Earthquake: ୨ ଘଣ୍ଟାରେ ଥରିଲା ଜାପାନ-ଭେନେଜୁଏଲା, ୧୦୦୦-୧୨୦୦ ବର୍ଷରେ ଥରେ ହୁଏ ଏମିତି ସଂଯୋଗ

Jun 25, 2026 - 12:16
Earthquake: ୨ ଘଣ୍ଟାରେ ଥରିଲା ଜାପାନ-ଭେନେଜୁଏଲା, ୧୦୦୦-୧୨୦୦ ବର୍ଷରେ ଥରେ ହୁଏ ଏମିତି ସଂଯୋଗ

ନୂଆଦିଲ୍ଲୀ,୨୫/୦୬; ପ୍ରକୃତିର ଧ୍ୱଂସଲୀଳା । ୭ ରୁ ଅଧିକ ତୀବ୍ରତାରେ ୨ ଶକ୍ତିଶାଳୀ ଝଟକା । ସୁଉଚ୍ଚ ଅଟ୍ଟାଳିକା ଧ୍ୱଂସ । ସବୁଠି ଆର୍ତ୍ତ ଚିତ୍କାର । ଥରିଲା ମାଟି, ଭୁଶୁଡିଲା ଘର । ଜୀବନ ବିକଳରେ ଦୌଡିଲେ ଲୋକ । ଭେନେଜୁଏଲା ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରି ଉଠିଛି । ମାତ୍ର ୪୦ ସେକେଣ୍ଡରେ ୨ ଥର ଭୂମିକମ୍ପ ଝଟକା ଲାଗିଛି । ପ୍ରଥମ ଭୂମିକମ୍ପ ତୀବ୍ରତା ୭.୧ ଥିଲା । ଦ୍ୱିତୀୟର ତୀବ୍ରତା ଥିଲା ୭.୫ । ୧୨୬ ବର୍ଷରେ ଭେନେଜୁଏଲାରେ ସବୁଠୁ ବଡ଼ ଭୂମିକମ୍ପ । ଦେଶରେ ଏମଜେନ୍ସିଂ ଜାରି । ଭଗ୍ନାବଶେଷ ତଳେ ଚାପି ହୋଇଛି ଜୀବନ । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୦୦ ଆହତ ହୋଇଛନ୍ତି । ଅନେକ ଦେଶକୁ ସୁନାମୀ ବିପଦ ନେଇ ଆଲର୍ଟ ଦିଆଯାଇଛି । ମୃତ୍ୟୁସଂଖ୍ୟା ୧୦ ହଜାର ଛୁଇଁବା ଆଶଙ୍କା କରାଯାଉଛି । ଭେନେଜୁଏଲା ଏବଂ ଜାପାନରେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ୩ଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଶକ୍ତିଶାଳୀ ଭୂମିକମ୍ପ ସତ୍ତ୍ୱେ ଜାପାନରେ କୌଣସି ବିଶେଷ କ୍ଷତି ହୋଇନାହିଁ । ବୈଜ୍ଞାନିକଙ୍କ ମତରେ, ଏପରି ବିରଳ ଭୂତାତ୍ତ୍ୱିକ ଘଟଣା ପ୍ରତି ୧୦୦୦-୧୨୦୦ ବର୍ଷରେ ଥରେ ଘଟେ, ଏବଂ ଏଥର, ଦୁଇଟି ଦେଶରେ ଏକକାଳୀନ ରେକର୍ଡ କରାଯାଇଛି ।

ଦୁଇଟି ଦେଶ ଏବଂ ୩ଟି ବଡ଼ ଭୂମିକମ୍ପ । ଭୌଗୋଳିକ ଇତିହାସରେ ଦୁଇଟି ଅତ୍ୟନ୍ତ ବିରଳ ଘଟଣା ରେକର୍ଡ କରାଯାଇଛି । ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଭେନେଜୁଏଲା ଏବଂ ଜାପାନରେ ଭୂମିକମ୍ପ ଝଟକା ଲାଗିଛି । ଶକ୍ତିଶାଳୀ ଭୂମିକମ୍ପରେ ଭେନେଜୁଏଲାରେ ଧ୍ୱଂସ ଘଟିଥିଲା, ଜାପାନରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ। ଉଭୟ ଘଟଣା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଘଟିଥିଲା । ବୈଜ୍ଞାନିକଙ୍କ ମତରେ, ଏପରି ବିରଳ ଘଟଣା ପ୍ରତି ୧୦୦୦ ରୁ ୧୨୦୦ ବର୍ଷରେ କେବଳ ଥରେ ଘଟେ ।

ଏମିତି ସଂଯୋଗ ସତ୍ତ୍ୱେ, କୌଣସି ବଡ଼ ସୁନାମି ଆସିନାହିଁ ଏହା ଆଶ୍ୱସ୍ତିର ବିଷୟ । ସାଧାରଣତଃ, ଯେତେବେଳେ ଏକ ବଡ଼ ଭୂମିକମ୍ପ ଆସେ, ତା'ପରେ ଛୋଟ ଛୋଟ ଭୂମିକମ୍ପ ଆସେ । କିନ୍ତୁ ଭେନେଜୁଏଲାରେ  କିଛି ସେହିପରି ହୋଇନାହିଁ । ମାତ୍ର ୪୦ ସେକେଣ୍ଡ ବ୍ୟବଧାନରେ ଦୁଇଟି ବଡ଼ ଭୂମିକମ୍ପ (୭.୨ ଏବଂ ୭.୫ ତୀବ୍ରତା) ଲଗାତାର ଅନୁଭୂତ ହୋଇଥିଲା । ବୈଜ୍ଞାନିକ ଭାଷାରେ, ଯେତେବେଳେ ଗୋଟିଏ ସ୍ଥାନରେ ପ୍ରାୟ ସମାନ ତୀବ୍ରତାର ଦୁଇଟି ବଡ଼ ଭୂମିକମ୍ପ ହୁଏ, ତାହାକୁ "ଡବଲ୍ଟ ଭୂମିକମ୍ପ" କୁହାଯାଏ । ଏହା ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଅନେକ କୋଠା ଭୁଶୁଡ଼ି ପଡ଼ିଛି ଏବଂ ରାସ୍ତାଘାଟ ଫାଟି ଯାଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ ଜଣ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା କରାଯାଉଛି । 

ଜାପାନରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଭେନେଜୁଏଲାର ଭୂମିକମ୍ପର ମାତ୍ର ଦୁଇ ଘଣ୍ଟା ପରେ, ଉତ୍ତର ଜାପାନରେ (ଇୱାଟେ ଏବଂ ଆଓମୋରି ପ୍ରଦେଶ ନିକଟରେ) ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା ।

ଏହା ବି ପଢନ୍ତୁ...ମୃତ୍ୟୁର ତାଣ୍ଡବ ରଚିଲା ଭେନେଜୁଏଲା ଭୂକମ୍ପ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଭାରତ ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ  

ବିଶେଷଜ୍ଞଙ୍କ ଅନୁସାରେ, ଏତେ କମ୍ ସମୟ ବ୍ୟବଧାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏତେ ବଡ଼ ଭୂମିକମ୍ପ ହେବା ଅସାଧାରଣ ଏବଂ ବିରଳ । ଭେନେଜୁଏଲା ଏପରି ଏକ ଅଞ୍ଚଳରେ ଅବସ୍ଥିତ ଯେଉଁଠାରେ କାରିବିଆନ୍ ଏବଂ ଦକ୍ଷିଣ ଆମେରିକୀୟ ଟେକ୍ଟୋନିକ୍ ପ୍ଲେଟ୍ ମିଶିଥାନ୍ତି, ଯାହା ଫଳରେ ଏହା ଭୂମିକମ୍ପର ସମ୍ଭାବନା ସୃଷ୍ଟି କରିଥାଏ । ୧୯୭୧ ମସିହାରେ କାରାକାସରେ ୬.୬ ତୀବ୍ରତାର ଏକ ଭୂମିକମ୍ପରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ୧୮୧୨ ମସିହାରେ ଘଟିଥିବା ଭୟଙ୍କର ଭୂମିକମ୍ପରେ ପ୍ରାୟ ୩୦ ହଜାର ଲୋକଙ୍କ ଜୀବନ ଯାଇଥିଲା । ଏବେ ପୁଣି ଏହି ଡବଲ ଶକ୍ତିଶାଳୀ ଭୂମିକମ୍ପ ଝଟକା ଭେନେଜୁଏଲା ଇତିହାସର ସବୁଠାରୁ ବଡ଼ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି ।