Earthquake: ରାତିଅଧରେ ୪ଥର ଥରିଲା ମହାରାଷ୍ଟ୍ର: ସିରିଜ୍ ଭୂମିକମ୍ପ ଯୋଗୁଁ ଲୋକେ ଆତଙ୍କିତ
"ମୁମ୍ବାଇ: ମହାରାଷ୍ଟ୍ରରେ ଗୁରୁବାର ମଧ୍ୟରାତ୍ରିରେ ଭୂମିକମ୍ପ ଅନୁଭୁତ ହୋଇଛି।
ଲଗାତାର ମୌସୁମୀ ବର୍ଷା ଦ୍ବାରା ପ୍ରଭାବିତ ରାଜ୍ୟରେ ମଧ୍ୟରାତ୍ରିରେ ଭୂମିକମ୍ପ ହେବା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
ଦୁଇ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଭଳି ମନେ ହେଉଛି।
Advertisment ମହାରାଷ୍ଟ୍ରର ମରଠୱାଡା ଅଞ୍ଚଳର ନାନ୍ଦେଡ଼, ହିଙ୍ଗୋଲି ଏବଂ ପରଭାନୀ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପ ଭୋର ୧:୩୭ ରୁ ୩:୨୩ ମଧ୍ୟରେ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରୁ ୪.୬ ମଧ୍ୟରେ ମାପ କରାଯାଇଥିଲା।
US Attack: ଚାଞ୍ଚଲ୍ୟକର ଦାବି କଲେ ଟ୍ରମ୍ପ; କହିଲେ- ଥରେ ଆକ୍ରମଣର ଜବାବ ୨୦ ଥରରେ ଦେବୁ ବର୍ତ୍ତମାନ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।ମହାରାଷ୍ଟ୍ରର ପରଭାନୀ, ନାନ୍ଦେଦ ଏବଂ ହିଙ୍ଗୋଲିରେ ଗୋଟିଏ ରାତିରେ ଚାରିଥର ଭୂମିକମ୍ପ ଅନୁଭୂତ ହୋଇଛି।
ଲଗାତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।
ଭୂମିକମ୍ପ ଯୋଗୁ ଘରେ ଶୋଇଥିବା ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା।
ଭୟଭୀତ ଲୋକମାନେ ତୁରନ୍ତ ଘରୁ ବାହାରକୁ ବାହାରି ଆସିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।