ED: ଆଜମ୍ ଖାନ୍‌ଙ୍କ ମୁକ୍ତିକୁ ରୋକିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲା ଇଡି

Nov 18, 2026 - 15:32
ED: ଆଜମ୍ ଖାନ୍‌ଙ୍କ ମୁକ୍ତିକୁ ରୋକିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲା ଇଡି

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମହାସଚିବ ଆଜମ୍‌ ଖାନ୍‌ଙ୍କୁ ଜେଲ୍‌ରୁ ମୁକ୍ତ ହେବାରୁ ରୋକିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଟିମ୍‌ ସୁପ୍ରିମ‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛି।

ସୁପ୍ରିମକୋର୍ଟ ଶୁଣାଣି ପାଇଁ ଆସନ୍ତାକାଲି ପାଇଁ ତାରିଖ ଦେଇଛନ୍ତି।

ଯଦିଓ ଇଡି ଆଜି ଶୁଣାଣି ଚାହୁଁଥିଲା, ତଥାପି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ଅନୁମାନ କରାଯାଉଛି ଯେ, ଆଜମ୍‌ଙ୍କୁ ଆଜି ସନ୍ଧ୍ୟାରେ ଜେଲରୁ ମୁକ୍ତ କରାଯାଇପାରେ।

ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟ ଆଜମ୍‌ ଖାନ୍‌ଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

Advertisment ଇଡି ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ଆଜମ୍‌ଙ୍କ ଜାମିନକୁ ବିରୋଧ କରି ଓ ତାଙ୍କ ମୁକ୍ତିକୁ ରୋକିବା ପାଇଁ ଇଡି ଆବେଦନର ଜରୁରୀ ଶୁଣାଣି ଦାବି କରିଥିଲା।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି.

ମୋହନାଙ୍କ ଖଣ୍ଡପୀଠ ସମ୍ମୁଖରେ ଜରୁରୀ ଶୁଣାଣି ପାଇଁ ମାମଲାକୁ ରଖାଯାଇଥିଲା।

ତେବେ ସୁପ୍ରିମକୋର୍ଟରେ ଇଡିର ଆବେଦନର ଜବାବ ଦେଇ ଜଷ୍ଟିସ୍ ବାଗଚୀ କହିଥିଲେ, ଏତେ ବ୍ୟସ୍ତ ହେବାର କ''''ଣ ଅଛି?

ଆକାଶ ଖସି ପଡ଼ିବ ନାହିଁ।

ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ରହିବାକୁ ଦିଅ।

ଏହାସହିତ ନଭେମ୍ବର ୧୯ ତାରିଖରେ ଶୁଣାଣି ପାଇଁ ତାରିଖ ସ୍ଥିର କରିଥି‌ଲେ।

ଇଡି ରାମପୁର ଜେଲ ବାହାରୁ ଆଜମ୍‌ଙ୍କୁ ଗିରଫ କରିଥିଲା।

ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ ଆଜମ୍‌ଙ୍କୁ ଗାଜିଆବାଦର ଡାସନା ଜେଲରେ ରଖାଯାଇଥିଲା ଓ ତାଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ମଧ୍ୟ ନିଆଯାଇଥିଲା।

ଆଜମ୍‌ ଇଡିର ଗିରଫଦାରୀକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ସୋମବାର ଓ ମଙ୍ଗଳବାର ଘଣ୍ଟା ଘଣ୍ଟା ଧରି ବିତର୍କ ପରେ, ହାଇକୋର୍ଟ ଆଜମ୍‌ଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆହ୍ଲାବାଦ ହାଇକୋର୍ଟର ବିଚାରପତି ରାଜୀବ ଗୁପ୍ତା ଓ ବିଚାରପତି ଦେବେନ୍ଦ୍ର ସିଂହଙ୍କ ଖଣ୍ଡପୀଠ ପ୍ରଥମ ଦୃଷ୍ଟିକୋଣରେ କହିଛନ୍ତି ଯେ, ଅକ୍ଟୋବର ୩୧ ତାରିଖରେ ରାମପୁର ଜିଲ୍ଲା ଜେଲର ଫାଟକରୁ ଆଜମ୍‌ ଖାନଙ୍କୁ ଗିରଫ କରିବା ସମୟରେ ନିୟମ ପାଳନ କରାଯାଇ ନଥିଲା।

Supreme Court: ସୁପ୍ରିମକୋର୍ଟରେ ବଡ଼ ପଦକ୍ଷେପ!

ବିଚାରପତିଙ୍କ ଖଣ୍ଡପୀଠରୁ ୨ଟି ମାମଲା ହଟାଇଲେ ପ୍ରଧାନ ବିଚାରପତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)