E-plane: ଉଡ଼ିଲା ବୃହତ୍ତମ ଇ-ବିମାନ

Sep 04, 2026 - 04:08
E-plane: ଉଡ଼ିଲା ବୃହତ୍ତମ ଇ-ବିମାନ

"ଏସପ୍ତାହରେ ପୃଥିବୀର ସବୁଠୁ ବଡ଼ ବିଦ୍ୟୁତ୍‌ଚାଳିତ ଜେଟ୍‌ ବିମାନ ତା"ର ପ୍ରଥମ ଉଡ଼ାଣ ସଫଳତାର ସହିତ ପୂର୍ଣ୍ଣ କରିଛି।

ଯୁକ୍ତରାଷ୍ଟ୍ର ଆମେରିକାର ଲସ୍‌ ଏଞ୍ଜେଲେସ୍‌ସ୍ଥିତ ହାର୍ଟ ଏରୋସ୍ପେସ୍‌ ଦ୍ବାରା ନିର୍ମିତ ଏହି ଇଲେକ୍ଟ୍ରିକ୍‌-ବିମାନର ନାମ "ଏକ୍ସ-ୱାନ୍‌"।

ଏହାର ଡେଣାଦୁଇଟିର ଲମ୍ବ ୧୦୬ ଫୁଟ୍‌ ଏବଂ ମୁହଁରୁ ଲାଞ୍ଜ ପର୍ଯ୍ୟନ୍ତ ଲମ୍ବ ୭୬ ଫୁଟ୍‌।

ଏହାର ଓଜନ ପ୍ରାୟ ୧୧,୩୪୦ କିଲୋଗ୍ରାମ୍‌।

୩୦ ଆସନବିଶିଷ୍ଟ ଏହି ବିମାନ ନ୍ୟୁୟର୍କର ଏକ ବିମାନବନ୍ଦରରୁ ୧୧୦୦ ଫୁଟ୍‌ ଉଚ୍ଚତାକୁ ଉଠି ୨୭ ମିନିଟ୍‌ ଉଡ଼ିଥିଲା।

ଏଥିରେ କୌଣସି ଯାତ୍ରୀ ନ ଥିଲେ।

କେବଳ ଜଣେ ପାଇଲଟ୍‌ ଥିଲେ।Advertisment Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...

ହାର୍ଟ ଏରୋସ୍ପେସ୍‌  ୨୦୩୧ ମସିହା ସୁଦ୍ଧା ବ୍ୟାବସାୟିକ ଭାବେ "ଇଏସ୍‌-ଥାର୍ଟି" ନାମରେ ଏହାକୁ ଚଳାଇବ।

ଇଏସ୍‌-ଥାର୍ଟି ବିମାନ ଖରିଦ କରିବା ପାଇଁ ୟୁନାଇଟେଡ୍‌, ଏୟାର୍‌ କାନାଡା ଓ ଏଏସ୍‌ଏକ୍ସ ସମେତ ପ୍ରମୁଖ ଏୟ‌ାର୍‌ଲାଇନ୍‌ଗୁଡ଼ିକ ଆଗ୍ରହୀ ଅଛନ୍ତି।

କମ୍ପାନି ମଧ୍ୟ ପ୍ରତିଶ୍ରୁତି ଦେଇଛି ଯେ ଏହି ବିମାନର ମେଣ୍ଟେନାନ୍‌ସ ଖର୍ଚ୍ଚ ଖୁବ୍‌ କମ୍‌।

ତା"ଛଡ଼ା ବୃଦ୍ଧି ପାଉଥିବା ଜେଟ୍‌ ଇନ୍ଧନ ଦାମ୍‌ ବୋଝରୁ ବି ସେମାନଙ୍କୁ ମୁକ୍ତି ମିଳିବ।

ଏକ୍ସ-ୱାନ୍‌ର ପରୀକ୍ଷାମୂଳକ ଉଡ଼ାଣ ଲାଗି ମାତ୍ର ୪୭୦ ଟଙ୍କାର ବିଜୁଳିଶକ୍ତି ଖର୍ଚ୍ଚ ହୋଇଥିଲା ବୋଲି କମ୍ପାନି କହିଛି।

ଉଲ୍ଲେଖଯୋଗ୍ୟ ଯେ ଇନ୍ଧନରେ ଚାଲୁଥିବା ବିମାନ ପୃଥିବୀର ସମୁଦାୟ ଅଙ୍ଗାରକାମ୍ଳ ଉତ୍ସର୍ଜନର ୨.୫ ପ୍ରତିଶତ ପାଇଁ ଦାୟୀ ହୋଇଥିବାରୁ ଏହିଭଳି ବିଦ୍ୟୁତ୍‌ଚାଳିତ ବିମାନ ଚଳାଚଳ ଆରମ୍ଭ ହେଲେ ପ୍ରଦୂଷଣ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Odisha police: ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ, ରାତିରେ ଜୋରଦାର ଚେକିଂ କଲେ ପୁଲିସ ବାବୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)