Durga Puja: ନର୍ଥ ବେଙ୍ଗାଲୁରୁ କଲଚରାଲ ସମିତିର ୪୯ତମ ଦୁର୍ଗାପୂଜା: ‘ଶତଦଳ’ ଥିମ୍‌ରେ ଭକ୍ତି, ସଂସ୍କୃତି ଓ ଆନନ୍ଦର ମହାମିଳନ

Oct 10, 2026 - 11:39
Durga Puja: ନର୍ଥ ବେଙ୍ଗାଲୁରୁ କଲଚରାଲ ସମିତିର ୪୯ତମ ଦୁର୍ଗାପୂଜା: ‘ଶତଦଳ’ ଥିମ୍‌ରେ ଭକ୍ତି, ସଂସ୍କୃତି ଓ ଆନନ୍ଦର ମହାମିଳନ

"ବେଙ୍ଗାଲୁରୁ: ନର୍ଥ ବେଙ୍ଗାଲୁରୁ କଲଚରାଲ ସମିତି ପକ୍ଷରୁ ୪୯ତମ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି।

ଏଥରର ଭାବନା "ଶତଦଳ" — ଶତ ପାଖୁଡ଼ିର ପଦ୍ମ, ଯାହା ପବିତ୍ରତା, ଆଧ୍ୟାତ୍ମିକ ଜାଗରଣ ଓ ସମ୍ପ୍ରିତିର ପ୍ରତୀକ।

ଯେପରି ଶତ ପାଖୁଡ଼ି ମିଶି ଏକ ପୂର୍ଣ୍ଣ ଫୁଲ ହୁଏ, ସେହିପରି ଆମର ଏହି ଉତ୍ସବ ଶହ ଶହ ଲୋକଙ୍କ ପ୍ରୟାସ।

କିଛି ପିଢ଼ିର ମିଳନ।Advertisment ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନର୍ଥ ବେଙ୍ଗାଲୁରୁ କଲଚରାଲ ସମିତି ପକ୍ଷରୁ କୁହାଯାଇଛି, ପାଞ୍ଚ ଦିନ ଧରି ଭକ୍ତିଓ ଆନନ୍ଦରେ ମା ଦୁର୍ଗାଙ୍କୁ ବରଣ କରିବାକୁ ଆମେ ସମସ୍ତେ ଏକତ୍ରିତ ହେବୁ।

ଷଷ୍ଠୀରେ ପଦ୍ମପୂର୍ଣ୍ଣା ଆଗମନୀ।

ପରେ ବିଶେଷ ପୂଜା ଆଉ ନାଚଗୀତ।

ଆଉ ଆନନ୍ଦମେଳାରେ ରହିବ ଘରେ ତିଆରି ବଙ୍ଗାଳୀ ଖାଦ୍ୟ,ମିଠା ଭଜାଭୁଜି।

ସପ୍ତମୀରୁ ନବମୀ ପ୍ରତିଦିନ ସକାଳେ ଦେବୀଙ୍କ ପୂଜା।

ପୂଜା ପରେ ଭୋଗ।

ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ।

ଦର୍ଶକଙ୍କ ମନୋରଞ୍ଜନର ପ୍ରୟାସ କରାଯିବ।

ଏବେ ସାଂସ୍କୃତିକ ଅନୁଷ୍ଠାନର ପ୍ରଧାନ ଆକର୍ଷଣ ବଙ୍ଗଳା ବ୍ୟାଣ୍ଡ ଯାହା ସାରେଗାମା ଖ୍ୟାତ।

ଏହାଛଡ଼ା ଅଛି କବିତା, ଶ୍ରୁତି ନାଟକ, ନୃତ୍ୟ ପରିବେଷଣ।

ମହାଷଷ୍ଠୀର ଦିନ ରହିଛି ଆନନ୍ଦମେଳା ଆଉ ଡାଣ୍ଡିଆ ରହିଛି ମହାଷ୍ଟମୀର ଦିନ।

ନାଚେ ଗାନେ, ନାଟକେ ଆଉ ସମାଗମେ ଆମେ ସମସ୍ତଙ୍କୁ ନେଇ ମାତି ରହିବୁ ଆନନ୍ଦର ସହିତ।

ଦକ୍ଷିଣ ଭାରତର ଖାଦ୍ୟ ଷ୍ଟଲ ରହିଛି ଆଉ ରହିଛି ନାନା ରକମର ଷ୍ଟଲ କେଉଁଠାଓ, ସାଜଗୋଜର ସରଞ୍ଜାମ, କେଉଁଠାଓ ଶାଢ଼ୀ ଆଉ ରହିଛି ନାନା ସ୍ୱାଦର ଖାଦ୍ୟରେ ଷ୍ଟଲ, କଚୁରି, ସିଙ୍ଗାରା, ମିଷ୍ଟି ନାନାରକମର।

ଏହି ଖାଦ୍ୟର ଷ୍ଟଲ ଆସୁଛି ବର୍ଦ୍ଧମାନରୁ।

ପୁଣି ଦକ୍ଷିଣ ଭାରତର ଖାଦ୍ୟ ଷ୍ଟଲ ରହିଛି।

ରହିଛି ଫୁଚକା, ଘୁଘନି, ତେଲେ ଭଜା।

ମନ ଭରାଇ ତୁଳିବ।

ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ରହିଛି ଭାଣ୍ଡାରେ ଯେଉଁଠାରେ ପ୍ରତିଦିନ ଖୁଆଯିବ ଆନନ୍ଦର ସହିତ ।ମହାଷଷ୍ଠୀର ଦିନ ରହିବ ଭାତ, ମୁଗର ଡାଲ, ବାଦାମ ଦେଇ ଝୁଡ଼ିଆଲୁଭଜା, ଆଲୁପଟଲ ତରକାରି, ଛାନାର ପାୟେସ ,ଏଦିନ ୮୦୦ ଲୋକ ଭୋଜନ ଗ୍ରହଣ କରିବେ।

ମହାଷ୍ଟମୀ ପ୍ରଥମ ଦିନ ରହିବ ଖିଚୁଡ଼ି, ଲାବଡ଼ା,ବେଗୁନି, ଚାଟନି, ପାଁପର, ରସଗୋଲ୍ଲା।

ଏଦିନ ପ୍ରାୟ ୧୩୦୦ଜଣ ଲୋକ ଭୋଜନ ଗ୍ରହଣ କରିବେ।

ମହାଷ୍ଟମୀର ଦ୍ୱିତୀୟ ଦିନ ରହିବ ସାଦା ଭାତ, ମୁଗ ଡାଲ, ଶୁକ୍ତୋ, ମିକ୍ସସବ୍ଜି, ପାଁପଡ, ଚଟନି, ରସଗୋଲା।

ଏଦିନ ପ୍ରାୟ ୧୩୦୦ଜଣ ଲୋକ ଭୋଜନ ଗ୍ରହଣ କରିବେ।

ମହାନବମୀର ଦିନ ରହିବ ଫ୍ରାଏଡ୍ ରାଇସ୍, ଛୋଲାର ଡାଲ, ପାଁପଡ, ଆଲୁଦମ, ଚଟନି, ଲାଙ୍ଗଚା।

ଏଦିନ ପ୍ରାୟ ୧୫୦୦ଜଣ ଲୋକ ଭୋଜନ କରିବେ।ଅଷ୍ଟମୀ-ନବମୀର ସନ୍ଧିକ୍ଷଣରେ ସନ୍ଧିପୂଜାରେ ମାଆଙ୍କ ଚରଣରେ ୧୦୮ଟି ପଦ୍ମ ଓ ୧୦୮ଟି ପ୍ରଦୀପ ନିବେଦନ କରାଯିବ।

ପାଞ୍ଚ ଦଶକର ପରମ୍ପରା ୧୯୭୭ରୁ NBCS ପ୍ରାୟ ପାଞ୍ଚ ଦଶକ ଧରି ଏହି ପରମ୍ପରା ବହନ କରି ଚାଲିଛି।

ଏହି ଧାରା ଆସନ୍ତା ବର୍ଷରେ ମଧ୍ୟ ଅବ୍ୟାହତ ରହିବ।

ପ୍ରତିମା ଶିଳ୍ପୀ ତରୁଣ ପାଲ ଓ ତାଙ୍କ ପିତା  ସୁଧୀର ପାଲ ୧୯୭୮ରୁ ଆମ ସହିତ ଯୋଡ଼ି ହୋଇ ରହିଛନ୍ତି।

ସୁଧୀରଙ୍କ ହାତର କାମରେ ମୃଣ୍ମୟୀ ମା ଚିନ୍ମୟୀ ହୋଇ ଉଠୁଥିଲେ।

ତାଙ୍କ ବିୟୋଗ ପରେ ହେବା ପରେ ସୁଯୋଗ୍ୟ ପୁତ୍ର ତରୁଣ ପାଲ ସେହି ଧାରା ଅବ୍ୟାହତ ରଖିଛନ୍ତି।

Odisha Vigilance: ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ରେ ୯.୨୪ କୋଟି ଟଙ୍କା ଆତ୍ମସାତ୍‌ ମାମଲା: ଆଉ ୩ ସରକାରୀ କର୍ମଚାରୀଙ୍କୁ ବାନ୍ଧିଲା ଓଡ଼ିଶା ଭିଜିଲାନ୍ସ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)