରରେ ନିଜର ମିତ୍ରମାନଙ୍କ ସହିତ ବସି ସେ ରକ୍ତାକ୍ତ ହିଂସ୍ର ଦୃଶ୍ୟକୁ ମନଭରି ଉପଭୋଗ କରିଥିଲେ। (ଟ୍ରମ୍ପଙ୍କର ଉପଭୋଗକୁ ସଂପୂର୍ଣ୍ଣ କରିବା ପାଇଁ ବିଜୟୀ ଯୋଦ୍ଧା ଜଣକ ବିନା କାରଣ ଓ ପ୍ରସଙ୍ଗରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିସେଲ ଓବାମା ହେଉଛନ୍ତି ଜଣେ ପୁରୁଷ ବୋଲି ଘୋଷଣା କରିଥିଲେ, ଯାହା ପ୍ରତିକ୍ରିୟା ସ୍ବରୂପ ଟ୍ରମ୍ପଙ୍କ ଠାରେ ଏକ ଆମୋଦିତ ସ୍ମିତହାସ୍ୟ ସୃଷ୍ଟି କରିଥିଲା।)ସମ୍ରାଟ ଟ୍ରମ୍ପ ନିଜର ଜନ୍ମଦିନ ପାଳନକୁ କେବଳ ଏଇ ଅସଭ୍ୟ ଉତ୍ସବ ପାଳନରେ ସୀମିତ ରଖି ନ ଥିଲେ।

ସେ ସେଦିନ ନିଜ ପାଇଁ ଅନ୍ୟ ଏକ ବୃହତ୍ ଉପହାର ପ୍ରଦାନ ଲାଗି ମଧ୍ୟ ଆ‌େୟାଜନ କରିଥିଲେ: ଇରାନ ସହିତ ଯୁଦ୍ଧ ସମାପ୍ତି ରାଜିନାମା ସମ୍ବନ୍ଧରେ ଘୋଷଣା।

ଏଥି ପୂର୍ବରୁ ଟ୍ରମ୍ପ ୩୯ଥର ଏଭଳି ଘୋଷଣା କରି ସାରିଥିଲେ, ଯାହା ପ୍ରତିଥର ମିଥ୍ୟା ସାବ୍ୟସ୍ତ ହୋଇ ଆସିଥିଲା।

ଏଥର କିନ୍ତୁ ଉଭୟ ପକ୍ଷ ମଧ୍ୟରେ ସହମତିର ଅଧିକ ସମ୍ଭାବନା ଥିବାରୁ ଟ୍ରମ୍ପ ଏହାକୁ ଏକ ଜନ୍ମଦିନ ଉପହାରରେ ପରିଣତ କରିବାକୁ ଯୋଜନା କରିଥିଲେ।ତାଙ୍କର ଏଇ ଯୋଜନା କିନ୍ତୁ ଦୁଇଟି କାରଣରୁ ଆଂଶିକ ଭାବରେ ବିଫଳ ହୋଇଛି ବୋଲି କୁହାଯାଇପାରେ।

ପ୍ରଥମ, ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘାଚି ଜାଣିଶୁଣି ଏଇ ଘୋଷଣାକୁ ଏପରି ବିଳମ୍ବିତ କରିଦେଲେ ଯେ ତାହା ପ୍ରକାଶ ପାଇବା ବେଳକୁ ଇରାନରେ ସୋମବାର ହୋ‌ଇ ସାରିଥିଲା।

ସେ ଯଦି କେତେ ଘଣ୍ଟା ପୂର୍ବରୁ ଏଇ ଘୋଷଣା କରିଥାନ୍ତେ, ତେବେ ଉଭୟ ଆମେରିକା ଓ ଇରାନରେ ହୋଇପାରିଥାନ୍ତା ରବିବାର- ଟ୍ରମ୍ପଙ୍କ ଜନ୍ମଦିନ।

ଦ୍ବିତୀୟ, ଯଦିବା ଏହା ଲେଖା ହେବା ପର୍ଯ୍ୟନ୍ତ ଶୁକ୍ରବାର ଦିନ ଜେନିଭା ଠାରେ ଉଭୟ ପକ୍ଷଙ୍କ ଦ୍ବାରା ସ୍ବାକ୍ଷରିତ ହେବାକୁ ଯାଉଥିବା ଏଇ ୧୪-ସୂତ୍ରୀ ବୁଝାମଣା ("ଏମଓୟୁ")ର ବିଷୟବସ୍ତୁ ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ଭାବରେ କୌଣସି ସୂଚନା ପ୍ରକାଶ ପାଇନାହିଁ, ଯାହା ଆଭାସ ମିଳୁଛି ଏହା ହେଉଛି ଇରାନ ପାଇଁ ଏକ ପ୍ରକାର ବିଜୟ ଓ ଟ୍ରମ୍ପଙ୍କ ପାଇଁ ଆତ୍ମସମର୍ପଣ ଭଳି।ଫେବ୍ରୁଆରି ଶେଷ ଦିବସରେ ଟ୍ରମ୍ପ ଯେତେବେଳେ ଇସ୍ରାଏଲ ସହିତ ମିଳିତ ହୋଇ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, ସେତେବେଳେ ତାଙ୍କର ଘୋଷିତ ଲକ୍ଷ୍ୟ ଥିଲା- ଇରାନରେ ଶାସନ କ୍ଷମତା ନିୟନ୍ତ୍ରଣକାରୀ ଗୋଷ୍ଠୀର ବିତାଡ଼ନ ("ରେଜିମ ଚେଞ୍ଜ")।

ବର୍ତ୍ତମାନ କିନ୍ତୁ ସେଇ ଆୟାତୋଲ୍ଲା- "ଆଇଆର୍‌ଜିସି" ଶାସକ ଗୋଷ୍ଠୀ ସହିତ ହିଁ ଟ୍ରମ୍ପ "ଏମଓୟୁ" ସ୍ବାକ୍ଷର କରିବାକୁ ଯାଉଛନ୍ତି ଏବଂ ସେଇ ଗୋଷ୍ଠୀ ଆମେରିକାର ଆକ୍ରମଣ ଯୋଗୁଁ ଦୁର୍ବଳ ହେବା ପରିବର୍ତ୍ତେ ସେ ଦେଶ ଉପରେ ସେମାନଙ୍କର ନିୟନ୍ତ୍ରଣ ଆହୁରି ମଜଭୁତ ହୋଇଛି।

ଦ୍ବିତୀୟରେ, ଇରାନର ଆଣବିକ ଅସ୍ତ୍ର ନିର୍ମାଣ କ୍ଷମତାର ସଂପୂର୍ଣ୍ଣ ବିଲୋପ ସାଧନ ଟ୍ରମ୍ପଙ୍କର ଆକ୍ରମଣର ଅନ୍ୟତମ ଲକ୍ଷ୍ୟ ହୋଇଥିବା ବେଳେ ଏବଂ ଏଇ "ଏମଓୟୁ"ରେ ଇରାନ ସେ ସମ୍ବନ୍ଧରେ କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ ହେଁ, ଟ୍ରମ୍ପ ନିରୁପାୟ ହୋଇ ଯୁଦ୍ଧ ବନ୍ଦ କରିବା ପାଇଁ ବ୍ୟଗ୍ର ହୋଇଛନ୍ତି।

ଏବେ ଏଇ ଚୁକ୍ତି ଅନୁସ‌ାରେ ୬୦ ଦିନର ଯୁଦ୍ଧବିରତି ସମୟରେ ସେ ସଂପର୍କରେ କଥାବାର୍ତ୍ତା ହେବ ବୋଲି ସୁରାକ ମିଳୁଛି।

Horoscope 2026 June 18: ଜାଣନ୍ତୁ ଆଜିର ରାଶିଫଳ...

ଇରାନ କିନ୍ତୁ ବାରମ୍ବାର ଘୋଷଣା କରି ଚାଲିଛି ଯେ ସେ ତା" ପାଖରେ ଥିବା ସମୃଦ୍ଧ ୟୁରାନିଅମକୁ କସ୍ମିନ କାଳେ ହାତଛଡ଼ା କରିବ ନାହିଁ, ଯାହାକୁ ବ୍ୟବହାର କରି ତୁରନ୍ତ ପରମାଣୁ ବୋମା ନିର୍ମାଣ କରାଯାଇ ପାରିବ।

ଯାହା ମନେହୁଏ, ଶେଷରେ ଇରାନ କେବେହେଲେ ପରମାଣୁ ବୋମା ନିର୍ମାଣ କରିବ ନାହିଁ ବୋଲି ଏକ ପ୍ରତିଶ୍ରୁତି ଦେବ ଏବଂ ଟ୍ରମ୍ପଙ୍କୁ ସେତିକିରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

କିନ୍ତୁ ଏଥିରେ କିଛି ନୂତନତ୍ବ ନାହିଁ, କାରଣ ଇରାନ ସର୍ବଦା ଏହାହିଁ କହି ଆସିଛି।

ତେଣୁ ଟ୍ରମ୍ପଙ୍କର ଦୁଇଟିଯାକ ଘୋଷିତ ଲକ୍ଷ୍ୟ ମଧ୍ୟରୁ କେଉଁଟି ବି ପୂରଣ ନ ହେଲେ ମଧ୍ୟ ଟ୍ରମ୍ପ ଯୁଦ୍ଧରେ ଅନ୍ତ ଘଟାଇ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି।

ଯଦି ଏଇ ଯୁଦ୍ଧକୁ ଟ୍ରମ୍ପ ଓ ଇରାନର ନୂତନ ସୁପ୍ରିମ୍ ଲିଡର ମୋଜତାବା ଖାମେନିଙ୍କ ମଧ୍ୟରେ ଏକ "କେଜ୍ ଫାଇଟ" ରୂପେ ଦେଖାଯାଏ, ତେବେ କୁହାଯିବ ଯେ ଖାମେନି ଟ୍ରମ୍ପଙ୍କୁ ଚିତ୍‌ପଟାଙ୍ଗ କରି ଦେଇଛନ୍ତି।

ସେତିକି ନୁହେଁ, ପରାସ୍ତ ଟ୍ରମ୍ପ ଇରାନକୁ ପୁଣି କ୍ଷତିପୂରଣ ବାବଦରେ ୩୦୦ ବିଲିଅନ ଡଲାର ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରିବେ ବୋଲି ଚୁକ୍ତିରେ ବ୍ୟବସ୍ଥା ରହିବାର ସୂଚନା ମିଳୁଛି।ଇରାନ ଯେଉଁ ଅମୋଘ ଅସ୍ତ୍ର ବ୍ୟବହାର କରି ଟ୍ରମ୍ପଙ୍କର ଟାଣ ଭାଙ୍ଗିବାରେ ସମର୍ଥ ହୋଇଛି, ତାହା ହେଉଛି- ହର୍ମୁଜ ପ୍ରଣାଳୀ।

ପୃଥିବୀରେ ବ୍ୟବହୃତ ପେଟ୍ରୋଲିଅମର ପ୍ରାୟ ୨୫ ଶତାଂଶ ଏଇ ସଂକୀର୍ଣ୍ଣ ସମୁଦ୍ର ପଥ ଦେଇ ପରିବାହିତ ହୋଇଥାଏ ଏବଂ ଇରାନ ସାମରିକ ବଳ ପ୍ରୟୋଗ କରି ଏଇ ତୈଳ ପରିବହନକୁ ପ୍ରାୟ ସଂପୂର୍ଣ୍ଣ ବନ୍ଦ କରିଦେବା ଯୋଗୁଁ ସମଗ୍ର ବିଶ୍ବ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଛି।

ଏଥିଯୋଗୁଁ ଆମେରିକାରେ ଇନ୍ଧନ ଦରରେ ବୃଦ୍ଧି ଓ ମୁଦ୍ରାସ୍ଫୀତି ଦେଖାଦେଇ ଟ୍ରମ୍ପଙ୍କ ପ୍ରତି ଜନ ସମର୍ଥନରେ ତୀକ୍ଷ୍‌ଣ ସ୍ଖଳନ ଘଟାଇବା ଆରମ୍ଭ କରିବାରୁ, ସେ ଯୁଦ୍ଧ ବନ୍ଦ କରି ପଛଘୁଞ୍ଚା ଦେଇ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି।

ସେତିକି ନୁହେଁ, ଇରାନ ବର୍ତ୍ତମାନ ଶାନ୍ତି ପ୍ରତିଷ୍ଠା ପରେ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଜାହାଜମାନଙ୍କ ଠାରୁ ମାହାସୁଲ ଆଦାୟ କରିବ ବୋଲି ପ୍ରକାରାନ୍ତରେ ଘୋଷଣା କରି ସାରିଲାଣି।

ଇରାନ ତାକୁ ମାହାସୁଲ ନ କହି ରକ୍ଷଣାବେକ୍ଷଣ ଦେୟ ("ନାଭିଗେସନ ଆଣ୍ଡ ମେଣ୍ଟିନାନ୍‌ସ ସର୍ଭିସ ଫି") ରୂପେ ଅଭିହିତ କରିଥିଲେ ହେଁ, ତାହା ହେଉଛି ବସ୍ତୁତଃ ଏକ ବାଧ୍ୟତାମୂଳକ ମାହାସୁଲ ମାତ୍ର।

ଅସହାୟ ଟ୍ରମ୍ପ ବିଜେତା ଇରାନକୁ ଏଥିରୁ ନିବୃତ୍ତ କରିବାର ସମ୍ଭାବନା କ୍ଷୀଣ।ବିଶ୍ବବାସୀଙ୍କୁ ଆମେରିକାର ପରାକ୍ରମ ଦେଖାଇବାକୁ ଟ୍ରମ୍ପ ଏଇ ଯୁଦ୍ଧ ଆରମ୍ଭ କରିଥିଲେ; ହେଲେ ଏବେ ଫଳ ହୋଇଛି ଠିକ୍ ତା"ର ବିପରୀତ।

ଆମେରିକାର ଶକ୍ତି କିଭଳି ସୀମିତ, ଇରାନ ବିଶ୍ବବାସୀଙ୍କୁ ତାହା ଦେଖାଇ ଦେଇଛି।

ପୂର୍ବରୁ ଭିଏତ୍‌ନାମରୁ ଆଫଗାନିସ୍ତାନ ପର୍ଯ୍ୟନ୍ତ ଆମେରିକା ଯେଉଁ ଦଶା ଭୋଗ କରିଥିଲା, ଇରାନରେ ତାହାର ପୁନରାବୃତ୍ତି ଘଟିଛି- କେବଳ ଏକମାତ୍ର ଫରକ ହେଲା ଆମେରିକୀୟ ସୈନ୍ୟମାନେ ଇରାନରେ ପ୍ରବେଶ କରି ନ ଥିବାରୁ, ସେଠାରେ ନରମେଧରୁ ବର୍ତ୍ତି ଯାଇଛନ୍ତି।

ଟ୍ରମ୍ପଙ୍କର ଏହି ଛାତ୍ରଭଙ୍ଗ ଅବଶ୍ୟ ବିଶ୍ବବାସୀଙ୍କୁ ଆଶ୍ବସ୍ତ କରିଛି।

ଯଦିବା ଯୁଦ୍ଧ-ପୂର୍ବାବସ୍ଥା ଫେରିବା ପାଇଁ ସମୟ ଲାଗିବ, ତଥାପି ଶାନ୍ତିର ସମ୍ଭାବନା ଅର୍ଥନୈତିକ ଉତ୍ସାହରେ ଯେଉଁ ପୂନର୍ଜାଗରଣ ଘଟାଇବା ଆରମ୍ଭ କଲାଣି, ସେଆର ବଜାରମାନଙ୍କରେ ଦେଖା ଦେଇଥିବା ଉତ୍‌ଥାନ ତା"ର ସ୍ବାକ୍ଷର ବହନ କରିଥାଏ।

ଭାରତ ପାଇଁ ଏକ ସ୍ଥିର ପଶ୍ଚିମ ଏସିଆ ଠାରୁ ବଳି ସୁଖବର ଆଉ କିଛି ନ ହୋଇପାରେ।"