ED: ଅନିଲ ଅମ୍ବାନୀଙ୍କ ସଂସ୍ଥାର ୨ ଅଧିକାରୀ ଗିରଫ

Jun 15, 2026 - 17:19
ED: ଅନିଲ ଅମ୍ବାନୀଙ୍କ ସଂସ୍ଥାର ୨ ଅଧିକାରୀ ଗିରଫ

"ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶଶଳୟ (ଇଡି) ପକ୍ଷରୁ ଅନିଲ ଅମ୍ବାନି ଗ୍ରୁପ୍‌ର ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି।

ସେମାନେ ହେଉଛନ୍ତି ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସତୀଶ ସେଠ୍ ଓ ଗୌତମ ଭାଇଲାଲ ଡୋଷୀ।

ମନି ଲଣ୍ଡରିଂ ମାମଲା‌ରେ ସେମାନଙ୍କୁ ଗିରଫ କରାଯାଇଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ସହ ସମ୍ପର୍କିତ ମାମଲାରେ ସେଠ୍‌ଙ୍କୁ ଓ ରିଲାଏନ୍ସ କମ୍ୟୁନିକେସନ ସହ ଜଡ଼ିତ ମାମଲାରେ ଡୋଷୀଙ୍କୁ ଗିରଫ କରାଯାଇଛି।

ସେଠ୍‌ ଜଣେ ପ୍ରମୁଖ ଅଧିକାରୀ ଥିଲେ।

ରିଲାଏନ୍ସ ଗ୍ରୁପ୍‌ର ଏକାଧିକ ସଂସ୍ଥାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସେ ନେଉଥିଲେ।

ଭିତ୍ତିଭୂମି, ଶକ୍ତି ଓ ଆନୁଷଙ୍ଗିକ ସଂସ୍ଥାଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟାରେ ତାଙ୍କ ଭୂମିକା ରହୁଥିଲା।Advertisment ଆହୁରି ପଢନ୍ତୁ: Russia: ୟୁକ୍ରେନ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ: କିଭ୍‌ରେ ପୁରୁଣା ଧାର୍ମିକ ସ୍ଥଳରେ ଭୟଙ୍କର ଅଗ୍ନିକାଣ୍ଡ ସେହିପରି ଶ୍ରୀ ଡୋଷୀ ଗ୍ରୁପ୍‌ର ଆର୍ଥିକ କାରବାର ସହ ଜଡ଼ିତ ଥିଲେ।

ସେ ଟିକସ, ଯୋଜନା, ନିୟମ ପାଳନ ଓ ବିପଦ ପରିଚାଳନା ଭଳି କାର୍ଯ୍ୟର ଦେଖାଶୁଣା କରୁଥିଲେ।

ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍‌ର ବିଭିନ୍ନ ସଂସ୍ଥା ପାଇଁ ଦେଶ ଓ ବିଦେଶର ବିଭିନ୍ନ ସଂସ୍ଥାଠାରୁ ଋଣ ଆଣିବା କାଗଜପତ୍ରରେ ସେ ଦସ୍ତଖତ କରୁଥି‌ଲେ।

ଇଡି ପକ୍ଷରୁ କୁହାଯାଇଛି ଯେ ଭିତ୍ତିଭୂମି ନିର୍ମାଣ ନାମରେ ଉଠାଯାଇଥିବା ଋଣ ଆତ୍ମସାତ କରିବାରେ ସେଠ୍‌ଙ୍କ ଭୂମିକା ଥିଲା।

ରିଲାଏନ୍ସ କମ୍ୟୁନିକେସନ୍‌ସ ଓ ରିଲାଏନ୍ସ ଟେଲିକମ୍‌ ନାଁରେ ଆସୁଥିବା ଋଣ ହଡ଼କ କରିବାରେ ଡୋଷୀଙ୍କ ଭୂମିକା ରହୁଥିଲା।

ଉଭୟଙ୍କୁ ଗିରଫ କରିବା ପରେ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଯାଇଥିଲା।

ସେଠାରୁ ସେମାନଙ୍କୁ ଇଡି ରିମାଣ୍ଡ୍‌ରେ ନେଇଛି।

ଜଣଙ୍କୁ ମୁମ୍ବାଇ ଓ ଅନ୍ୟ ଜଣଙ୍କୁ ଦିଲ୍ଲୀ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟରେ ହାଜର କରାଯାଇଥିଲା।

ଏହି ମାମଲାରେ ଇଡି ଏହାର ତଦନ୍ତ ଜାରି ରଖିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।