Akash Deep wedding: ହାତକୁ ଦୁଇହାତ ହେଲେ ଟିମ୍ ଇଣ୍ଡିଆ ଷ୍ଟାର ଆକାଶ, ଅକ୍ଷିତାଙ୍କୁ କଲେ ଜୀବନସାଥୀ
ନୂଆଦିଲ୍ଲୀ,୨୫/୦୬; ହାତକୁ ଦୁଇ ହାତ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ପେସର ଆକାଶଦୀପ । ବ୍ୟକ୍ତିଗତ ଜୀବନରେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଆକାଶ । ଭାରତୀୟ ଦଳର ବୋଲର ଆକାଶଦୀପ ବୁଧବାର ଅକ୍ଷିତା ରାଜଙ୍କୁ ବିବାହ କରିଛନ୍ତି । ଅକ୍ଷିତା ରାଜ ଦେହରିର ମାଣିକପୁରର ବାସିନ୍ଦା । ସେମାନଙ୍କର ବିବାହ ଉତ୍ତର ପ୍ରଦେଶର ବାରାଣସୀର ଏକ ପଞ୍ଚତାରକା ହୋଟେଲରେ ସମ୍ପର୍ଣ୍ଣ ହୋଇଛି । ଭୋଜପୁରୀ ତାରକା ପବନ ସିଂହ ଏବଂ କ୍ରିକେଟର ମୁକେଶ କୁମାରଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିତ୍ୱ ଏହି ବିବାହରେ ଉପସ୍ଥିତ ଥିଲେ । ଆକାଶଦୀପ ଅକ୍ଷିତା ରାଜଙ୍କୁ ଜୀବନସାଥୀ କରିଛନ୍ତି । ବିବାହର ଦଳଦୀ, ମେହେନ୍ଦୀଠୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ଭିଡିଓ ସୋସିଆଲ ମିଡିଆ ଆସିଥିଲା । ଏବେ ତାଙ୍କ ବାହାଘର ଫଟୋ ସାମ୍ନାକୁ ଆସିଛି ।
ଭାରତୀୟ ଷ୍ଟାର ଖେଳାଳିଙ୍କ ବିବାହରେ ଅନେକ ବଡ଼ ବ୍ୟକ୍ତିତ୍ୱ ଏବଂ କ୍ରିକେଟର ଯୋଗ ଦେଇଛନ୍ତି । ଅନେକ କ୍ରିକେଟର ଏବଂ ଚଳଚ୍ଚିତ୍ର ଜଗତର ବ୍ୟକ୍ତିତ୍ୱ ମଧ୍ୟ ଯୋଗ ଦେଇଥିଲେ। ଯାହା ନବଦମ୍ପତିଙ୍କ ପାଇଁ ଦିନଟିକୁ ସ୍ୱତନ୍ତ୍ର କରିଥିଲା । ବିବାହ ପରେ ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଏବଂ ଏହାକୁ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି । ବାଜା ବଜାଇ ବାଣ ଫୁଟାଇ ଆକାଶଦୀପ ତାଙ୍କ କନ୍ୟା ଅକ୍ଷିତଙ୍କୁ ଆଣିବାକୁ ହୋଟଲରେ ପହଞ୍ଚିଥିଲେ । ଫଟୋରେ ଦେଖିବାକୁ ମିଳିଛି ଅକ୍ଷିତାଆକାଶଦୀପଙ୍କୁ ମାଳ ପିନ୍ଧାଉଛନ୍ତି । ବିବାହ ପରେ ଲୋକମାନେ କରତାଳି ଦେଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ବି ପଢନ୍ତୁ...FIFA World Cup 2026: ଘାନାର ବାବାଙ୍କ ଦାବି, ପଡ଼ିଆରେ କେନଙ୍କୁ ମୁଁ ଅଟକାଇଥିଲି, ଗୋଲ କରିବାରେ ହେଲେ ବିଫଳ
ଆକାଶଦୀପ ଶିବସାଗର ଥାନା ଅଞ୍ଚଳର ବାଦ୍ଦିର ବାସିନ୍ଦା। କିଛି ଦିନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କ ଗାଁକୁ ଆସିଥିଲେ। ଜୁନ୍ ୨୧ ତାରିଖରେ ଆକାଶଦୀପଙ୍କ ତିଳକ ସମାରୋହରେ ଅନେକ ପ୍ରମୁଖ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ ।