Earthquake: ଭେନେଜୁଏଲାରେ ବ୍ୟାକ୍‌ ଟୁ ବ୍ୟାକ୍‌ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା; ମାଟିରେ ମିଶିଲା ଘର, ଅନେକ ଦେଶକୁ ସୁନାମୀ ବିପଦ

Jun 25, 2026 - 07:20
Earthquake: ଭେନେଜୁଏଲାରେ ବ୍ୟାକ୍‌ ଟୁ ବ୍ୟାକ୍‌ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା; ମାଟିରେ ମିଶିଲା ଘର, ଅନେକ ଦେଶକୁ ସୁନାମୀ ବିପଦ

ନୂଆଦିଲ୍ଲୀ,୨୫/୦୬; ସକାଳୁ ସକାଳୁ ଥରିଲା ମାଟି । ଭୁଶୁଡିଲା ଘର । ଲୋକ ଆତଙ୍କିତ । ଭେନେଜୁଏଲାରେ ବଡ଼ ଧରଣର ଭୂମିକମ୍ପ ଝଟ୍କା ସବୁ କିଛି ଛାରଖାର କରି ଦେଇଛି । ମାତ୍ର ୪୫ ସେକେଣ୍ଡରେ ୨ ଥର ବ୍ୟାକ୍ ଟୁ ବ୍ୟାକ୍ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ପ୍ରଥମ ଭୂମିକମ୍ପ ତୀବ୍ରତା ୭.୧ ଏବଂ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି । କାରାକାସରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପ ପରେ କାରିବିଆନ୍ ଦ୍ୱୀପରେ ସୁନାମୀ ଆଲର୍ଟ ଜାରି ହୋଇଛି । ଅନେକ ଦେଶକୁ ସୁନାମୀ ବିପଦ ରହିଛି । ଶକ୍ତିଶାଳୀ ଭୂମିକମ୍ପରେ ଅନେକ ସୁଉଚ୍ଚ ଅଟ୍ଟାଳିକା ମାଟିରେ ମିଶିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କିଛି ଲୋକ ଆହତ ହୋଇଛନ୍ତି ।